ETV Bharat / state

କୃଷ୍ଣଚୁଡା ସହର ସୁବର୍ଣ୍ଣପୁର, ନାଲି ଓଢଣୀରେ ଢାଙ୍କି ହୋଇ ଖିଲି ଖିଲି ହସୁଛି ଧରଣୀ - ସୁବର୍ଣ୍ଣପୁରରେ କୃଷ୍ଣଚୁଡାର ସମ୍ଭାର ବେଶ ମନଲୋଭା

ସୁବର୍ଣ୍ଣପୁରରେ କୃଷ୍ଣଚୁଡାର ସମ୍ଭାର ବେଶ ମନଲୋଭା ଓ ଆକର୍ଷଣୀୟ । ହେଲେ ଆଗ ଭଳି ଆଉ ନାହିଁ କୃଷ୍ଣଚୁଡା ଗଛ । ଅଧିକ ପଢ଼ନ୍ତୁ

ସୁବର୍ଣ୍ଣପୁରରେ କୃଷ୍ଣଚୁଡାର ସମ୍ଭାର ବେଶ ମନଲୋଭା

author img

By

Published : May 12, 2023, 12:28 PM IST

ସୁବର୍ଣ୍ଣପୁରରେ କୃଷ୍ଣଚୁଡାର ସମ୍ଭାର ବେଶ ମନଲୋଭା

ସୁବର୍ଣ୍ଣପୁର: କୃଷ୍ଣଚୁଡାର ସହର ସୁବର୍ଣ୍ଣପୁର । ସହରର ସୋନପୁର ମହାବିଦ୍ୟାଳୟ ରାସ୍ତାରେ କୃଷ୍ଣଚୁଡାର ସମ୍ଭାର ବେଶ ମନଲୋଭା ଓ ଆକର୍ଷଣୀୟ ଲାଗୁଛି । ପ୍ରକୃତିରାଣୀ ଏଇ ଗ୍ରୀଷ୍ମରେ ଯେପରି ନାଲି ଓଢଣୀରେ ଢାଙ୍କି ହୋଇଥିବା ପରି ମନେ ହେଉଛି । ସହରର ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରୁ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ଯାଏଁ ଶତାଧିକ କୃଷ୍ଣଚୁଡା ଗଛରେ ପେନ୍ଥା ପେନ୍ଥା ହୋଇ ଫୁଲ ଫୁଟିଛି । କୃଷ୍ଣଚୁଡାର ଗଛ ତଳେ ଚାଦର ପଡିଥିବା ପରି ନାଲି କୃଷ୍ଣଚୁଡା ଫୁଲ ବିଛେଇ ହୋଇ ପଡୁଛି । ସତେ ଯେମିତି ଲାଗୁଛି ସକାଳୁ ସକାଳୁ ପ୍ରକୃତିରାଣୀ ବାଟୋଇମାନଙ୍କ ପାଇଁ ନାଲି କାର୍ପେଟ ବିଛେଇ ଦେଇଛି ।

କୃଷ୍ଣଚୁଡାର ସହର ସୁବର୍ଣ୍ଣପୁର: ସହରର ବିଭିନ୍ନ ସ୍ଥାନରେ କୃଷ୍ଣଚୁଡାର ସମ୍ଭାର ଦେଖିବାକୁ ମିଳିଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରାସ୍ତା , ସୋନପୁର ମହାବିଦ୍ୟାଳୟ ରାସ୍ତା, ପଟାଭାଡ଼ି ରାସ୍ତା, ବାବା ରାମେଶ୍ୱର ରାସ୍ତାର ଦୁଇ ପାର୍ଶ୍ଵରେ କିଲୋମିଟର ବ୍ୟାପି କୃଷ୍ଣଚୁଡା ଗଛ ଦେଖିବାକୁ ମିଳୁଥିଲା । ପୁରୁଣା ଗଛ ସବୁ ଗ୍ରୀଷ୍ମରେ ଯାତ୍ରୀମାନଙ୍କୁ ଛାଇ ପ୍ରଦାନ କରୁଥିବା ସହିତ ନାଲି କୃଷ୍ଣଚୁଡାର ଫୁଲରେ ପ୍ରକୃତି ବେଶ ଲୋଭନୀୟ ଲାଗୁଥିଲା । ହେଲେ ରାସ୍ତା ପ୍ରଶସ୍ତି କରଣ କରିବା ପାଇଁ ସହରର ବିଭିନ୍ନ ରାସ୍ତାରେ ଥିବା ଶତାଧିକ କୃଷ୍ଣଚୁଡା ଗଛ କାଟି ଦିଆଗଲା । ଯାହା ଫଳରେ ସହରରେ ଏବେ କିଛି ସ୍ଥାନରେ ଗଛ ଦେଖିବାକୁ ମିଳୁଛି ।

ସୁବର୍ଣ୍ଣପୁରବାସୀଙ୍କ ଅଭିଯୋଗ: ରାସ୍ତା ପ୍ରଶସ୍ତିକରଣ ନାଁରେ ପ୍ରଶାସନ କୃଷ୍ଣଚୁଡା ସହିତ ପଲାସ ,ନିମ୍ବ, ଆମ୍ବ, ଜାମୁ ଆଦି ଗଛ ସହିତ ଅନେକ ପୁରୁଣା ବରଗଛକୁ ବି କାଟି ଦେଇଛି । ଏପରିକି ସହରର ବସଷ୍ଟାଣ୍ଡ ଚତୁର୍ପାର୍ଶ୍ୱରେ ଥିବା ଗଛ ସବୁ କାଟି ଦିଆଯାଇ ପୌର ପରିଷଦ ପକ୍ଷରୁ ଦୋକାନ ଘର ତିଆରି କରାଗଲା । ଫଳରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମରେ ମଣିଷ କି ପଶୁ ସଭିଏଁ ଛାଇ ମୁହାଁ ହେଉଥିବା ବେଳେ କିଲୋମିଟର ବ୍ୟାପି ରାସ୍ତାରେ ଗଛର ଛାଇ ଟିକିଏ ପାଉ ନାହାଁନ୍ତି । ପରିବେଶ ପ୍ରେମୀଙ୍କୁ ସହରରେ ବ୍ୟାପକ ପରିମାଣରେ ଵୃକ୍ଷ ରୋପଣ ପାଇଁ ନିର୍ଭର ପ୍ରତିଶୃତି ଦେଇ ପୌର ପରିଷଦ ଗଛ ସବୁ କାଟି ଦେଇଥିବା ବେଳେ ଗୋଟିଏ ହେଲେ ବି ଗଛ ଲଗାଇ ନାହିଁ। ଏବେ ଅଳ୍ପ କିଛି କୃଷ୍ଣଚୁଡା ଗଛ ଦେଖିବାକୁ ମିଳେ ସୋନପୁର ମହାବିଦ୍ୟାଳୟ ରାସ୍ତାରେ । ରାସ୍ତାର ଉଭୟ ପାର୍ଶ୍ୱରେ କୃଷ୍ଣଚୁଡା ଗଛ ସହିତ ମଝିରେ ମଝିରେ ରାଧାଚୁଡା ଗଛ ବି ଦେଖିବାକୁ ମିଳୁଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.