ETV Bharat / state

ପର୍ଯ୍ୟଟନ ପୀଠରେ ତ୍ରୁଟିପୂର୍ଣ୍ଣ ନାମଫଳକ ବ୍ୟବହାର, ଜନସାଧାରଣ ଅସନ୍ତୋଷ - ଐତିହାସିକ କୀର୍ତ୍ତିରାଜିର ପ୍ରଚାର ପ୍ରସାର

ସହରର ବିଭିନ୍ନ ପ୍ରାଚୀନ ଓ ଐତିହାସିକ ମନ୍ଦିର ଫାଟକ ଆଗରେ ତ୍ରୁଟିପୂର୍ଣ୍ଣ ନାମଫଳକ ବ୍ୟବହାର ନେଇ ଦେଖା ଦେଇଛି ଅସନ୍ତୋଷ । ଅଧିକ ପଢନ୍ତୁ

ପର୍ଯ୍ୟଟନ ପୀଠରେ ତ୍ରୁଟିପୂର୍ଣ୍ଣ ନାମଫଳକ ବ୍ୟବହାର

author img

By

Published : Apr 2, 2023, 3:09 PM IST

ପର୍ଯ୍ୟଟନ ପୀଠରେ ତ୍ରୁଟିପୂର୍ଣ୍ଣ ନାମଫଳକ ବ୍ୟବହାର

ସୁବର୍ଣ୍ଣପୁର: ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ସହରରେ ତ୍ରୁଟିପୂର୍ଣ୍ଣ ନାମ ଫଳକ ବ୍ୟବହାରକୁ ନେଇ ଦେଖାଦେଇଛି ଅସନ୍ତୋଷ । ସହରର ବିଭିନ୍ନ ପ୍ରାଚୀନ ଓ ଐତିହାସିକ ମନ୍ଦିର ଫାଟକ ଆଗରେ ତ୍ରୁଟିପୂର୍ଣ୍ଣ ନାମଫଳକ ବ୍ୟବହାର କରାଯାଇଥିବାରୁ ସହରର ଜନସାଧାରଣ ଓ ଯାତ୍ରୀ ପର୍ଯ୍ୟଟକ ମାନେ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ବେଶ ସମାଲୋଚନା କରୁଥିବା ଦେଖିବାକୁ ମିଳୁଛି । ଗତ ଦୁଇ ଦିନ ତଳେ ରାଜଧାନୀ ଭୁବନେଶ୍ବରରୁ ନାମଫଳକ ଗୁଡିକ ଆସିଥିଲା । ଜିଲ୍ଲା ପ୍ରଶାସନ, ଦେବୋତ୍ତର ବିଭାଗ ଓ ମନ୍ଦିର କମିଟିଗୁଡିକର ଅଗୋଚରରେ ତ୍ରୁଟିପୂର୍ଣ୍ଣ ନାମଫଳକଗୁଡିକ ଲଗାଇ ଦିଆ ଯାଇଛି । ତେବେ ଏହି ଫଳକକୁ ନେଇ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ତଥା ମନ୍ଦିର କମିଟିଗୁଡିକର କର୍ମକର୍ତ୍ତାଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ-ନିଜ ଘରକୁ ରାହୁଲ ଗାନ୍ଧୀଙ୍କ ନାମରେ କରିଦେଲେ ଜଣେ ମହିଳା, କହିଲେ ଏମିତି

ଜିଲ୍ଲାବାସୀଙ୍କ ଭାବାବେଗ ଉପରେ ପର୍ଯ୍ୟଟନ ବିଭାଗର କୁଠାରଘାତ କରିଥିବା ଅଭିଯୋଗ ହେଉଛି । ତେବେ ଫଳକରେ ସାଂଘାତିକ ତୃଟି ଥିବାରୁ ତୁରନ୍ତ ଏହି ଫଳକ ଗୁଡିକ ଅପସାରଣ କରି ନେବା ପାଇଁ ସହରର ବୁଦ୍ଧିଜୀବୀ ମାନେ ଜିଲ୍ଲା ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି । ସୁବର୍ଣ୍ଣପୁରର ଇଷ୍ଟ ଦେବ ବାବା ସୁବର୍ଣ୍ଣମେରୁଙ୍କ ମନ୍ଦିର ଆଗରେ ଲାଗିଥିବା ଫଳକରେ ଇଂରାଜୀରେ ମାଁ ସୁବର୍ଣ୍ଣମେରୁ ଲେଖା ଯାଇଛି । ସେହିପରି ପଞ୍ଚରଥ ଓ ରାମେଶ୍ବର ଆଦି ମନ୍ଦିରରେ ଲାଗିଥିବା ନାମଫଳକରେ ବି ସମାନ ତ୍ରୁଟି ରହିଛି ।

ଏହା ମଧ୍ୟ ପଢନ୍ତୁ-Fake Certificate Racket: ଖୋଳତାଡ ପାଇଁ ବଲାଙ୍ଗୀରରେ କ୍ରାଇମବ୍ରାଞ୍ଚ ଟିମ

ଐତିହାସିକ କୀର୍ତ୍ତିରାଜିର ପ୍ରଚାର ପ୍ରସାର ଓ ସୁରକ୍ଷାକୁ ନେଇ ସହରର ବିଭିନ୍ନ ସଂଗଠନ ପକ୍ଷରୁ ଜିଲ୍ଲା ପ୍ରଶାସନ, ଜିଲ୍ଲା ଦେବୋତ୍ତର ବିଭାଗ ତଥା ରାଜ୍ୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଉଛି । ହେଲେ ମନ୍ଦିରଗୁଡିକର ସୁରକ୍ଷା, ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ କେହି ଧ୍ୟାନ ଦେଉ ନ ଥିବା ବେଳେ ତ୍ରୁଟିପୂର୍ଣ୍ଣ ନାମଫଳକ ଲଗାଇ ରାଜ୍ୟ ପର୍ଯ୍ୟଟନ ବିଭାଗ ହିନସ୍ତା ହେବା ହିଁ ସାର ହୋଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ଏହି କୀର୍ତ୍ତିରାଜିର ସୁରକ୍ଷା ଓ ବିକାଶ ଚିନ୍ତା କେବେ ବି କରି ନ ଥିବା ବେଳେ ସମସ୍ତଙ୍କ ଦୃଷ୍ଟି ଅଗୋଚରରେ ନାମଫଳକ ଲଗାଇ ତୀବ୍ର ସମାଲୋଚନାର ଶିକାର ହୋଇଛି । ଅନ୍ୟପଟେ ତୁରନ୍ତ ଏହି ତ୍ରୁଟିପୂର୍ଣ୍ଣ ନାମଫଳକଗୁଡିକ ହଟାଇ ନୂତନ ନାମଫଳକ ଲଗାଇବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.