ETV Bharat / state

ସୁବର୍ଣ୍ଣପୁରରେ ମହାଶିବରାତ୍ରୀ: ଫିକା ପକାଇଲା କୋରୋନା କଟକଣା - Mahashibaratri

କୋରାେନା କଟକଣା ମାନି ସୁବର୍ଣ୍ଣପୁର ଜିଲ୍ଲା ରାମେଶ୍ୱର ଶୈବପୀଠରେ ପାଳିତ ହୋଇଛି ମହାଶିବରାତ୍ରୀ । ଅଧିକ ପଢନ୍ତୁ...

କଟକଣା ଭିତରେ ଶିବରାତ୍ରୀ
କଟକଣା ଭିତରେ ଶିବରାତ୍ରୀ
author img

By

Published : Mar 11, 2021, 3:24 PM IST

ସୁବର୍ଣ୍ଣପୁର: ଆଜି ଜାଗର । ଏହି ଦିନ ଶିବ ମନ୍ଦିରରେ ଲାଗିଥାଏ ଭକ୍ତଙ୍କ ଭିଡ । କୋଭିଡ ନିୟମ ଉଲଂଘନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ରାମେଶ୍ବର ଶୈବ ପୀଠକୁ ସିଲ କରାଯାଇଥିଲା । ମହାଶିବରାତ୍ରୀ ପାଇଁ ଆଜି ମନ୍ଦିରକୁ ପୁନଃ ଖୋଲାଯାଇଛି ।

କଟକଣା ଭିତରେ ଶିବରାତ୍ରୀ

ଅଷ୍ଟ ଶମ୍ଭୁ ଅଷ୍ଟ ବିଷ୍ଣୁ ଓ ଅଷ୍ଟ ଚଣ୍ଡୀଙ୍କ ସମେତ ଜିଲ୍ଲାରେ 108ଟି ଭବ୍ୟ ମନ୍ଦିର ରହିଛି । ପ୍ରତି ବର୍ଷ ଧୁମଧାମରେ ମହାଶିବରାତ୍ରୀ ପାଳନ କରାଯାଏ । ମାତ୍ର ଚଳିତ ବର୍ଷ କୋରୋନା ପାଇଁ ଫିକା ଫିକାରେ ପାଳିତ ହୋଇଛି ଜାଗର ।

ମହାମାରୀକୁ ଆଖି ଆଗରେ ରଖି ଭକ୍ତମାନଙ୍କୁ ମନ୍ଦିରରେ ଜାଗର ଜାଳିବାକୁ ମନା କରାଯାଇଛି । କେବଳ ରୀତିନୀତି ଭିତରେ ପାଳିତ ହୋଇଛି ଶିବରାତ୍ରୀ । ମନ୍ଦିରରେ ଖାଁ ଖାଁ ପରିବେଶ ଦେଖିବାକୁ ମିଳିଛି । ମନ୍ଦିରରେ କେବଳ ସୀମିତ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି ।

କୋଭିଡ ଗାଇଡ଼ ଲାଇନ ଭିତରେ ପାଳିତ ହେଉଛି ଏହି ପର୍ବ। କେବଳ ପୂଜକ ଓ ସହଯୋଗୀ ସେବାୟତଙ୍କ ଦ୍ବାରା ସଂନ୍ଧ୍ୟା ସମୟରେ ପୂଜା ନୀତି ସମାପନ ହେବ। ସାଧାରଣ ଜନତା ଓ ଭକ୍ତମାନଙ୍କୁ ଦିନ ୨ଟା ପରେ ମନ୍ଦିର ଭିତରକୁ ଯିବା ପାଇଁ ବାରଣ କରାଯାଇଛି। ରାତି 12 ଟାରେ ମହାଦୀପ ଉଠିବ । ମନ୍ଦିର ଗୁଡିକରେ ଶୃଙ୍ଖଳିତ ଦର୍ଶନ କରିବା ପାଇଁ ଜିଲ୍ଲା ଦେବୋତ୍ତର ବିଭାଗ ଓ ମନ୍ଦିର କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.