ETV Bharat / state

ସୁବର୍ଣ୍ଣପୁରରେ ବେଆଇନ ଜବରଦଖଲ ଉଚ୍ଛେଦ ଆରମ୍ଭ - Illegal encroachment begins in Subarnapur

ସୁବର୍ଣ୍ଣପୁର ଜିଲ୍ଲା ସଦର ପୌରପରିଷଦ ସହରର ସୌନ୍ଦର୍ଯ୍ୟକରଣ ପାଇଁ ଉଦ୍ୟମ ଆରମ୍ଭ କରିଛି। ସହରର ପ୍ରମୁଖ ଗୁଣ୍ଡିଚା ଗୁଡ଼ି ଆଖପାଖ ଅଞ୍ଚଳରେ ବେଆଇନ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ କରିଛି। ଅଧିକ ପଢନ୍ତୁ...

Illegal encroachment begins in Subarnapur
ସୁବର୍ଣ୍ଣପୁରରେ ବେଆଇନ ଜବରଦଖଲ ଉଚ୍ଛେଦ ଆରମ୍ଭ
author img

By

Published : Mar 7, 2021, 9:26 PM IST

ସୁବର୍ଣ୍ଣପୁର: ଜିଲ୍ଲା ସଦର ପୌର ପରିଷଦ ସହରର ସୌନ୍ଦର୍ଯ୍ୟକରଣ ପାଇଁ ଉଦ୍ୟମ ଆରମ୍ଭ କରିଛି। ସହରର ପ୍ରମୁଖ ଗୁଣ୍ଡିଚା ଗୁଡ଼ି ଆଖପାଖ ଅଞ୍ଚଳରେ ବେଆଇନ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ କରିଛି।

ସୁବର୍ଣ୍ଣପୁରରେ ବେଆଇନ ଜବରଦଖଲ ଉଚ୍ଛେଦ ଆରମ୍ଭ

ବେଆଇନ ଭାବେ ଲୋକେ ଓ ବ୍ୟବସାୟୀମାନେ ରାସ୍ତାର ଉଭୟ ପାର୍ଶ୍ଵରେ ଯାଇଥିବା ଡ୍ରେନ ଉପରେ ଅବୈଧ ନିର୍ମାଣ କରିଥିଲେ। ଯେଉଁ ନିର୍ମାଣକୁ ଭାଙ୍ଗିବା ପାଇଁ ପୌର ପରିଷଦ ନୋଟିସ ଦେବା ସହିତ ସରକାରୀ ଜାଗାକୁ ଖାଲି କରିବା ପାଇଁ ନିର୍ଦେଶ ଦେଇଛି। ନିର୍ଦେଶକୁ ଅବମାନନା କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ସହିତ ଅବୈଧ ନିର୍ମାଣକୁ ଭାଙ୍ଗି ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ତେବେ ଲୋକେ ସରକାରୀ ଯାଗା ଉପରେ କରିଥିବା ବେଆଇନ ନିର୍ମାଣକୁ ନିଜେ ନିଜେ ଭାଙ୍ଗି ଦେଉଛନ୍ତି। ଜିଲ୍ଲାର ଅନେକ ସ୍ବେଚ୍ଛାସେବୀ ସରକାରୀ ଜାଗା ମାପ କରି ଜବରଦଖଲ ଉଚ୍ଛେଦ କରିବା ପାଇଁ ଦାବି କରିଛନ୍ତି । ପୌର ପରିଷଦ ଧର୍ମକୁ ଆଖିଠାର ବୋଲି ଅଭିଯୋଗ କରିଛନ୍ତି । ଦିନକୁ ଦିନ ରାସ୍ତା ସଙ୍କୁଚିତ ହେଉଥିବା ବେଳେ ରଥଯାତ୍ରା ସମୟରେ ରଥଟଣାରେ ଘୋର ଅସୁବିଧା ଦେଖା ଦେଉଥିଲା। ଏପରିକି ବଡ଼ ବଡ଼ ମାଲ ବୋଝେଇ ଟ୍ରକ ,ଚାରି ଚକିଆ ଯାନ ଆଦି ଯିବାଆସିବାରେ ଅନେକ ସମସ୍ୟା ଦେଖା ଦେଉଥିଲା।

ତେବେ ସରକାରୀ ଜାଗା ଖାଲି କରିବାରୁ ଡ୍ରେନ ସଫେଇ କାର୍ଯ୍ୟ ସହିତ ରାସ୍ତା ସମ୍ପ୍ରସାରଣ ହୋଇ ପାରିଛି। ଏପରି ବେଆଇନ ନିର୍ମାଣକୁ ପର୍ଯ୍ୟାୟ କ୍ରମେ ଭାଙ୍ଗି ଦିଆଯିବ ବୋଲି ପୌରପରିଷଦ ପକ୍ଷରୁ ସୂଚନା ମିଳିଛି। ପୌର ପରିଷଦର ଏପରି ଉଦ୍ୟମକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଉଥିବା ବେଳେ ଜମି ମାପ କରି ଜବରଦଖଲ ଉଚ୍ଛେଦ କରିବା ପାଇଁ ଦାବି ହେଉଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.