ETV Bharat / state

ସୁବର୍ଣ୍ଣପୁରରେ ଶ୍ରୀକୃଷ୍ଣ ଜନ୍ମ ମହୋତ୍ସବ ପାଳିତ

author img

By

Published : Aug 30, 2021, 5:52 PM IST

ସୁବର୍ଣ୍ଣପୁରରେ ଆନନ୍ଦ ଉଲ୍ଲାସରେ ପବିତ୍ର ଜନ୍ମାଷ୍ଟମୀ ପାଳିତ ହୋଇଛି । ସହରର ଅଷ୍ଟବିଷ୍ଣୁଙ୍କ ମନ୍ଦିରରେ ହରିବଂଶ ପୁରାଣର ଶ୍ରୀକୃଷ୍ଣ ଜନ୍ମ ଅଧ୍ୟାୟ ପାଠ କରାଯାଉଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁରରେ ଶ୍ରୀକୃଷ୍ଣ ଜନ୍ମ ମହୋତ୍ସବ ପାଳିତ
ସୁବର୍ଣ୍ଣପୁରରେ ଶ୍ରୀକୃଷ୍ଣ ଜନ୍ମ ମହୋତ୍ସବ ପାଳିତ

ସୁବର୍ଣ୍ଣପୁର: ଜିଲ୍ଲାରେ ଅତି ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଉଛି ଶ୍ରୀକୃଷ୍ଣ ଜନ୍ମ ମହୋତ୍ସବ । କୋରୋନା କଟକଣା ଭିତରେ ପୁର ପଲ୍ଲୀରୁ ଆରମ୍ଭ କରି ସହରର ଅଷ୍ଟବିଷ୍ଣୁଙ୍କ ମନ୍ଦିର ସବୁଠାରେ ହରିବଂଶ ପୁରାଣର ଶ୍ରୀକୃଷ୍ଣ ଜନ୍ମ ଅଧ୍ୟାୟ ପାଠ କରାଯାଉଛି । ମହିଳାମାନେ ବାଳ ଗୋପାଳଙ୍କୁ ପଞ୍ଚାମୃତ ଓ ଗଙ୍ଗାଜଳରେ ସ୍ନାନ କରାଇ ଧୂପ, ଦୀପ ପ୍ରଦାନ କରିବା ସହିତ ପାରମ୍ପରିକ ରୀତିନୀତିରେ ପୂଜା ଆରାଧନା କରୁଛନ୍ତି ।

ଅଷ୍ଟ ବିଷ୍ଣୁଙ୍କ ମନ୍ଦିର ସମେତ ପୁରପଲ୍ଲୀରେ ଥିବା ବିଷ୍ଣୁ ମନ୍ଦିର ଗୁଡିକରେ ପୁରାଣ ପାଠ, ସଂକୀର୍ତ୍ତନ ଆଦିର ଆୟୋଜନ କରାଯାଇଛି । ପାହାନ୍ତାରୁ ଶ୍ରଦ୍ଧାଳୁମାନେ କୋଭିଡ କଟକଣା ଭିତରେ ବିଷ୍ଣୁ ମନ୍ଦିର ଗୁଡିକରେ ଦର୍ଶନ କରିଛନ୍ତି । ସହରର ଅଷ୍ଟବିଷ୍ଣୁଙ୍କ ମନ୍ଦିର ଗୁଡିକରେ ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସେହିପରି ଶ୍ରଦ୍ଧାଳୁମାନେ ମାସ୍କ ବ୍ୟବହାର କରିବା, ହାତ ସାନିଟାଇଜ ତଥା ସାମାଜିକ ଦୂରତ୍ବ ରକ୍ଷା କରି ଦର୍ଶନ କରୁଛନ୍ତି । ମହିଳା ଶ୍ରଦ୍ଧାଳୁମାନେ ଆଜି କାୟ ମନୋବାକ୍ୟରେ ଉପବାସ ରହିବା ସହିତ ଶ୍ରୀକୃଷ୍ଣ ପ୍ରେମରେ ବିମୋହିତ ହୋଇ ପଡିଥିବା ଦେଖିବାକୁ ମିଳିଛି ।

ପରମ୍ପରା ଅନୁଯାୟୀ ଆଜି ରାତ୍ରୀର ଦ୍ବିତୀୟ ପ୍ରହରରେ ଶ୍ରୀକୃଷ୍ଣ ଜନ୍ମ ପାଳନ କରିବା ପାଇଁ ସଭିଏଁ ବେଶ ଆଗ୍ରହର ସହିତ ଅପେକ୍ଷା କରିଛନ୍ତି । ତେବେ ଆଜି ଛୋଟ ଛୋଟ ପୁଅଝିଅମାନେ ଶ୍ରୀକୃଷ୍ଣ ବେଶ ଧାରଣ କରି ବିଭିନ୍ନ ଅନୁଷ୍ଠାନରେ ପ୍ରତିଯୋଗିତାରେ ଭାଗ ନେଇଥିବା ଦେଖିବାକୁ ମିଳିଛି । ସାରା ଜିଲ୍ଲାରେ ଆଜି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବାବେଳେ ଆଜି ମଧ୍ୟରାତ୍ରରେ ଶ୍ରୀକୃଷ୍ଣ ଜନ୍ମ ପାଳନ ପରେ ଆସନ୍ତାକାଲି ନନ୍ଦୋତ୍ସବ ପାଳନ କରାଯିବ ।

ଶୈବ, ଶାକ୍ତ, ବୈଷ୍ଣବ, ନାଥ ଓ ମହିମା ଆଦିର ଧର୍ମପୀଠ ଭାବେ ପରିଚିତ ସୋନପୁର ଗଡଜାତରେ ଆଜି ଏକ ଶ୍ରୀକୃଷ୍ଣ ଭାବମୟ ପରିବେଶ ସୃଷ୍ଟି ହୋଇଥିବାବେଳେ ମଧ୍ୟରାତ୍ରରେ ଅନେକ ଅନୁଷ୍ଠାନ ଓ ମନ୍ଦିର ଗୁଡିକ ପକ୍ଷରୁ ଶ୍ରୀକୃଷ୍ଣଙ୍କ ଗୋପ ଗମନର ନାଟ୍ୟ ଓ ଅଭିନୟ ପାଇଁ ମଧ୍ୟ ଆୟୋଜନ କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.