ETV Bharat / state

ଗ୍ରାମାଞ୍ଚଳରେ ଡାକ୍ତର ଅଭାବ, 150 ପରିବର୍ତ୍ତେ ଅଛନ୍ତି 70

author img

By

Published : Apr 4, 2021, 3:06 PM IST

ଜିଲ୍ଲାର ଗ୍ରାମାଞ୍ଚଳ ମାନଙ୍କରେ ଡାକ୍ତରଙ୍କ ଅଭାବ ଲାଗି ରହିଛି । ବିଶେଷକରି ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଓ ଚିକିତ୍ସା ପହଞ୍ଚି ପାରୁନାହିଁ । ଲୋକେ ସ୍ଥାନୀୟ ବୈଦ୍ୟ ଉପରେ ନିର୍ଭର କରୁଛନ୍ତି । ଅଧିକ ପଢନ୍ତୁ...

ଗ୍ରାମାଞ୍ଚଳରେ ଡାକ୍ତର ଅଭାବ, 150 ବଦଳରେ ଅଛନ୍ତି 70

ସୁବର୍ଣ୍ଣପୁର: ଜିଲ୍ଲାରେ ଗ୍ରାମାଞ୍ଚଳ ମାନଙ୍କରେ ଡାକ୍ତରଙ୍କ ଅଭାବ ଲାଗି ରହିଛି । ବିଶେଷକରି ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଓ ଚିକିତ୍ସା ପହଞ୍ଚି ପାରୁନାହିଁ । ଲୋକେ ସ୍ଥାନୀୟ ବୈଦ୍ୟ ଉପରେ ନିର୍ଭର କରୁଛନ୍ତି । ଏଭଳି ଏକ ଅଞ୍ଚଳ ହେଉଛି ଜିଲ୍ଲାର ସିଂଢୋଲ ଅଞ୍ଚଳ, ଯେଉଁଠି ଚିକିତ୍ସାଳୟ ତ ରହିଛି ହେଲେ ଚିକିତ୍ସକ ନାହାଁନ୍ତି।

ଦୀର୍ଘ ଦିନରୁ ଜଣେ ଡାକ୍ତର ନିଯୁକ୍ତି ଦେବା ପାଇଁ ଅଞ୍ଚଳବାସୀ ଦାବି କରି ଆସୁଛନ୍ତି ମାତ୍ର ଡାକ୍ତର ମିଳୁ ନାହାଁନ୍ତି ଫଳରେ ଲୋକେ ସାଧାରଣ ଜ୍ୱର ଓ ରୋଗ ପାଇଁ ଚିକିତ୍ସାଳୟର କମ୍ପାଉଣ୍ଡର ଉପରେ ନିର୍ଭର କରୁଛନ୍ତି କିମ୍ବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଛନ୍ତି । ସିଂଢୋଲ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଟି ଖୋଲିବା ପରେ ସ୍ଥାନୀୟ ଲୋକେ ମାଗଣାରେ ନିକଟରେ ସ୍ୱାସ୍ଥ୍ୟ ସେବା ଓ ଚିକିତ୍ସା ପାଇବେ ବୋଲି ଆଶା କରିଥିଲେ ମାତ୍ର ଆରମ୍ଭରୁ ହିଁ ଜଣକ ପରେ ଜଣେ ଡାକ୍ତର ନିଯୁକ୍ତି ଦିଆଯାଉଥିଲେ ବି ଡାକ୍ତର ମାନେ ଏହି ଆଭ୍ୟନ୍ତରୀଣ ଅଞ୍ଚଳରେ ନ ରହି ସହରାଞ୍ଚଳକୁ ଚାଲି ଆସୁଛନ୍ତି ।

ତେବେ ରୋଗୀମାନେ ବାଧ୍ୟ ହୋଇ ସ୍ଥାନୀୟ ବୈଦ୍ୟ କିମ୍ବା ଦୂରରେ ଥିବା ଚିକିତ୍ସାଳୟ ଉପରେ ନିର୍ଭର କରୁଛନ୍ତି । ତେବେ ଏହି ଡାକ୍ତରଖାନାରେ ଜଣେ ନିୟମିତ ଡାକ୍ତର ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଅପରପକ୍ଷେ ଜିଲ୍ଲାରେ 150 ଜଣ ଡାକ୍ତର ରହିବା ଯାଗାରେ ଅଛନ୍ତି ମାତ୍ର 70 ଜଣ ଡାକ୍ତର । ତେଣୁ ସିଂଢୋଲ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉଲୁଣ୍ଡା ଡାକ୍ତରଖାନାରୁ ସପ୍ତାହକ ଦୁଇ ଦିନ ପାଇଁ ଜଣେ ଡାକ୍ତର ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.