ETV Bharat / state

ଧାନମଣ୍ଡି ଅବ୍ୟବସ୍ଥା, ଗର୍ଜିଲା ନବନିର୍ମାଣ କୃଷକ ସଂଗଠନ

author img

By

Published : Jan 24, 2023, 2:29 PM IST

ସୁବର୍ଣ୍ଣପୁର ଜିଲ୍ଲାରେ ଖରିଫ ଋତୁରେ ଧାନ ସଂଗ୍ରହରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଏ ନେଇ ଅଭିଯୋଗ କରିଛି ନବନିର୍ମାଣ କୃଷକ ସଂଗଠନ । ଅଭିଯୋଗକୁ ନେଇ ନବନିର୍ମାଣ କୃଷକ ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରିଛି । ଅଧିକ ପଢନ୍ତୁ

krushak union protest over mandi issue
ଧାନମଣ୍ଡି ଅବ୍ୟବସ୍ଥା, ଗର୍ଜିଲା ନବନିର୍ମାଣ କୃଷକ ସଂଗଠନ

ଧାନମଣ୍ଡି ଅବ୍ୟବସ୍ଥା, ଗର୍ଜିଲା ନବନିର୍ମାଣ କୃଷକ ସଂଗଠନ

ସୁବର୍ଣ୍ଣପୁର: ଜିଲ୍ଲାରେ ମଣ୍ଡି ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଗତ ଖରିଫ ଋତୁର ଧାନ ସଂଗ୍ରହରେ ବ୍ୟାପକ ଅବ୍ୟବସ୍ଥା ଲାଗି ରହିଥିବା ନବ ନିର୍ମାଣ କୃଷକ ସଂଗଠନ ଅଭିଯୋଗ କରିଛି । ବିଶେଷକରି ବୀରମହାରାଜପୁର ଅଞ୍ଚଳରେ ଧାନ କ୍ରୟ କେନ୍ଦ୍ର ଗୁଡିକରେ କୁଇଣ୍ଟାଲ ପିଛା ପ୍ରାୟ ତିନି କେଜି ଧାନ କଟନି କରାଯାଉଛି । କ୍ରୟ କେନ୍ଦ୍ରଗୁଡିକୁ ଚାଷୀ ଧାନ ବିକ୍ରି କରିବାକୁ ନେଇ ଥିବା ବେଳେ ଅସୁବିଧାର ସମ୍ମୁଖୀନ ହେଉଛି । ଅବବ୍ୟସ୍ଥାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛି ନବନିର୍ମାଣ କୃଷକ ସଂଗଠନ ।

ଟୋକନ ଲାପ୍ସ, କଟନୀ-ଛଟନୀ ସମସ୍ୟା, ମଣ୍ଡିରେ ତ୍ରୁଟିପୂର୍ଣ୍ଣ ପରିଚାଳନା ପ୍ରଶାସନ ଓ ମିଲରଙ୍କ ମଧ୍ୟରେ ପ୍ରିୟାପ୍ରୀତି ପୋଷଣ ବିଶେଷ ଭାବରେ ଚାଷୀ ମାନଙ୍କ ଚିନ୍ତାର କାରଣ ହୋଇଛି । ଯେଉଁ ଦିନର କ୍ରୟ ଧାନ ସେହି ଦିନ ମିଲର୍ସମାନେ ଧାନ ଉଠାଉ ନଥିବାରୁ ମଣ୍ଡି ଗୁଡିକରେ ଧାନ ଜମା ରହୁଛି । ଫଳରେ ଧାନ ନେଇ ପୁଣି ଆସୁଥିବା ଚାଷୀମାନଙ୍କ ଧାନ ଓଜନ କରାଯାଇ ପାରୁନାହିଁ । ନିଜ ଉତ୍ପାଦିତ ଶସ୍ୟକୁ ବିକ୍ରି କରିବାକୁ ଆଣି ଚାଷୀକୁ କ୍ରୟ କେନ୍ଦ୍ର ଭିତରେ ଉଜାଗର ରହିବାକୁ ପଡୁଥିବା ଅଭିଯୋଗ ହୋଇଛି । ତେବେ ଟୋକନ ପାଇଥିବା ଚାଷୀମାନଙ୍କ ଧାନ ଟୋକନ ତାରିଖ ଅନୁଯାୟୀ କିଣି ସେହି ଦିନ ହିଁ ମିଲର୍ସ ସେହି ଧାନକୁ କ୍ରୟକେନ୍ଦ୍ରରୁ ଉଠାଇବାକୁ ଦାବି ହୋଇଛି ।

ସେହିପରି ଜିଲ୍ଲାରେ ଉତ୍ପାଦିତ ପନିପରିବା ଜାତୀୟ ଦୀର୍ଘ ଦିନ ଯାଏଁ ମହଜୁଦ ରଖିବା ପାଇଁ ପ୍ରତିଟି ବ୍ଳକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା ପାଇଁ ଦାବି କରାଯାଇଛି । ଜିଲ୍ଲାର ଏକମାତ୍ର କୃଷି ଶିଳ୍ପୋଦ୍ୟୋଗ ସୂତାକଳକୁ ସ୍ବୟଂ ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ କରିବା ପାଇଁ ବି ଚାଷୀମାନେ ଦାବି କରିଛନ୍ତି । ତୁରନ୍ତ ଧାନ କ୍ରୟ କେନ୍ଦ୍ରଗୁଡିକରେ ଚାଷୀମାନଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ସୃଷ୍ଟି କରିବା ସହିତ ଚାଷୀଙ୍କ ଉତ୍ପାଦିତ ଧାନକୁ ଉଚିତ ମୂଲ୍ୟରେ କିଣିବା ପାଇଁ ଦାବି ରଖିଛନ୍ତି । କ୍ରୟ କେନ୍ଦ୍ର ଗୁଡିକର ଭିତ୍ତିଭୂମିକୁ ସୁଦୃଢ କରି ଚାଷୀଙ୍କ ସ୍ବାର୍ଥକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟ କରିବା ପାଇଁ ନିବେଦନ କରିଛନ୍ତି । ଦାବି ଗୁଡିକ ପୂରଣ ପାଇଁ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକ ପତ୍ର ପ୍ରଦାନ କରିବା ସହିତ ଦାବି ପୂରଣ ନହେଲେ ନବ ନିର୍ମାଣ କୃଷକ ସଂଗଠନ ଆଗାମୀ ଦିନରେ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.