ETV Bharat / state

କାମରେ ଲାଗୁନି ଶୌଚାଳୟ, ହନ୍ତସନ୍ତ ଯାତ୍ରୀ - tourist

ବୀରମହାରାଜପୁର ସହରରେ ଯାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ନାହିଁ ସର୍ବନିମ୍ନ ସୁବିଧା ସୁଯୋଗ । ହନ୍ତସନ୍ତ ହେଉଛନ୍ତି ଲୋକେ । ଅଧିକ ପଢନ୍ତୁ...

Have no minimum facilities for passengers and tourists in birmaharajpur
ଯାତ୍ରୀଙ୍କ କାମରେ ଲାଗୁନି ବସଷ୍ଟାଣ୍ତରେ ଥିବ ଶୌଚାଳୟ
author img

By

Published : Jul 15, 2021, 9:58 AM IST

Updated : Jul 16, 2021, 12:57 PM IST

ସୁବର୍ଣ୍ଣପୁର: ଜିଲ୍ଲା ବୀରମହାରାଜପୁର ସହରରେ ଯାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ସର୍ବନିମ୍ନ ସୁବିଧା ସୁଯୋଗ ନାହିଁ । ବସଷ୍ଟାଣ୍ଡକୁ ବିଭିନ୍ନ ସ୍ଥାନରୁ ସହରକୁ ଆସୁଥିବା ଲୋକଙ୍କ ସ୍ନାନ ଶୌଚ ପାଇଁ କୈଣସି ସୁବିଧା କରାଯାଇ ପାରିନାହିଁ । ଫଳରେ ଏଠାକୁ ଆସୁଥିବା ଯାତ୍ରୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । 1996 ମସିହାରେ ବସଷ୍ଟାଣ୍ଡ ନିକଟରେ ଏକ ଶୌଚାଳୟ ନିର୍ମାଣ କରାଯାଇଥିଲା । କିଛି ଦିନ କାର୍ଯ୍ୟକ୍ଷମ ହେବା ପରେ ତାହା ବି ବନ୍ଦ ହୋଇ ପଡିଛି ।

ଯାତ୍ରୀଙ୍କ କାମରେ ଲାଗୁନି ବସଷ୍ଟାଣ୍ତରେ ଥିବ ଶୌଚାଳୟ

ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି ଏହି ଶୌଚାଳୟ । ସ୍ନାନ ଶୌଚ ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ହେଲେ ସ୍ଥାନୀୟ ପ୍ରଶାସନ ଏ ଦିଗରେ ଧ୍ୟାନ ଦେଉଥିବା ଅଭିଯୋଗ ହେଉଛି । ଶୌଚାଳୟଟି ସମ୍ପୁର୍ଣ୍ଣ ଭାବେ ଭାଙ୍ଗି ଯାଇଥିବା ବେଳେ ଶୌଚାଳୟଟି ଏବେ କିଛି ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ଜବରଦଖଲରେ ରହିଛି ।

ତେବେ ଶୌଚାଳୟଟି ଜବରଦଖଲକାରୀଙ୍କ କବଜାରେ ରହିଥିବା ବେଳେ ସ୍ଥାନୀୟ ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନେଉ ନାହାନ୍ତି କି ଯାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ କିଛି ସୁବିଧା କରୁ ନାହାନ୍ତି । ସହରର ଅନତି ଦୂରରେ ଚମ୍ପେଶ୍ବର ମନ୍ଦିର,ଗୋଧନେଶ୍ବର ମନ୍ଦିର ସହିତ କିଛି ଦୂରରେ ଐତିହାସିକ ପାତାଳୀ ଶ୍ରୀକ୍ଷେତ୍ର ରହିଛି ।

ବୀରମହାରାଜପୁର ସହର ଜିଲ୍ଲାର ଅନ୍ୟତମ ଉପଖଣ୍ଡ ହୋଇଥିବାରୁ ପ୍ରତିଦିନ ହଜାର ହଜାର ଲୋକ ବିଭିନ୍ନ ସରକାରୀ କାର୍ଯ୍ୟରେ ଆସୁଛନ୍ତି । ତେବେ ସର୍ବନିମ୍ନ ସୁବିଧା ନ ଥିବାରୁ ଲୋକେ ବେଶ ହଇରାଣ ହେଉଛନ୍ତି । ତୁରନ୍ତ ଏ ଦିଗରେ ସ୍ଥାନୀୟ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ଦାବିହେଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

Last Updated : Jul 16, 2021, 12:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.