ETV Bharat / state

ଭୋଟରଙ୍କୁ ବଣ୍ଟା ଯାଉଛି ଟଙ୍କା, ଭିଡିଓ ଭାଇରାଲ - video

ସୁବର୍ଣ୍ଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତରଭା ବ୍ଲକର ଯୋରାବନ୍ଧ ଗାଁରେ ବୁଧବାର ବିଜେଡି ପକ୍ଷରୁ ଟଙ୍କା ବାଣ୍ଟି ଭୋଟ କିଣାଯାଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ସୋନପୁର ବିଜେଡି ସମ୍ପାଦକ ମାନଭଞ୍ଜନ ମିଶ୍ର ଭୋଟର ତାଲିକା ଧରି ବିଜେଡି କର୍ମୀ ଓ ସମର୍ଥକଙ୍କ ସହିତ ଭୋଟରମାନଙ୍କୁ ଟଙ୍କା ଦେଉଥିବା ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Apr 18, 2019, 4:34 AM IST

ସୁବର୍ଣ୍ଣପୁର: ଚଳିତ ନିର୍ବାଚନରେ ଭୋଟ ପାଇଁ ଦେଶ ତଥା ରାଜ୍ୟରେ ହତ୍ୟା, ଅପରାଧ, ଗୋଷ୍ଠୀ କନ୍ଦଳ, ହିଂସାକାଣ୍ଡ, ଗାଳିଗୁଲୋଜ ଭଳି ଭିଡିଓ ନେତା କର୍ମୀଙ୍କ ଘୁଣ୍ୟ ଓ ନିନ୍ଦନୀୟ କର୍ମ ପଦାରେ ପକାଉଛି । ଏବେ ଭୋଟରଙ୍କୁ ଟଙ୍କା ବଣ୍ଟାର ଏକ ଭିଡିଓ ଭାଇରାଲ ହେଉଛି । ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତରଭା ବ୍ଲକର ଯୋରାବନ୍ଧ ଗାଁରେ ବୁଧବାର ବିଜେଡି ପକ୍ଷରୁ ଟଙ୍କା ବାଣ୍ଟି ଭୋଟ କିଣାଯାଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ସୋନପୁର ବିଜେଡି ସମ୍ପାଦକ ମାନଭଞ୍ଜନ ମିଶ୍ର ଭୋଟର ତାଲିକା ଧରି ବିଜେଡି କର୍ମୀ ଓ ସମର୍ଥକଙ୍କ ସହିତ ଭୋଟରମାନଙ୍କୁ ଟଙ୍କା ଦେଉଥିବା ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୂଚନା ଅନୁସାରେ ମାନଭଞ୍ଜନ ମିଶ୍ର ଦୀର୍ଘ ଦୁଇ ଦଶନ୍ଧି ହେଲା ଜିଲ୍ଲା ବିଡେଡିର ସଦସ୍ୟ ଥିବା ବେଳେ ବିଜେଡି ସଂଗଠନରେ ଅନେକ ଗୁରୁତ୍ବପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି । ଚଳିତ ନିର୍ବାଚନରେ ମାନଭଞ୍ଜନ ବିଧାୟକ ପ୍ରାର୍ଥୀ ନିରଞ୍ଜନ ପୂଜାରୀଙ୍କ ନାମାଙ୍କନ ପତ୍ର ଦାଖଲରୁ ଆରମ୍ଭ କରି ବିଭିନ୍ନ ସଭା ସମିତି ଶୋଭାଯାତ୍ରାରେ ବି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିଛନ୍ତି । ଏପରିକି ସୋନପୁର ନିର୍ବାଚନ ମଣ୍ଡଳୀର ମୁଖ୍ୟମନ୍ତ୍ରୀଙ୍କ ସିଆଲିରେ କାର୍ଯ୍ୟକ୍ରମରେ ସଂଯୋଜକ ଭାବେ ଦାୟୀତ୍ବ ନିର୍ବାହ କରିଥିଲେ । ନିର୍ବାଚନୀ ପ୍ରଚାର ଏବେ ଶେଷ ହୋଇଥିବା ବେଳେ ଏବେ ବିଜେଡି ପକ୍ଷରୁ ନିରଞ୍ଜନଙ୍କୁ ବିଜୟୀ କରାଇବା ପାଇଁ ଭୋଟରଙ୍କୁ ଟଙ୍କା ବାଣ୍ଟୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ଏ ସଂପର୍କରେ ମାନଭଞ୍ଜନଠାରୁ କୌଣସି ପ୍ରତିକ୍ରୟା ମିଳିପାରିନାହିଁ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Body:

gfgf

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.