ETV Bharat / state

ସୂତାକଳରେ ଶ୍ରମିକ ଶୋଷଣ, ବକେୟା ଓ ଇପିଏଫ ଟଙ୍କା ଦେଉନଥିବା ଅଭିଯୋଗ - ସୋନପୁର ସୂତାକଳ

ସୋନପୁର ସୂତାକଳରେ ଶ୍ରମିକ ଶୋଷଣ ହେଉଥିବା ଅଭିଯୋଗ। ବକେୟା ଓ ଇପିଏଫ ଟଙ୍କା ମିଲ କର୍ତ୍ତୃପକ୍ଷ ଦେଉନଥିବା ଅଭିଯୋଗ କରିଛନ୍ତି ଶ୍ରମିକ। ଅଧିକ ପଢ଼ନ୍ତୁ

ସୋନପୁର ସୂତାକଳରେ ଶ୍ରମିକ ଶୋଷଣ ହେଉଥିବା ଅଭିଯୋଗ

author img

By

Published : May 5, 2023, 7:41 PM IST

ସୋନପୁର ସୂତାକଳରେ ଶ୍ରମିକ ଶୋଷଣ ହେଉଥିବା ଅଭିଯୋଗ

ସୁବର୍ଣ୍ଣପୁର: ସୋନପୁର ସୂତାକଳରେ ଶ୍ରମିକ ଶୋଷଣ ହେଉଥିବା ଅଭିଯୋଗ ହେଉଛି । ଜିଲ୍ଲାର ଏକମାତ୍ର ଶିଳ୍ପାନୁ୍ଷ୍ଠାନ ବାଲାଜୀ ଗଣପତି ସ୍ପିନିଂ ମିଲ୍‌ ଘରୋଇକରଣ ହେବା ପରେ ଶ୍ରମିକମାନଙ୍କ ଦାବି ମିଲ କର୍ତ୍ତୃପକ୍ଷ ଶୁଣୁ ନାହାନ୍ତି । ତିନି ବର୍ଷଧରି ଶ୍ରମିକମାନଙ୍କ ବକେୟା ଓ ଇପିଏଫ ଟଙ୍କା ମିଲ କର୍ତ୍ତୃପକ୍ଷ ଦେଉନଥିବା ଅଭିଯୋଗ କରିଛନ୍ତି ଶ୍ରମିକ । ଏହାସହ ସରକାର ଏହି ମିଲ୍‌କୁ ନିଜ ହାତକୁ ନେଇ ପୁଣି କାର୍ଯ୍ୟ ଆରମ୍ଭ କରିବାକୁ ଦାବି କରିଛନ୍ତି ଶ୍ରମିକ ।

ଶ୍ରମିକଙ୍କ ଅଭିଯୋଗ ଅନୁଯାୟୀ, ବାରମ୍ବାର ଆନ୍ଦୋଳନ କରିବା ପରେ ଶ୍ରମିକମାନଙ୍କୁ ବକେୟା ଦରମା ଓ ଇପିଏଫ ଟଙ୍କା ମିଲ୍‌ କର୍ତ୍ତୃପକ୍ଷ ଦେବା ପାଇଁ ସମ୍ମତି ପ୍ରଦାନ କରିଥିଲେ । ସୂତାକଳ ମ୍ୟାନେଜର ଜିଲ୍ଲା ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ମାସକ ଭିତରେ ବକେୟା ଦରମା ଶ୍ରମିକ ଓ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ ବୋଲି ଲିଖିତ ପ୍ରତିଶୃତି ବି ଦେଇଥିଲେ । ହେଲେ ଇତିମଧ୍ୟରେ ବର୍ଷାଧିକ ସମୟ ବିତି ଯାଇଥିଲେ ବି ଶ୍ରମିକମାନେ କିନ୍ତୁ ତାଙ୍କ ପାଉଣା ପାଇବାକୁ ବଞ୍ଚିତ ।

ସୂତାମିଲର ଇତିହାସ: ହଜାରେ ଦିନରେ ହଜାରେ ଶିଳ୍ପ ନାଁରେ କଂଗ୍ରେସ ଶାସନକାଳରେ ପ୍ରତିଷ୍ଠା କରାଯାଇଥିଲା ଏହି ସୂତାକଳ । ଏହା କଳରେ କାର୍ଯ୍ଯ କରୁଥିବା ଶ୍ରମଜିବୀମାନଙ୍କ ଆର୍ଥିକ ଅବସ୍ଥା ବେଶ ସ୍ବଚ୍ଛଳ ଥିଲା । ହଜାରହଜାର ଶ୍ରମିକଙ୍କ ଯାଆସରେ ବେଶ ଚଳଚଞ୍ଚଳ ଥିଲା ସୂତାକଳ ପରିବେଶ । ପ୍ରତିଦିନ ତିନୋଟି ସିଫ୍ଟରେ ହଜାର ହଜାର ଶ୍ରମିକ କାର୍ଯ୍ୟ କରି ନିଜ ଗୁଜୁରାଣ ମେଣ୍ଟାଉ ଥିଲେ ।

ହେଲେ 2007 ମସିହାରେ ଘରୋଇକରଣ ହେବା ପରେ ସୂତାକଳ କେବେ ଚାଲୁଛି ତ କେବେ ପୁଣି ବନ୍ଦ ରହୁଛି । ମେସିନ ଖରାପ ଓ ବିଦ୍ୟୁତ ବିଭ୍ରାଟ ଆଦି ବିଭିନ୍ନ ଆଳ ଦେଖାଇ ମାସମାସ ସୂତାକଳ ବନ୍ଦ ରହୁଛି । ଘରୋଇକରଣ ହେବା ପରେ ମିଲ୍‌ କର୍ତ୍ତୃପକ୍ଷ ନୂତନ ମେସିନ ଲଗାଇ ମିଲ୍‌କୁ ସ୍ବୟଂ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ରାଜ୍ୟ ସରକାର ବି ଘରୋଇକରଣ ପୂର୍ବରୁ କମ୍ପାନୀକୁ ମିଲ୍‌ 100 ପ୍ରତିଶତ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦେଇ ହସ୍ତାନ୍ତର କରିଥିଲେ ।

ହେଲେ ଲାଭଖୋର ମନୋବୃତ୍ତି ନେଇ ସହର ଭିତରେ ଥିବା ମିଲର ଭୂସମ୍ପତ୍ତି ଓ କୋଠାବାଡି କିଛି ବର୍ଷ ପରେ ବିକ୍ରି କରିବା ଉଦ୍ଦେଶ୍ୟରେ ମିଲ୍‌ କର୍ତ୍ତୃପକ୍ଷ ଏବେ ନାଁକୁ ମାତ୍ର ମିଲ୍‌ ଚଲାଉଥିବା ଅଭିଯୋଗ ହେଉଛି । ତେବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଥିବା ଏହି ସୂତାକଳକୁ ପୁଣି ରାଜ୍ୟ ସରକାର ନିଜ ହାତକୁ ନେଇ ଶ୍ରମିକ ଓ କର୍ମଚାରୀଙ୍କ ଆଶା ଆକାଂକ୍ଷା ପୂରଣ କରିବା ପାଇଁ ଶ୍ରମିକ ସଂଘର ଉପାଦେଷ୍ଟା ବଳଦେବ ବେଦବାଗ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.