ETV Bharat / state

ସବୁ ସୀମା ଟପିଲା ନିର୍ଦ୍ଦୟ ସ୍ୱାମୀ, ସ୍ତ୍ରୀକୁ ଉଲଗ୍ନ କରି ବିଚ୍ ରାସ୍ତାରେ ମାଡ଼ ଅଭିଯୋଗ - subarnapur news

Assault on woman: ବର୍ବରତାର ସୀମା ଟପିଲା ସ୍ୱାମୀ । ସ୍ତ୍ରୀକୁ ବିଚ ରାସ୍ତାରେ ମାଡ଼ ମାରି କଲା ଲହୁଲୁହାଣ । ଚିକିତ୍ସିତ ଅବସ୍ଥାରେ ନିଜ କୁନି ଝିଅକୁ ଧରି ନ୍ୟାୟ ମାଗୁଛି ପୀଡିତା ସ୍ତ୍ରୀ । ଅନ୍ୟପଟେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ପଢନ୍ତୁ

ସବୁ ସୀମା ଟପିଲା ନିର୍ଦ୍ଦୟ ସ୍ୱାମୀ , ସ୍ତ୍ରୀକୁ ଉଲଗ୍ନ କରି ବିଚ୍ ରାସ୍ତାରେ ମାଡ଼ ଅଭିଯୋଗ

author img

By ETV Bharat Odisha Team

Published : Dec 30, 2023, 10:37 PM IST

ସବୁ ସୀମା ଟପିଲା ନିର୍ଦ୍ଦୟ ସ୍ୱାମୀ , ସ୍ତ୍ରୀକୁ ଉଲଗ୍ନ କରି ବିଚ୍ ରାସ୍ତାରେ ମାଡ଼ ଅଭିଯୋଗ

ସୁବର୍ଣ୍ଣପୁର: ସ୍ତ୍ରୀକୁ ମାଡ଼ ମାରିବା ପଡିଲା ମହଙ୍ଗା । ସ୍ତ୍ରୀକୁ ଉଲଗ୍ନ କରି ବିଚ୍ ରାସ୍ତାରେ ନିସ୍ତୁକ ମାଡ଼ ମାରିଥିବା ନିର୍ଦ୍ଦୟ ସ୍ୱାମୀ ଗୋଲୁକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପାରିବାରିକ ଓ ମହିଳା ନିର୍ଯାତନା ଅଭିଯୋଗରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ଜେଲ ଯିବାକୁ ପଡିଛି । ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରରେ । ପୀଡିତା ମହିଳା ଜଣକ ହେଉଛନ୍ତି ସହର ଭଣ୍ଡାରୀପଡାର ନନ୍ଦିନୀ ଓରଫ ନେନା ଶର୍ମା । ସେ ହେଉଛନ୍ତି ଜଣେ ଅନାଥ ଝିଅ ।ସେପଟେ ପୀଡିତାକୁ ପଡୋଶୀ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରି ମହିଳାକୁ ନ୍ୟାୟ ପ୍ରଦାନ ପାଇଁ ପୋଲିସର ଆଶ୍ରୟ ନେଇଛନ୍ତି ।

ପୀଡିତା ଜଣକ ନୃସିଂହନାଥ ଠାରେ ଥିବା କସ୍ତୁରବା ଗାନ୍ଧୀ ମାତୃ ନିକେତନ ନିଜର ଜୀବନ କଟେଇଥିଲେ । ତାଙ୍କୁ ୧୮ ବର୍ଷ ହେଲା ପରେ ଯୁକ୍ତଦୁଇ ପାଠ୍ୟକ୍ରମ ଶେଷକରି ଅନାଥା ଆଶ୍ରମରୁ ବାହାରି ନିଜ ଭରଣ ପୋଷଣ ପାଇଁ ବରଗଡ଼ର ଏକ ସପିଙ୍ଗ ମଲରେ କାମକରିଥିଲେ । ଏହା ମଧ୍ୟରେ ଧ୍ୟରେ ବାହାଘର ପ୍ରସ୍ତାବ ଆସିଥିଲା । ତରଭା ଭଣ୍ଡାରୀପଡା ନିବାସୀ ସୁମିତ ଶର୍ମା ଓରଫ ଗୋଲୁଙ୍କ ସହ ନୃସିଂହନାଥ ଶିବ ମନ୍ଦିରରେ ବୈଦିକ ରିତିରେ ତାଙ୍କର ବିବାହ ହୋଇଥିଲା । ଅନାଥ ଝିଅକୁ ସବୁ ସୁଖଦେଇ ରଖିବାର ପ୍ରତିଶୃତି ଦେଇଥିଲେ ଗୋଲୁ ଓ ତାଙ୍କ ପରିବାର ଲୋକେ ।

ତେବେ ନେନା ମଧ୍ୟ ନିଜ ପୁରୁଣା ଦିନକୁ ପାସୋରି ସ୍ୱାମୀ ଓ ଶାଶୁଘର ପାଇ ତାର ଦୁଃଖର ଦିନ ଶେଷ ହୋଇଗଲା ବୋଲି ଭାବିଥିଲା । ହେଲେ ବାହାଘରର କିଛିଦିନ ପରଠାରୁ ସ୍ୱାମୀଙ୍କ ନିର୍ଯ୍ୟାତନା ଆରମ୍ଭ ହୋଇଥିଲା ।ଏହାରି ଭିତରେ ନନ୍ଦନୀ ଓରଫ ନେନା ଓ ସୁମିତର ବିବାହକୁ ପାଞ୍ଚବର୍ଷ ବିତି ସାରିଛି । ଉଭୟଙ୍କର ଏକ ଛୋଟ ଝିଅ ଟିଏ ମଧ୍ୟ ରହିଛି । ହେଲେ ସ୍ୱାମୀ ଗୋଲୁର ନିର୍ଯ୍ୟାତନାର ସବୁ ସୀମା ଟପି ଯାଇଛି ।

ଏହା ମଧ୍ୟ ପଢନ୍ତୁ......ନାବାଳିକାକୁ ବେଆଇନ ପ୍ରସବ କରାଇବା ମାମଲାରେ ୪ ଗିରଫ

ସେ ନିଜ ମନର କୋହ ଦୁଃଖ ଅବା କହିବ ବା କାହାକୁ । ନୀତିଦିନ ପରି ସ୍ୱାମୀ ଆଜି ମଧ୍ୟ ବର୍ବରତାର ସବୁ ସୀମା ଟପାଇ ଦେଇଥିଲା । ସ୍ତ୍ରୀକୁ ଭୋର ସକାଳୁ ଉଲଗ୍ନ କରି ବିଚ୍ ରାସ୍ତାରେ ଏଭଳି ମାଡ ମାରିଥିଲା ଯେ ସେ ଅଚେତ ହୋଇ ପଡ଼ିଥିଲେ । ତରଭା ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ନିଜ କୁନି ଝିଅକୁ ଧରି ନ୍ୟାୟ ମାଗୁଛି ପୀଡିତା । ଭୋଭୋ କାନ୍ଦି ଗୁହାରୀ କରି ସାହାଯ୍ୟ ଭିକ୍ଷା କରିଛି ସେ ।ତାଙ୍କୁ ଓ କୁନି ଛୁଆର ଭବିଷ୍ୟତ ପାଇଁ ସାହାଯ୍ୟ ଭିକ୍ଷା କରିଛି ।

ଏ ଘଟଣା ପରେ ପୀଡିତା ଓ ସ୍ଥାନୀୟ ମହିଳାମାନେ ତରଭା ଥାନରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାକୁ ନେଇ କେସ ନମ୍ବର 303/23 ଦଫା 498A 294, 323, 307, 354, 354B, 506 ଧାରାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀ ସୁମିତ ଶର୍ମା ଓରଫ ଗୋଲୁକୁ କୋର୍ଟ ଚାଲାଣ କରିଥିବା ତଦନ୍ତକାରୀ ଅଧିକାରୀ ନିମେଇ ଚରଣ ବାରିକ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.