ETV Bharat / state

ସୁବର୍ଣ୍ଣପୁରରେ ଲଗାଣ ବର୍ଷା, ରବି ଫସଲ ନଷ୍ଟ - subarnapur news

ଗୁରୁବାର ଜିଲ୍ଲାରେ ଜାରି ରହିଛି ପ୍ରବଳ ବର୍ଷା । ଅତ୍ୟଧିକ ବର୍ଷାରେ ସୁବର୍ଣ୍ଣପୁରରେ ରବି ଫସଲ ନଷ୍ଟ । ଅଧିକ ପଢନ୍ତୁ...

subarnapur
ସୁବର୍ଣ୍ଣପୁରରେ ଅତ୍ୟଧିକ ବର୍ଷାରେ ବେହାଲ ଜନଜୀବନ
author img

By

Published : Mar 5, 2020, 11:40 PM IST

ସୁବର୍ଣ୍ଣପୁର: ଗତ ତିନିଦିନ ଧରି ସୁବର୍ଣ୍ଣପୁର ଜିଲ୍ଲାରେ ଲାଗି ରହିଛି ଅଦିନିଆ ବର୍ଷା । ମଝିରେ ମଝିରେ ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ହେଉଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଥିବା ବେଳେ ସହରର ବିଭିନ୍ନ ସ୍ଥାନରେ ବିଦ୍ୟୁତ ସମସ୍ୟା ଦେଖା ଦେଇଛି । ତେବେ ଗୁରୁବାର ସଂଧ୍ୟାରେ ପ୍ରବଳ ବର୍ଷା ହେବାରୁ ଜନଜୀବନ ବ୍ୟାହତ ହୋଇଛି ।

ସୁବର୍ଣ୍ଣପୁରରେ ଅତ୍ୟଧିକ ବର୍ଷାରେ ବେହାଲ ଜନଜୀବନ

ସେହିପରି ସଂଧ୍ୟାରେ ବସୁଥିବା ଦୈନିକ ବଜାରର ବ୍ୟବସାୟୀ ମାନେ ବିକ୍ରିବଟା ବନ୍ଦ କରି ଦେଇଥିଲେ । ଏବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୁଗ ଓ ବିରି ଆଦି ଡାଲିଜାତୀୟ ଶସ୍ୟ ଚାଷ ହୋଇଥିବାରୁ ବର୍ଷା ଚାଷକୁ କ୍ଷତିଗ୍ରସ୍ତ କରିଥିବା ନେଇ ଚିନ୍ତାରେ ଚାଷୀକୂଳ । ଏବେ ବର୍ଷା ଯୋଗୁଁ ପାଗ କୋହଲା ରହିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.