ETV Bharat / state

ଚୋରି କରି ନିସ୍ତୁକ ମାଡ ଖାଇଲେ ଅଧ୍ୟାପକ, ଭିଡିଓ ଭାଇରାଲ - bottle shop

ପାନ ଦୋକାନରୁ ଚୋରି କରି ଗ୍ରାମବାସୀଙ୍କ ଠୁ ନିର୍ଦ୍ଦୁମ ଛେଚା ଖାଇଲେ ଅଧ୍ୟାପକ । ସହଯୋଗୀଙ୍କ ସହ ଚୋରି କରିବା ସମୟରେ ଧରାପଡିଲେ ଅଧ୍ୟାପକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା ସୁବର୍ଣ୍ଣପୁର
author img

By

Published : Jun 6, 2019, 7:57 AM IST

ସୁବର୍ଣ୍ଣପୁର: ପାନ ଦୋକାନରୁ ଚୋରି । ପରେ ଗ୍ରାମବାସୀଙ୍କ ଠୁ ନିର୍ଦ୍ଦୁମ ଛେଚା । ସହଯୋଗୀଙ୍କ ସହ ଚୋରି କରିବା ସମୟରେ ଧରା ପଡିଲେ ଅଧ୍ୟାପକ । ଜଣେ ଅଧ୍ୟାପକଙ୍କ ଏଭଳି କାଣ୍ଡ କାରନାମା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଭଳି ଲଜ୍ଜାକର ଘଟଣା ସୁବର୍ଣ୍ଣପୁର ଜିଲ୍ଲା ଡଙ୍ଗୁରିପାଲି ବ୍ଳକ ସୋହେଲା ଗାଁର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ସୁବର୍ଣ୍ଣପୁର

ଖବର ଅନୁଯାୟୀ, ଗତକାଲି ରାତିରେ ସୋହେଲା ଗାଁ ଛକରେ ଥିବା ପାନ ଦୋକାନରୁ ଅଧ୍ୟାପକ ମହାଶୟ ଦୋକାନ ଟିଣ କବାଟ ଭାଙ୍ଗି ନିଜର କେତେଜଣ ସହଯୋଗୀଙ୍କ ସହ ଚୋରି କରୁଥିଲେ । ଏହି ସମୟରେ ଗାଁର କିଛି ଲୋକ ପାନ ଦୋକାନରେ ଆସି ପହଞ୍ଚିଥିଲେ । ଲୋକେ ଆସୁଥିବା ଜାଣିପାରି ଅଧ୍ୟାପକ ମହାଶୟଙ୍କ ସାଥୀ ଚୋର ଫେରାର ହୋଇ ଯାଇଥିଲା । ହେଲେ ଅଧ୍ୟାପକ ମହାଶୟ ଫେରାର ହୋଇ ପାରିନଥିଲେ । ଏପରିକି ଯେଉଁ ବାଇକରେ ଅଭିଯୁକ୍ତ ଦୁଇଜଣ ଚୋରି କରିବାକୁ ଆସିଥିଲେ ତାକୁ ବି ନେଇ ପାରିନଥିଲେ ।

ଗ୍ରାମବାସୀ ମାନେ ଅଧ୍ୟାପକ ଜଣଙ୍କୁ କାବୁ କରିବା ସହିତ ଏକ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଥିଲେ । ପରେ ଡୁଂଗୁରିପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧ୍ୟାପକ ଜଣଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଛି । ମିଳିଥିବା ସୂଚନା ଅନୁସାରେ, ଅଧ୍ୟାପକ ଜଣକ ସ୍ଥାନୀୟ ଏକ ମହାବିଦ୍ୟାଳୟର ଓଡିଆ ଅଧ୍ୟାପକ ଆଲୋକ ସେଠୀ ବୋଲି ଜଣାପଡିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Body:

DCD

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.