ETV Bharat / state

ଆଜି ଦେବୀଙ୍କ ମନ୍ତ୍ର ବିସର୍ଜନ ପର୍ଵ, ଧରା ପୃଷ୍ଠରୁ ମେଲାଣି ନେଲେ ମା' - ମୃଣ୍ମୟୀ ପ୍ରତୀମାଙ୍କ ଘଟ ବିସର୍ଜନ

ଧରାପୃଷ୍ଠକୁ ଅବତରଣ କରିଥିବା ଦେବୀ ମା’ ଦୁର୍ଗା ସ୍ବସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏବେ ଦେବୀ ମା'ଙ୍କ ମୃଣ୍ମୟୀ ପ୍ରତିମାଙ୍କ ଘଟ ବିସର୍ଜନ ପର୍ବ ପାଇଁ ପୂଜା କମିଟି ଗୁଡିକ ପକ୍ଷରୁ ଆୟୋଜନ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ଆଜି ଦେବୀଙ୍କ ମନ୍ତ୍ର ବିସର୍ଜନ ପର୍ଵ ,ଧରା ପୃଷ୍ଠରୁ ମେଲାଣି ନେଲେ ମା

author img

By

Published : Oct 5, 2022, 5:49 PM IST

ସୁବର୍ଣ୍ଣପୁର: ସରିଛି ଦଶହରା । ଆଜି ସହରର ମଣ୍ଡପଗୁଡିକରେ ଅପରାଜିତା ପୂଜା ଆରାଧନା ସଂପନ୍ନ ହେବା ପରେ ଦଶହରା ପୂଜାର ପୂର୍ଣ୍ଣାହୂତି ହୋଇଛି । ତେବେ ଦେବୀ ଜଗତଜନନୀଙ୍କ ମନ୍ତ୍ର ବିସର୍ଜନ ପର୍ବ ଶେଷ ହୋଇଛି । ଧରାପୃଷ୍ଠକୁ ଅବତରଣ କରିଥିବା ଦେବୀ ମା ଦୁର୍ଗା ସ୍ବସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏବେ ଦେବୀ ମାଙ୍କ ମୃଣ୍ମୟୀ ପ୍ରତୀମାଙ୍କ ଘଟ ବିସର୍ଜନ ପର୍ବ ପାଇଁ ପୂଜା କମିଟି ଗୁଡିକ ପକ୍ଷରୁ ଆୟୋଜନ ଆରମ୍ଭ ହୋଇଛି ।

ଆଜି ଦେବୀଙ୍କ ମନ୍ତ୍ର ବିସର୍ଜନ ପର୍ଵ ,ଧରା ପୃଷ୍ଠରୁ ମେଲାଣି ନେଲେ ମା

ସୂଚନା ଅନୁଯାୟୀ, ଆଜି ଆଜି ମଧ୍ୟାହ୍ନ 12ଟା 10 ମିନିଟରେ ଲଗ୍ନ ଅନୁଯାୟୀ ଦେବୀ ମଣ୍ଡପ ଗୁଡିକରେ ଚଣ୍ଡୀ ପାଠ, ଅପରାଜିତା ପୂଜା, ଦଶହରା ପୂଜା ଆରାଧନା ପର୍ବ ଆଦିର ସମାପନ ହୋଇଛି । ତେବେ ଆଜି ଦେବୀ ମା' ମଣ୍ଡପ ଗୁଡିକରେ ପୂଜା ପାଇବେ । ଆସନ୍ତାକାଲି ଅପରାହ୍ନରେ ଦେବୀଙ୍କ ଘଟ ବିସର୍ଜନ ପର୍ବ ଆୟୋଜନ ହେବ ବୋଲି ପୂଜା କମିଟି ଗୁଡିକ ସୂଚନା ଦେଇଛନ୍ତି । ସହରର ବ୍ଳକ ଛକର ଚାନ୍ଦୀମେଢ ପକ୍ଷରୁ ଆଜି ସଂଧ୍ୟାରେ ରାବଣ ଦରବାର ଓ ରାବଣ ପୋଡି କାର୍ଯ୍ୟକ୍ରମ ପାଇଁ ଆୟୋଜନ କରାଯାଇଛି । ସେହିପରି ମୃଣ୍ମୟୀ ପ୍ରତିମାଙ୍କ ବିସର୍ଜନ ପର୍ବ ପାଇଁ ବିଭିନ୍ନ ପ୍ରକାରର ସାଂସ୍କୃତିକ ଦଳ ସବୁକୁ ନିମନ୍ତ୍ରିତ କରାଯାଇଛି । ଆସାମର ବିହୁ ସାଙ୍ଗକୁ ଘଣ୍ଟବାଦ୍ୟ, ବଜାଶାଲ, ସମ୍ବଲପୁରୀ ଲୋକବାଦ୍ୟ, ନଚନିଆଁ, ପରଭା ନୃତ୍ୟ ଆଦି ସାଂସ୍କୃତିକ ଦଳସବୁ ବିସର୍ଜନ ପର୍ବରେ ସାମିଲ ହେବେ ବୋଲି ପୂଜା କମିଟି ପକ୍ଷରୁ ସୂଚନା ମିଳିଛି ।

କେବେ ଏନେଇ ପୂଜା କମିଟିର ସଭ୍ୟ କହିଛନ୍ତି, "ବ୍ଲକ ଛକ ପୂଜା କମିଟି ତରଫରୁ ପୂଜା ଆୟୋଜନ କରାଯାଇଥିଲା । ଆନୁଷ୍ଟନିକ ଭାବରେ ପୂଜା ଅନ୍ତିମ ପର୍ଯ୍ୟାୟ ପୂଜା ସଂପନ୍ନ ହୋଇଛି । ଆଜି ଘଟ ବିସର୍ଜନ ମଧ୍ୟ ଅଛି । ଆସନ୍ତାକାଲି ମୂର୍ତ୍ତି ବିସର୍ଜନ ପାଇଁ ପାରମ୍ପରିକ ଶୋଭା ଯାତ୍ରାର ଆୟୋଜନ କରାଯାଇଛି । ଏନେଇ ନଗର ପରିକ୍ରମା କରାଯିବ । ଏଥିସହ ଆଜିର ବିଶେଷ କାର୍ଯ୍ୟକ୍ରମ ରାବଣ ପୋଡି ରୟାଲ ପଡିଆରେ ଅନୁଷ୍ଠିତ ହେବ ।"

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.