ETV Bharat / state

ଆଦିବାସୀଙ୍କ ରୋଜଗାରର ମାଧ୍ୟମ ମହୁଲ ଫୁଲ, ପଞ୍ଚାୟତରେ ସଂଗ୍ରହକୁ ଦାବି - subarnapur tribals

ସୁବର୍ଣ୍ଣପୁର ଅଞ୍ଚଳର ଲୋକେ ଖାଲି ଯେ କୃଷି କର୍ମ କରି ଜୀବିକା ନିର୍ବାହ କରନ୍ତି ତାହା ନୁହେଁ, ଲଘୁ ବନ ଜାତ ଦ୍ରବ୍ୟ ସଂଗ୍ରହ ଉପରେ ବି ଶହ ଶହ ଆଦିବାସୀ ପରିବାରର ଜୀବନ ଜୀବିକା ନିର୍ଭର କରେ। ସେଥିମଧ୍ୟରୁ ମହୁଲ ଫୁଲ ଅନ୍ୟତମ। ଅଧିକ ପଢନ୍ତୁ...

ଆଦିବାସୀଙ୍କ ଅର୍ଥ ମହୁଲ ଫୁଲ, ପଞ୍ଚାୟତ ମାଧ୍ୟମରେ ସଂଗ୍ରହକୁ ଦାବି

author img

By

Published : Mar 19, 2021, 7:32 AM IST

ସୁବର୍ଣ୍ଣପୁର: ବଣ ପାହାଡ଼ ଘେରା ସୁବର୍ଣ୍ଣପୁର । ଏହି ଅଞ୍ଚଳର ଲୋକେ ଖାଲି ଯେ କୃଷି କର୍ମ କରି ଜୀବିକା ନିର୍ବାହ କରନ୍ତି ତାହା ନୁହେଁ ,ଲଘୁ ବନ ଜାତ ଦ୍ରବ୍ୟ ସଂଗ୍ରହ ଉପରେ ବି ଶହ ଶହ ଆଦିବାସୀ ପରିବାରର ଜୀବନ ଜୀବିକା ନିର୍ଭର କରେ।

ଆଦିବାସୀଙ୍କ ଅର୍ଥ ମହୁଲ ଫୁଲ, ପଞ୍ଚାୟତ ମାଧ୍ୟମରେ ସଂଗ୍ରହକୁ ଦାବି

ବିଶେଷକରି ଉଲୁଣ୍ଡା ବନଖଣ୍ଡ ଅଂଚଳରେ ପ୍ରାୟ ଚାରୋଟି ପଞ୍ଚାୟତର ହଜ଼ାର ହଜ଼ାର ଲୋକ ମହୁଲ ଫୁଲ ସଂଗ୍ରହ କରି ବେଶ ଦୁଇ ପଇସା ରୋଜଗାର କରିଥାନ୍ତି। ଫାଲଗୁନ ଓ ଚୈତ୍ର ମାସରେ ମହୁଲ ଫୁଲ ସଂଗ୍ରହ କରି ସ୍ଥାନୀୟ ଅଞ୍ଚଳରେ ବିକ୍ରି କରିଥାନ୍ତି।

ଏହି ଅଞ୍ଚଳର ଯଉଁରା ଭଉଁରା,ଚଡେଇପଙ୍କ,ସିଂଢୋଲ ଓ ଉଲୁଣ୍ଡା ପଞ୍ଚାୟତର କିଛି ଗାଁର ଲୋକେ ମହୁଲ ଫୁଲ ସଂଗ୍ରହ କରିଥାନ୍ତି। ଲୋକେ ମହୁଲ ଫୁଲ ପାଇଁ ନିଜ ପଡ଼ିଆ ଜମିରେ ଗଛ ବି ଲଗାଇଥାନ୍ତି। କିଛି ଲୋକ ସିଂହାସନ ଜଙ୍ଗଲ ଅଞ୍ଚଳରୁ ମହୁଲ ଫୁଲ ସଂଗ୍ରହ କରୁଥିବା ବେଳେ କିଛି ଲୋକ ନିଜସ୍ବ ଜମିରେ ଥିବା ଗଛରୁ ସଂଗ୍ରହ କରିଥାନ୍ତି।

ସକାଳୁ ସକାଳୁ ବିଭିନ୍ନ ପ୍ରକାରର ଭୁଗା ,ଟୁପା ,ଅଖା ଆଦି ଧରି ପିଲାଛୁଆଙ୍କୁ ସାଙ୍ଗରେ ନେଇ ମହୁଲ ଗୋଟେଇଥାନ୍ତି। ଗତବର୍ଷ ମହୁଲ ଫୁଲ କେଜି ପ୍ରତି 30 ରୁ 40 ଟଙ୍କାରେ ବିକ୍ରି ହେଉଥିବା ବେଳେ ଏଥର 50 ରୁ 60 ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେବ ବୋଲି ମହୁଲ ଫୁଲ ଗୋଟାଳି କହିଛନ୍ତି। ତେବେ ମହୁଲ ଫୁଲ ଗୋରୁ ଗାଇଙ୍କ ଖାଦ୍ୟ ଭାବେ ବ୍ୟବହାର କରାଯାଉଥିବା ବେଳେ ଦେଶୀ ମଦ ପ୍ରସ୍ତୁତ କରିବାରେ ବ୍ୟବହାର ହୋଇଥାଏ।

ତେଣୁ ଦେଶୀ ମଦ ଭାଟି ପରିଚାଳକ ମାନେ ସ୍ଥାନୀୟ ଲୋକଙ୍କ ପାଖରୁ ମହୁଲ ଫୁଲ କ୍ରୟ କରିଥାନ୍ତି। ଲୋକେ ପଞ୍ଚାୟତ ମାଧ୍ୟମରେ ମହୁଲ ଫୁଲ କ୍ରୟ କରାଗଲେ ତାଙ୍କର ଅଧିକ ରୋଜଗାର ହେବ ବୋଲି କହିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.