ETV Bharat / state

ରାଜସ୍ବ ବିଭାଗ ପକ୍ଷରୁ ପୁଣି ଜବରଦଖଲ ଉଚ୍ଛେଦ ଆରମ୍ଭ

author img

By

Published : Aug 16, 2023, 2:12 PM IST

ସୁବର୍ଣ୍ଣପୁରରେ ଜବରଦଖଲ ଉଚ୍ଛେଦ ଆରମ୍ଭ । ସଦର ପୌର ପରିଷଦ ଓ ରାଜସ୍ବ ବିଭାଗ ପକ୍ଷରୁ ସହରରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

eviction drive in subarnapur
eviction drive in subarnapur
eviction drive in subarnapur

ସୁବର୍ଣ୍ଣପୁର: ସୁବର୍ଣ୍ଣପୁରରେ ପୁଣି ଜବରଦଖଲ ଉଚ୍ଛେଦ ଆରମ୍ଭ । ଭଙ୍ଗା ଚାଲିଛି ବେଆଇନ ଘର ଓ ଦୋକାନ । ସଦର ପୌର ପରିଷଦ ଓ ରାଜସ୍ବ ବିଭାଗ ପକ୍ଷରୁ ସହରରେ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । ପ୍ରଶାସନ ସରକାରୀ ମୂଲ୍ୟବାନ ଜମିକୁ ଜବରଦଖଲ କରିଥିବା ଲୋକଙ୍କୁ ଉଚ୍ଛେଦ କରିବା ଆରମ୍ଭ କରିଛି ।

ସୂଚନା ମୁତାବକ, ସହରର ମଧ୍ୟ ଭାଗରେ ନଳିନୀ ଛକ ନିକଟରେ ଥିବା ବେଆଇନ ଦୋକାନ ଓ ଘରକୁ ଭାଙ୍ଗି ଦିଆଯାଇଛି । ସେହିପରି ଜଣେ ଜବରଦଖଲକାରୀ ଜିଲ୍ଲା ପ୍ରଶାସନକୁ ଉଚ୍ଛେଦ ପାଇଁ କିଛି ସମୟ ମାଗି ଥିବାରୁ ଜିଲ୍ଲା ପ୍ରଶାସନ ତାଙ୍କୁ ଦୁଇ ଦିନର ସମୟ ଦେଇ ସରକାରୀ ଜାଗା ଛାଡି ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ଜଣେ ଜବରଦଖଲକାରୀ ରାଜ୍ୟ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇ ସ୍ଥଗିତାଦେଶ ଆଣି ଥିବାରୁ ଜବରଦଖଲ କରି ରଖିଥିବା ସରକାରୀ ଯାଗାକୁ ଆଜି ଖାଲି କରାଯାଇ ପାରି ନ ଥିବା ସଦର ତହସିଲଦାର ସୂଚନା ଦେଇଛନ୍ତି ।

ତେବେ ସହରର ମଧ୍ୟ ଭାଗରେ ଦୀର୍ଘ ଦିନରୁ ଲୋକେ ଜବରଦଖଲ କରି ଦୋକାନ ବଜାର ଓ ଘର ଆଦି ତିଆରି କରି ସରକାରୀ ଜାଗା ମାଡି ବସିଥିଲେ । ତାହା ଖାଲି କରିବାକୁ ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି । ଆଜି ଖାଲି କରାଯାଇଥିବା ସହକାରୀ ଜାଗା ନିୟନ୍ତ୍ରିତ ବଜାର କମିଟିର ମାର୍କେଟ ପାଇଁ ଜାଗା ହସ୍ତାନ୍ତର କରାଯାଇ ଥିବା ବେଳେ ଏବେ ବି କିଛି ଜବରଦଖଲକାରୀ ସରକାରୀ ଜାଗା ଛାଡି ନାହାନ୍ତି । ତେବେ ସଦର ପୌର ପରିଷଦ ପକ୍ଷରୁ ସହରର ସୌନ୍ଦର୍ଯ୍ୟ କରଣ ଓ ବଜାର ଗୃହ ନିର୍ମାଣ ସହିତ ଅନ୍ୟ ସରକାରୀ ବିଭାଗ ଆବଶ୍ୟକ କରୁଥିବା ଜମିକୁ ଜବରଦଖଲକାରୀଙ୍କ କବଜାରୁ ରାଜସ୍ବ ବିଭାଗ ନିଜ ଅଧିନକୁ ଆଣୁଛି ।

ଏହା ମଧ୍ୟ ପଢନ୍ତୁ- 50 ବର୍ଷର ବେଆଇନ ଜବରଦଖଲକୁ ଉଚ୍ଛେଦ କଲା ପ୍ରଶାସନ, ଘଟଣାସ୍ଥଳରେ ଉତ୍ତେଜନା

ଏହା ମଧ୍ୟ ପଢନ୍ତୁ- ପୌର ପରିଷଦର ଜବରଦଖଲ ଉଚ୍ଛେଦ, 7 ଦିନର ସମୟ ମାଗିଲେ ବ୍ୟବସାୟୀ

ଦିନକୁ ଦିନ ସହରରେ ବେଆଇନ ନିର୍ମାଣ ଅଧିକରୁ ଅଧିକ ହେଉଛି । ହେଲେ ରାଜସ୍ବ ବିଭାଗ ନିର୍ମାଣ ସମୟରେ କାହିଁକି ନୀରବ ରହୁଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନ ହୋଇଛି । ଆଜି ସହରର ମଧ୍ୟ ଭାଗରେ ଥିବା ଏହି ବେଆଇନ ନିର୍ମାଣକୁ ସଦର ତହସିଲଦାର ,ସଦର ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ,ସଦର ରାଜସ୍ବ ନୀରିକ୍ଷକ ଆଦିଙ୍କ ଉପସ୍ଥିତିରେ ସଦର ପୌର ପରିଷଦ କର୍ମଚାରୀ ବୁଲଡୋଜର ଲଗାଇ ଜାଗା ଖାଲି କରିଛନ୍ତି । ତେବେ ସହରରେ ଦୋକାନ ବଜାର ନିର୍ମାଣ , ଛକ ନିର୍ମାଣ , ପାର୍କିଂ ନିର୍ମାଣ ଆଦି ପାଇଁ ଆହୁରି ସରକାରୀ ଯାଗା ଜବରଦଖଲକାରୀଙ୍କ କବଜାରୁ ମୁକୁଳାଇବାକୁ ହେବ ବୋଲି ସଦର ତହସିଲଦାର ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ସୂବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.