ସୁବର୍ଣ୍ଣପୁର: ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି । ହେଲେ ଏଯାଏଁ ସରକାରୀ ଭାବେ ବିଦ୍ୟାଳୟ ଗୁଡିକୁ ସକାଳ ପଢା ପାଇଁ ନିର୍ଦ୍ଦେଶ ମିଳି ନଥିବାରୁ ଛାତ୍ରଛାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ଜଣେ ଛାତ୍ରୀ ପ୍ରଚଣ୍ଡ ରୌଦ୍ର ତାପ ସହ୍ୟ କରି ନ ପାରି ମୂର୍ଚ୍ଛିତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେବା ପରି ଏକ ଘଟଣା ନଜରକୁ ଆସିଛି । ଆଜି ମଧ୍ୟାହ୍ନରେ ବିଦ୍ୟାଳୟ ଶ୍ରେଣୀ ପ୍ରକୋଷ୍ଠରେ ହଠାତ ଛାତ୍ରୀ ଜଣକ ମୂର୍ଚ୍ଛିତ ହୋଇ ପଡିଥିଲେ ।
ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଅଭିଭାବକ ଛାତ୍ରୀଙ୍କୁ ଆଣି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ପରେ ବିଶେଷଜ୍ଞ ଡାକ୍ତର ରୌଦ୍ରତାପର ପ୍ରଭାବରେ ଛାତ୍ରୀଙ୍କର ଏପରି ଅବସ୍ଥା ବୋଲି ସୂଚନା ଦେଇଥିଲେ । ଜିଲ୍ଲାର ସାଗରପାଲିର ଗଙ୍ଗାଧର ମେହେର ହାଇସ୍କୁଲର ଛାତ୍ରୀ ଦଶମ ଶ୍ରେଣୀର ହିମାଦ୍ରୀ ଭୋଇ ଗ୍ରୀଷ୍ମର ପ୍ରଭାବରେ ମୂର୍ଚ୍ଛିତ ହୋଇପଡିଥିଲେ । ଏବେ ଛାତ୍ରୀ ଜଣକ ସୁସ୍ଥ ଥିବା ଚିକିତ୍ସାଳୟ ତରଫରୁ ସୂଚନା ମିଳିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ