ETV Bharat / state

ମହାମାରୀରେ ବି ଜୀବିତ ଜୀଉଁତିଆଁ ଓଷା - ଜୀଉଁତିଆ ଓଷା

ମହାମାରୀ ପରିସ୍ଥିତି ସତ୍ତ୍ବେ ନିଜ ଐତିହ୍ୟ ଓ ପରମ୍ପରାକୁ ଭୁଲି ନାହାନ୍ତି ସୁବର୍ଣ୍ଣପୁର ଗଡଜାତବାସୀ । ଆଜିକା ସମୟରେ ବି ପୁରୁଣା ଜୀଉଁତିଆ ଓଷାକୁ ବଞ୍ଚାଇ ରଖଛନ୍ତି ଏଠାକାର ଅଧିବାସୀ । ଏନେଇ ଗୁରୁବାର ଗାଁରୁ ସହର ସବୁଠି ମା’ମାନେ ଅତି ନିଷ୍ଠାର ସହ ଏହି ବ୍ରତକୁ ପାଳନ କରିଥିଲେ । ଅଧିକ ପଢନ୍ତୁ...

subarnapur latest news, jiuntia culture in subarnapur, jiuntia culture, jiuntia culture in gadajata, ସୁବର୍ଣ୍ଣପୁର ଲାଟେଷ୍ଟ ନ୍ୟୁଜ୍‌, ସୁବର୍ଣ୍ଣପୁରରେ ଜୀଉଁତିଆ ଓଷା, ଜୀଉଁତିଆ ଓଷା, ଗଡଜାତରେ ଜୀଉଁତିଆ ଓଷା
ମହାମାରୀରେ ବି ଜୀବିତ ଜୀଉଁତିଆଁ ଓଷା
author img

By

Published : Sep 11, 2020, 12:03 PM IST

ସୁବର୍ଣ୍ଣପୁର: ମହାମାରୀ ପରିସ୍ଥିତି ସତ୍ତ୍ବେ ନିଜ ଐହିହ୍ୟ ଓ ପରମ୍ପରାକୁ ଭୁଲି ନାହାନ୍ତି ସୁବର୍ଣ୍ଣପୁର ଗଡଜାତବାସୀ । ଆଜିକା ସମୟରେ ବି ପୁରୁଣା ଜୀଉଁତିଆ ଓଷାକୁ ବଞ୍ଚାଇ ରଖଛନ୍ତି ଏଠାକାର ଅଧିବାସୀ । ଏନେଇ ଗୁରୁବାର ଗାଁରୁ ସହର ସବୁଠି ମା’ମାନେ ଅତି ନିଷ୍ଠାର ସହ ଏହି ବ୍ରତକୁ ପାଳନ କରିଥିଲେ । ସାରା ପଶ୍ଚିମ ଓଡିଶାରେ ଏହି ଓଷା ପାଳନ କରାଯାଉଥିବା ବେଳେ ସୁବର୍ଣ୍ଣପୁରରେ ସ୍ବର୍ଣ୍ଣପୁର ମହାରାଜ ଗୃହ କୃତ୍ୟ ଚନ୍ଦ୍ରୀକା ବିଧି ବିଧାନ ଅନୁଯାୟୀ ଏହି ବ୍ରତ ପାଳନ କରାଯାଇଥିଲା।

ମହାମାରୀରେ ବି ଜୀବିତ ଜୀଉଁତିଆଁ ଓଷା

ମା’ ମାନେ ଅତି ନିଷ୍ଠାର ସହିତ ଉପବାସ କରି ନିଜର ସନ୍ତାନ ସନ୍ତତୀଙ୍କ ପାଇଁ 108 ଅକ୍ଷତ ଦୁବ ଅରୁଆ ଚାଉଳକୁ ବିଡା କରି ଜୀଉଁତିଆ ଦେଇ ମା’ ଦୂତି ବାହନଙ୍କ ପାଖରେ ସମର୍ପଣ କରିଥିଲେ । ଏଥିସହ 7 ପ୍ରକାରର ଫଳ, ଫୁଲ ସହିତ ଧୂପ, ଦୀପ ଓ ନୈବେଦ୍ୟ ଦେଇ ପୁଅ ଝିଅଙ୍କ ମଙ୍ଗଳ ମନାସୀ ଦୀର୍ଘାୟୁ ମଧ୍ୟ କାମନା କରିଥିଲେ । ଏହି ଓଷା ଏକ ଧାର୍ମିକ ଭାବନା ସୃଷ୍ଟି କରିବା ସହିତ ମା’ ଓ ସନ୍ତାନ ସନ୍ତତୀଙ୍କର ସମ୍ପର୍କକୁ ଦୃଢ କରେ ବୋଲି କାହିଁ କେଉଁ କାଳରୁ ରହି ଆସିଛି ଅଗାଢ ବିଶ୍ବାସ । ଯାହା ଏକ ସାମାଜିକ ଓ ପାରିବାରିକ ବନ୍ଧନର ଭାବନାକୁ ଏହି ମହାମାରୀ ବେଳାରେ ବି ଆହୁରି ମଜଭୁତ କରିପାରିଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.