ETV Bharat / state

ସୁବର୍ଣ୍ଣପୁରରେ ଲକଡାଉନ: ସାଇକେଲରେ ଆସିବାକୁ ପୋଲିସର ଅନୁରୋଧ

author img

By

Published : Apr 8, 2020, 4:06 PM IST

Updated : Apr 8, 2020, 4:16 PM IST

କୋରୋନା ସଂକ୍ରମଣକୁ ରୋକିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କଡାକଡି ଭାବେ ଲକଡାଉନ କରାଯାଇଛି । ସହରର ପ୍ରତିଟି ଛକରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯିବା ସହ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପୋଲିସ ନଜର ରଖିଛି । ଏହା ସହ କେହି କାର୍ଯ୍ୟରେ ବାହାରକୁ ଆସିଲେ ସାଇକେଲ ଅବା ଚାଲିଚାଲି ଆସିବାକୁ ପୋଲିସ ଜନସାଧାରଣଙ୍କୁ ଅନୁରୋଧ କରିଛି । ଅଧିକ ପଢନ୍ତୁ...

lock-down-in-subarnapur
ସୁବର୍ଣ୍ଣପୁରରେ ଲକଡାଉନ: ସାଇକେଲରେ ଆସିବାକୁ ପୋଲିସର ଅନୁରୋଧ

ସୁବର୍ଣ୍ଣପୁର: କୋରୋନା ସଂକ୍ରମଣକୁ ରୋକିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କଡାକଡି ଭାବେ ଲକଡାଉନ କରାଯାଇଛି । ସହରର ପ୍ରତିଟି ଛକରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯିବା ସହ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପୋଲିସ ନଜର ରଖିଛି ।

ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପୋଲିସ କର୍ମଚାରୀମାନେ ସହର ଭିତରକୁ ପ୍ରବେଶ କରୁଥିବା ଗାଡ଼ିମଟର ସବୁ ଯାଞ୍ଚ କରୁଛନ୍ତି । ଏହା ସହ ସଂକ୍ରମଣ ରୋକିବା ପାଇଁ ମାସ୍କ ଅବା ଫେସ କଭର ବ୍ୟବହାର କରିବାକୁ ସଚେତନତା ସୃଷ୍ଟି କରୁଛନ୍ତି ।

ଆଜି ସଦର ଏସଡିପିଓ ମିହିର ପଣ୍ଡା ନଳିନୀ ଛକରେ ବିନା କାମରେ ମୋଟର ସାଇକେଲରେ ସହର ଭିତରେ ବୁଲୁଥିବା 20 ଜଣଙ୍କର ମୋଟର ସାଇକେଲ ଜବତ କରିଛନ୍ତି । ଆଜିଠାରୁ କେହି କାର୍ଯ୍ୟରେ ବାହାରକୁ ଆସିଲେ ସାଇକେଲ ଅବା ଚାଲିଚାଲି ଆସିବାକୁ ପୋଲିସ ଜନସାଧାରଣଙ୍କୁ ଅନୁରୋଧ କରିଛି । ସରକାରୀ କାର୍ଯ୍ୟରେ ଥିବା କର୍ମଚାରୀମାନେ କେବଳ ମୋଟରସାଇକେଲରେ ଯାଇ ପାରିବେ ବୋଲି ପୋଲିସ କହିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Apr 8, 2020, 4:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.