ETV Bharat / state

ମଲ୍ଲିକ ମୁଣ୍ଡା ପଞ୍ଚାୟତବାସୀଙ୍କ ପାଇଁ ସାତସପନ ମୌଳିକ ସୁବିଧା - subarnapur news

ସୁବର୍ଣ୍ଣପୁର ମଲ୍ଲିକ ମୁଣ୍ଡା ଗ୍ରାମ ପଞ୍ଚାୟତରେ ଅନେକ ମୌଳିକ ସୁବିଧା ଏବେବି ଅପହଞ୍ଚ । ଲୋକଙ୍କୁ ଆଜିଯାଏଁ ସରକାରୀ ଯୋଜନାରେ ଘର ଖଣ୍ଡେ ମିଳିନିଥିବାବେଳେ, ଗ୍ରୀଷ୍ମରେ ପାଣି ପାଇଁ ସମସ୍ୟା ଭୋଗୁଛନ୍ତି ଲୋକେ । ଅଧିକ ପଢନ୍ତୁ...

ମୌଳିକ ସୁବିଧାରୁ ବଞ୍ଚିତ ସୁବର୍ଣ୍ଣପୁର ମଲ୍ଲିକ ମୁଣ୍ଡା ପଞ୍ଚାୟତବାସୀ

author img

By

Published : Jun 9, 2020, 3:31 PM IST

ସୁବର୍ଣ୍ଣପୁର: ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ମଲ୍ଲିକ ମୁଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଭୋଟ ନାହିଁତ କାମ ନାହିଁ ବୋଲି କହୁଥିବା କେନ୍ଦୁମୁଣ୍ଡା ଗାଁର ୱାର୍ଡ ମେମ୍ବର ଅଭିଯୋଗ କରିଛନ୍ତି । ଜନସାଧାରଣଙ୍କ ମୌଳିକ ଆବଶ୍ୟକତା ପୂରଣ କରାଯାଉ ନାହିଁ । ପାଣିର ଅଭାବ ଥିବାରୁ ନଳକୂପ, ପକ୍କା ରାସ୍ତା, ଡ୍ରେନ ଆଦି କାର୍ଯ୍ୟ ଠପ ହୋଇପଡିଛି । ଏପରିକି ଗାଁର ଅଧିକାଂଶ ଗରିବ ପରିବାର ସରକାରୀ ଘର ଖଣ୍ଡିଏରୁ ବଞ୍ଚିତ ହେଉଛନ୍ତି ।

ମୌଳିକ ସୁବିଧାରୁ ବଞ୍ଚିତ ସୁବର୍ଣ୍ଣପୁର ମଲ୍ଲିକ ମୁଣ୍ଡା ପଞ୍ଚାୟତବାସୀ

ହିତାଧିକାରୀମାନେ ବାରମ୍ବାର ଘର ପାଇଁ ଦରଖାସ୍ତ କରୁଥିଲେ ହେଁ ବିଜୁ ପକ୍କାଘର ଅବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳୁନି । ହିତାଧିକାରୀ ଚୟନରେ ଅନିୟମିତତା ହେଉଥିବା ବେଳେ ଆର୍ଥିକ ସ୍ଵଚ୍ଛଳ ବ୍ୟକ୍ତିଙ୍କୁ ସରକାରୀ ବାସଗୃହ ଯୋଜନାରେ ସାମିଲ କରାଯାଉଥିବା ୱାର୍ଡ ସଭ୍ୟା କୁନ୍ତି ମଟାରି ଅଭିଯୋଗ କରିଛନ୍ତି ।

କେନ୍ଦୁମୁଣ୍ଡା ଗାଁର ଅଧିକାଂଶ ଲୋକେ ଝାଟିମାଟି ଘରେ ରହୁଥିବା ବେଳେ ସାମାଜିକ ଓ ଆର୍ଥିକ ସର୍ଭେ ଅନୁଯାୟୀ ହିତାଧିକାରୀମାନଙ୍କୁ ସାମିଲ କରିବା ପାଇଁ ଦାବି ହୋଇଛି । ଅପରପକ୍ଷରେ ଉନ୍ନୟନ କାର୍ଯ୍ୟ ଠିକ ଚାଲିଥିବା ବେଳେ ବାସହୀନ ପରିବାରଙ୍କୁ ତୁରନ୍ତ ଘର ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ମନୀଷା ବାନାର୍ଜୀ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.