ସୁବର୍ଣ୍ଣପୁର: ଜିଲ୍ଲାର ବିନିକା ଥାନା ଅନ୍ତର୍ଗତ ଜଗଦଲପୁର ଗାଁର ଜଣେ ବିବାହିତା ମହିଳାଙ୍କୁ ଶୌଚ ହେବାକୁ ଯାଇଥିବା ବେଳେ ଗଣଦୁଷ୍କର୍ମ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ପୋଲିସ ଅଭିଯୋଗକୁ ଭିତ୍ତି କରି 2 ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।
ଗ୍ରାମର ମହିଳା ଜଣକ ନିଜ ଝିଅ ସହିତ ସନ୍ଧ୍ୟାରେ ଶୌଚ ହେବା ପାଇଁ ଯାଇଥିବା ବେଳେ ଗାଁର 31 ବର୍ଷୀୟ ନିଲାଞ୍ଚଳ ସୁନା ଓ 24 ବର୍ଷୀୟ ସୋମନାଥ ଭେସରା ବାଇକ ଯୋଗେ ମହିଳା ଜଣଙ୍କୁ ଉଲୁଣ୍ଡା ଜଙ୍ଗଲକୁ ନେଇ ଯାଇ ଦୁଷ୍କର୍ମ କରିଥିଲେ । ଏହା ପରେ ମହିଳା ଜଣଙ୍କୁ ଜଙ୍ଗଲରେ ଛାଡି ଦେଇ ଉଭୟ ଅଭିଯୁକ୍ତ ବାଇକରେ ଫେରାର ହୋଇଯାଇଥିଲେ।
ତେବେ ପୀଡିତା ନିଜ ସମ୍ପର୍କୀୟଙ୍କ ଘରକୁ ଯାଇ ପୁଣି ନିଜ ଘରକୁ ଫେରିଥିଲେ । ପୀଡିତା ବୁଧବାର ରାତିରେ ସ୍ବାମୀଙ୍କ ସହିତ ଥାନାକୁ ଯାଇ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ