ETV Bharat / state

ମନ୍ଦିର ଫେରିଲେ ଦେବ ଦମ୍ପତି

author img

By

Published : Jun 6, 2022, 12:08 PM IST

ସରିଲା ବାହାଘର । ଯୁଗଳ ଦର୍ଶନ ପରେ ମନ୍ଦିର ଫେରିଲେ ଦେବ ଦମ୍ପତି । ସୁବର୍ଣ୍ଣପୁର ଜିଲ୍ଲାରେ ବେଶ ଧୁମଧାମରେ ସମ୍ପର୍ଣ୍ଣ ହୋଇଛି ଶୀତଳଷଷ୍ଠୀ ଯାତ୍ରା । ଅଧିକ ପଢ଼ନ୍ତୁ

lord shiva and goddess parvati returned to temple after marriage ceremony
ମନ୍ଦିର ଫେରିଲେ ଦେବ ଦମ୍ପତି

ସୁବର୍ଣ୍ଣପୁର: ସରିଲା ବାହାଘର । ଯୁଗଳ ଦର୍ଶନ ପରେ ମନ୍ଦିର ଫେରିଲେ ଦେବ ଦମ୍ପତି । ସୁବର୍ଣ୍ଣପୁର ଜିଲ୍ଲାରେ ବେଶ ଧୁମଧାମରେ ସମ୍ପର୍ଣ୍ଣ ହୋଇଛି ଶୀତଳଷଷ୍ଠୀ ଯାତ୍ରା । ଏହି ଆଡମ୍ବରପୂର୍ଣ୍ଣ ଶୋଭାଯାତ୍ରାରେ ପଶ୍ଚିମ ଓଡିଶାର ଲୋକବାଦ୍ୟ, ମେଲୋଡି, ବାଇ ନାଚ ଆଦି ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଅନେକ ସାଂସ୍କୃତିକ ଦଳ ନିଜକୁ ସାମିଲ କରିଛନ୍ତି ।

ମନ୍ଦିର ଫେରିଲେ ଦେବ ଦମ୍ପତି

ଶ୍ରଦ୍ଧାଳୁମାନେ ବାବା ଚନ୍ଦ୍ରଶେଖରଙ୍କ ୧୦୮ ଭରି ସ୍ବର୍ଣ୍ଣ ନାଗ ପ୍ରତୀମା ତଥା ସହରର ଅଷ୍ଟ ବିଷ୍ଣୁ ଓ ଅଷ୍ଟ ଶମ୍ଭୁଙ୍କ ଦର୍ଶନ ଲାଭ କରିଛନ୍ତି । ବର୍ଷକ ଥରେ ମାତ୍ର ଜିଲ୍ଲା କୋଷାଗାରରୁ ବାବା ଚନ୍ଦ୍ରଶେଖରଙ୍କ ନାଗ ପ୍ରତିମା, ଦେବଦେବୀଙ୍କ ରୂପା ଓ ସୁନା ଆଭୂଷଣ, ମହଣ ମହଣ ରୂପାରେ ତିଆରି ଛତି, ଛତ୍ର ଓ ବିମାନର ଦର୍ଶନ କରିବା ପାଇଁ ସୁଯୋଗ ପାଇଥାନ୍ତି । ଏହି ଅବସରରେ ହଜାର ହଜାର ଭକ୍ତଙ୍କ ସମାଗମ ପରିଲକ୍ଷିତ ହୋଇଥିଲା । ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.