ETV Bharat / state

ନାହିଁ ନାହିଁରେ ଚାଲିଛି ଡାକ୍ତରଖାନା

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକର ମେଡିକାଲରେ ଆବଶ୍ୟକ ଭିତ୍ତିଭୂମିର ଅଭାବ ଥିବା ବେଳେ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ପାଇ ପାରୁ ନାହାନ୍ତି ରୋଗୀ । ଆବଶ୍ୟକ ସ୍ବାସ୍ଥ୍ୟସେବା ଓ ଚିକିତ୍ସା ନ ପାଇ ରୋଗୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

author img

By

Published : Aug 16, 2019, 8:46 PM IST

ନାହିଁ ନାହିଁରେ ଚାଲିଛି ଡାକ୍ତରଖାନା

ସୁବର୍ଣ୍ଣପୁର: ଦୁଇ ଜଣ ହାଉସ ସର୍ଜନଙ୍କୁ ନେଇ ଚାଲିଛି ଡାକ୍ତରଖାନା । ମେଡିକାଲରେ ଆବଶ୍ୟକ ଭିତ୍ତିଭୂମିର ଅଭାବ ଥିବା ବେଳେ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ପାଇ ପାରୁ ନାହାନ୍ତି ରୋଗୀ । ମେଡିକାଲରେ ଖାଲି ପଡିଛି ଡାକ୍ତର, ଷ୍ଟାଫ ନର୍ସ, ସ୍ବାସ୍ଥ୍ୟ କର୍ମଚାରୀଙ୍କ ପଦବୀ । ଫଳରେ ରୋଗୀ ଆବଶ୍ୟକ ସ୍ବାସ୍ଥ୍ୟ ସେବା ଓ ଚିକିତ୍ସା ନପାଇ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଆମେ କହୁଛୁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକର ସ୍ବାସ୍ଥ୍ୟସେବା କଥା ।

ନାହିଁ ନାହିଁରେ ଚାଲିଛି ଡାକ୍ତରଖାନା

ବ୍ଳକର 15ଟି ଗ୍ରାମ ପଞ୍ଚାୟତର ପାଖାପାଖି ଏକ ଲକ୍ଷରୁ ଅଧିକ ଗ୍ରାମବାସୀ ସ୍ବାସ୍ଥ୍ୟସେବା ପାଇଁ ଏହି ଡାକ୍ତରଖାନା ଉପରେ ନିର୍ଭର କରିଥାଆନ୍ତି । ଅପରପକ୍ଷରେ ଭିତ୍ତିଭୂମିର ବିକାଶ ସହ ଡାକ୍ତର, ଷ୍ଟାଫ ନର୍ସ ଓ ସ୍ବାସ୍ଥ୍ୟକର୍ମୀ ନିଯୁକ୍ତି ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ଜରୁରୀ କାଳୀନ ସ୍ବାସ୍ଥ୍ୟ ସେବା ପାଇଁ ଦୁଇ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।

ଜିଲ୍ଲାର ଲକ୍ଷାଧିକ ଲୋକ ନିର୍ଭର କରୁଥିବା ଏହି ଡାକ୍ତରଖାନାକୁ ଏକ ସ୍ବୟଂ ସଂପୂର୍ଣ୍ଣ ଡାକ୍ତରଖାନାରେ ପରିଣତ କରାଯାଉ ନ ଥିବା ଦୁର୍ଭାଗ୍ୟର ବିଷୟ ।

ସୁବର୍ଣ୍ଣପୁରରୁ, ତୀର୍ଥବାସୀ ପଣ୍ଡା ଇଟିଭି ଭାରତ

Intro:Body:

srg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.