ସୁବର୍ଣ୍ଣପୁର: ଧର୍ମଶାଳା-ସମ୍ବଲପୁର ରାଜ୍ୟ ରାଜପଥର ମାଟୁପାଲି ଗାଁ ରାସ୍ତା କଡ ଜଙ୍ଗଲରୁ ମଣିଷ କଙ୍କାଳ ଉଦ୍ଧାର । କଳା ପଲିଥିନ ବ୍ୟାଗରେ ଏକ କଙ୍କାଳ ଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଘଟଣା ବିଷୟରେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଉଲଣ୍ଡା ପୋଲିସ ପହଞ୍ଚି କଙ୍କାଳକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
![ରାସ୍ତାକଡ ଜଙ୍ଗଲରୁ ମଣିଷ କଙ୍କାଳ ଉଦ୍ଧାର](https://etvbharatimages.akamaized.net/etvbharat/prod-images/od-son-01-skeleton-found-avo-od10013_08112020094529_0811f_1604808929_1028.png)
କାହାକୁ ହତ୍ୟା କରି ତାକୁ ପୋଡି ଦିଆଯାଇଛି । ପରେ ତାର କଙ୍କାଳକୁ ଆଣି ଏହି ସ୍ଥାନରେ ଫିଙ୍ଗି ଚାଲିଯାଇଥିବା ଅନୁମାନ କରାଯାଉଛି । ଏହି କଙ୍କଳା ଟି ମହିଳା କି ପୁରୁଷର ତାହା ବି ସଠିକ ଭାବେ ଜଣାପଡିନାହିଁ । ଏହି କଙ୍କାଳ କାହାର ଲାବ୍ରୋଟାରୀରେ ପରୀକ୍ଷା ପରେ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା,ଇଟିଭି ଭାରତ