ସୁବର୍ଣ୍ଣପୁର: ତିନି ଜୁଆଡି ଗିରଫ । ସୁବର୍ଣ୍ଣପୁର ଟାଉନ ଥାନା ଅନ୍ତର୍ଗତ ଗୋଏଲବନ୍ଧ ଗାଁରୁ ତିନି ଜଣ ଜୁଆଡିକୁ ଗିରଫ କରାଯାଇଛି । ପୋଲିସ ଜୁଆଡି ମାନଙ୍କ ପାଖରୁ 12 ହଜ଼ାର 110 ଟଙ୍କା ସହିତ ଜୁଆ ଗୋଟି ଓ ପଟି ଜବତ କରିଛି।
ଗୋଏଲବନ୍ଧ ଗାଁର ଖେଳ ପଡ଼ିଆରେ ଫୁଟବଲ ମ୍ୟାଚ ଚାଲିଥିବା ବେଳେ ପଡ଼ିଆ ପାଖରେ ଜୁଆ ଖେଳ ମଧ୍ୟ ଚାଲିଥିଲା । କୌଣସି ସୂତ୍ରରୁ ପୋଲିସ ଖବରପାଇ ଘଟଣା ସ୍ଥଳକୁ ପହଞ୍ଚିବା ପରେ ଜୁଆ ଖେଳୁଥିବା ଲୋକେ ଫେରାର ହୋଇ ଯାଇଥିଲେ । କିନ୍ତୁ ଜୁଆ ଖେଳାଉଥିବା ଜୁଆଡି ମାନଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା ।
ପୋଲିସ ଗିରଫ କରିଥିବା ବ୍ୟକ୍ତିମାନେ ହେଲେ ବରଗଡ଼ ଜିଲ୍ଲାର ପାଣ୍ଡବ ବିଶି , ରାଜା ମିର୍ଧା ଓ ସମ୍ବଲପୁର ଜିଲ୍ଲାର ଅବନୀ ପଟ୍ଟନାୟକ । ପୋଲିସ ଏହି ଜୁଆଡି ମାନଙ୍କୁ କୋର୍ଟ ଚାଲାଣ କରିବ ବୋଲି ଜଣା ପଡ଼ିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ