ETV Bharat / state

ଅନ୍ଧାର କୋଠରୀ ଭିତରେ ପ୍ରିୟାନ୍ସଙ୍କ 5 ବର୍ଷ, ପ୍ରଶାସନକୁ ଅପେକ୍ଷା - ମାନସିକ ସୁସ୍ଥତା ସରକାରୀ ସହାୟତାକୁ ଅପେକ୍ଷା ଖବର

ଅନ୍ଧାର କୋଠରୀ ଭିତରେ ପାଞ୍ଚ ବର୍ଷ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାର ପ୍ରିୟାନ୍ସ ମହାକୁଡଙ୍କ କାହାଣୀ । ଦିନେ କି ଦୁଇ ଦିନ ନୁହେଁ ପାଞ୍ଚ ବର୍ଷ ହେଲାଣି ଏଭଳି ଘରେ ବନ୍ଦୀ ରହି ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ସହାୟତାକୁ ଅପେକ୍ଷା କରିଛନ୍ତି । ଅଧିକ ପଢନ୍ତୁ...

ଅନ୍ଧାର କୋଠରୀ ଭିତରେ 20 ବର୍ଷିୟ ପ୍ରିୟାନ୍ସ ,ସରକାରୀ ସହାୟତାକୁ ଅପେକ୍ଷା

author img

By

Published : Oct 23, 2020, 5:11 PM IST

ସୁବର୍ଣ୍ଣପୁର: ଅନ୍ଧାର କୋଠରୀ ଭିତରେ 20 ବର୍ଷୀୟ ଯୁବକ । ଏ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାର ପ୍ରିୟାନ୍ସ ମହାକୁଡଙ୍କ କାହାଣୀ । ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ପାଞ୍ଚ ବର୍ଷ ଅନ୍ଧାର କୋଠରୀ ଭିତରେ ବନ୍ଦୀ ଜୀବନ ବିତୁଛି ।

ଅନ୍ଧାର କୋଠରୀ ଭିତରେ 20 ବର୍ଷିୟ ପ୍ରିୟାନ୍ସ ,ସରକାରୀ ସହାୟତାକୁ ଅପେକ୍ଷା

ଜୀବନର ପନ୍ଦର ବର୍ଷ ସ୍ବାଭାବିକ ଭାବେ ଜୀବନ ଜିଇଁଲେ ହେଲେ ଷୋହଳ ବର୍ଷରେ ପଦାର୍ପଣ କରିବା ପରେ ଧୀରେ ଧୀରେ ମାନସିକ ଅସୁସ୍ଥତା ବଢ଼ିଲା ।15 ବର୍ଷ ଭିତରେ ନିଜ ପରିବାର ଓ ସାଙ୍ଗସାଥି ମେଳରେ ରହି ନିଜେ ମାଟ୍ରିକ ପାସ ବି କଲେ । ଇଚ୍ଛା କରିଥିଲେ ପାଠ ପଢି ମଣିଷମାନଙ୍କ ଭିତରେ ଜଣେ ମଣିଷ ଭାବେ ନିଜକୁ ଗଢିବେ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ଧିରେ ଧିରେ ପ୍ରିୟାନ୍ସ ମାନସିକ ଭାବେ ଅସୁସ୍ଥ ହୋଇ ପଡିଲେ । ଏବେ ପ୍ରିୟାନ୍ସ ଅନ୍ଧାର କୋଠରୀ ଭିତରେ । ଆଜିକୁ ପାଞ୍ଚ ବର୍ଷ ହେଲା ତାଙ୍କର ମାନସିକ ସୁସ୍ଥତା ହଜି ଯାଇଛି । ପ୍ରଥମେ ଘରୁ ବାହାରି ଏଣେତେଣେ ବୁଲି ବୁଲି ଆଉ ଘରକୁ ଫେରୁ ନ ଥିଲେ । ଧିରେ ଧିରେ ପ୍ରତିଟି ମୁହୂର୍ତ୍ତରେ ତାଙ୍କ ପାଖରେ ହିଂସ୍ରତା ଦେଖିବାକୁ ମିଳିଲା । ଫଳରେ ପରିବାର ଲୋକେ ତାଙ୍କୁ ଏକ ଘର ଭିତରେ ରଖିଛନ୍ତି । ପରିବାରର ଜଣେ ତାଙ୍କୁ ସବୁ ସମୟରେ ଜଗି ରହୁଛନ୍ତି । ଅନେକ ଜାଗାରେ ତାଙ୍କର ଚିକିତ୍ସା କଲେ । ହେଲେ ଅର୍ଥ ଅଭାବରୁ ତାଙ୍କର ସମ୍ପୂର୍ଣ୍ଣ ଚିକିତ୍ସା ହୋଇ ପାରିଲା ନାହିଁ ।

ସେପଟେ ପରିବାର ପାଇଁ ସରକାରୀ ସହାୟତା କହିଲେ ମାସିକ ଚାଉଳ ଓ ପ୍ରିୟାନ୍ସଙ୍କ ମାର ବାର୍ଦ୍ଧକ୍ୟ ଭତ୍ତା। ଅର୍ଥ କାହିଁ ଯେ ମାନସିକ ଅସୁସ୍ଥ ପୁଅର ଚିକିତ୍ସା କରିବେ । ଅନେକବାର ସରକାରୀ ବାବୁମାନଙ୍କୁ ପୁଅର ଚିକିତ୍ସା ପାଇଁ ଗୁହାରି କଲେଣି। ହେଲେ ସବୁ ସ୍ବାସ୍ଥ୍ୟ ଯୋଜନା ତାଙ୍କ ପରିବାର ପାଇଁ ମୂଲ୍ୟହୀନ ହୋଇଛି ଯେପରି ।ଏବେ କେବଳ ପ୍ରିୟାନ୍ସର ମାନସିକ ସୁସ୍ଥତା ପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ହିଁ ସାହା ଭରଷା ।

ସୁବର୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.