ETV Bharat / state

ସନ୍ଥ କବିଙ୍କ ସମାଧି ପୀଠରେ ମାଘମେଳା ପ୍ରସ୍ତୁତି - maghamela preparation

ଆଗାମୀ 27 ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଖାଲିଆପାଲି ସନ୍ଥକବି ଭୀମଭୋଇଙ୍କ ସମାଧି ପୀଠରେ ମାଘମେଳା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ଅଧିକ ପଢନ୍ତୁ...

ସନ୍ଥ କବିଙ୍କ ସମାଧି ପୀଠରେ ମଘମେଳା ପ୍ରସ୍ତୁତି

author img

By

Published : Feb 21, 2021, 4:55 PM IST

ସୁବର୍ଣ୍ଣପୁର : ଆଗାମୀ 27 ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଖାଲିଆପାଲି ସନ୍ଥକବି ଭୀମଭୋଇଙ୍କ ସମାଧି ପୀଠରେ ମାଘମେଳା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଛି । କୋଭିଡ କଟକଣା ପାଇଁ ଏଥର ମେଳାକୁ ବାତିଲ କରାଯିବା ସହିତ ଦୀର୍ଘ ଦିନରୁ ଚାଲିଆସୁଥିବା ସାରସ୍ୱତ ସାହିତ୍ୟ ସମାରୋହକୁ ବି ବାତିଲ କରାଯାଇଛି । ସମାଧି ପୀଠ ପରିସରରେ କେବଳ ପାଞ୍ଚ ଶହ ଶ୍ରଦ୍ଧାଳୁ ସମାଧି ଦର୍ଶନ କରିବା ପାଇଁ ବ୍ୟବସ୍ଥା କରାଯାଉଛି ।

ସନ୍ଥ କବିଙ୍କ ସମାଧି ପୀଠରେ ମଘମେଳା ପ୍ରସ୍ତୁତି

ତେବେ ସମାଧି ମନ୍ଦିର କେବଳ ମାଘ ପୂର୍ଣ୍ଣମୀ ତିଥିରେ ଖୋଲାଯିବାକୁ ଥିବା ବେଳେ ଅନ୍ୟ ଦିନରେ ଶ୍ରଦ୍ଧାଳୁ ମାନେ ସନ୍ଥକବିଙ୍କ ପାଦୁକା ଦର୍ଶନ କରି ପାରିବେ । ମହିମା ସାହିତ୍ୟ, ଗବେଷଣା, ମହିମା ସଂସ୍କୃତି, ସନ୍ଥ ପୀଠର ଉନ୍ନତି ଆଦି ବିଷୟରେ ବିଶେଷ ଅବଦାନ ରହିଥିବା ବ୍ୟକ୍ତି ବିଶେଷଙ୍କୁ ମହିମା ସମ୍ମାନରେ ସମ୍ମାନିତ କରାଯାଉଥିଲା । ଯେଉଁ କାର୍ଯ୍ୟକ୍ରମକୁ କୋଭିଡ ପାଇଁ ବାତିଲ କରି ଦିଆଯାଇଛି ।

ତେବେ ପ୍ରତିବର୍ଷ ପ୍ରାୟ ପାଞ୍ଚ ଦିନ ଧରି ପାଳିତ ହେଉଥିବା ମାଘମେଳା ଏଥର କେବଳ ମାଘ ଚତୁର୍ଦଶୀ ଓ ପୂର୍ଣ୍ଣମୀରେ ପାଳନ କରିବା ପାଇଁ ନିଷ୍ପତି ନିଆଯାଇଛି । ତେବେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଜନ ସମାଗମକୁ ବାରଣ କରାଯିବା ସହିତ କଡା ସୁରକ୍ଷା ଭିତରେ ମଘମେଳା ପାଳନ କରାଯିବ ବୋଲି ସମାଧି ପୀଠ ଟ୍ରଷ୍ଟର ବରିଷ୍ଠ ସଭ୍ୟ ପୁରୁଷୋତ୍ତମ ମିଶ୍ର ସୂଚନା ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.