ସୋନପୁର: ସୋନପୁର ଗଡଜାତର ଇଷ୍ଟଦେବୀ ମା ସୁରେଶ୍ବରୀ ଆଶ୍ବୀନ ଶୁକ୍ଳ ଚତୁର୍ଥୀ ତିଥିରେ ଭୁବନେଶ୍ଵରୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ଆସନ୍ତାକାଲି ମା’ଙ୍କ ଛିନ୍ନମସ୍ତା ବେଶ ଅନୁଷ୍ଠିତ ହେବ ।


କୋଭିଡ ନିୟମକୁ ଆଖି ଆଗରେ ରଖି ମନ୍ଦିର କମିଟି ଓ ସେବାୟତ ମାନେ ପାରମ୍ପରିକ ରୀତିନୀତିରେ ଦେବୀଙ୍କ ବେଶ କରୁଛନ୍ତି । କୋଭିଡ ମହାମାରୀ ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ଶ୍ରଦ୍ଧାଳୁଙ୍କ ସମାଗମ ତଥା ସନ୍ଧ୍ୟା ଆରତୀ ସମୟରେ ବ୍ୟବହାର କରାଯାଉଥିବା ଲୋକ ବାଦ୍ୟକୁ ବାରଣ କରାଯାଇଛି ।
ତେବେ ସକାଳେ ଓ ସଂଜରେ ରୀତିନୀତି ପାଇଁ ମନ୍ଦିର ଖୋଲାଯାଉଛି । ମଧ୍ୟାହ୍ନ ସମୟରେ ମନ୍ଦିର ବନ୍ଦ ରହୁଛି। କରୋନା କଟକଣା ପାଇଁ ମାଙ୍କ ଦର୍ଶନ ନପାଇ ନିରାଶ ହୋଇଛନ୍ତି ।
ସୋନପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ