ସୁବର୍ଣ୍ଣପୁର: ଶେଷରେ ସୁବର୍ଣ୍ଣପୁର ଜିଲ୍ଲା ନାରାୟଣପୁର ଗାଁର ନବଘନ କର୍ମୀଙ୍କ ମୃତ 10 ମାସ ପୁଅର ଅନ୍ତିମ ସଂସ୍କାର ହୋଇଛି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସଙ୍କ ହସ୍ତକ୍ଷେପ ପରେ ସ୍ଥାନୀୟ ସରପଞ୍ଚ ଓ ତରଭା ଥାନା ଅଧିକାରୀଙ୍କ ସହଯୋଗରେ ମୃତ ଶିଶୁପୁତ୍ରର ଅନ୍ତିମ ସଂସ୍କାର କାର୍ଯ୍ୟ ଶେଷ ହୋଇଛି ।
ନବଘନ ଗୁଣିଆଁ କଥାରେ ପଡି ମୃତଦେହକୁ ଘରେ ରଖିଥିଲେ । ଏପରିକି ମୃତ ପୁଅ ଜୀବିତ ହେବା ଆଶାରେ ଗୁଣିଆ ଡାକି ଉପଚାର କରିଥିଲେ ନବଘନ । ତେବେ ଗାଁର ଯୁବକ ମାନେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ହସ୍ତକ୍ଷେପ କରି ମୃତ ଶିଶୁର ସଂସ୍କାର କରିଛି । ଅନ୍ଧବିଶ୍ୱାସରେ ପଡି ମୃତ ଶିଶୁକୁ ପ୍ରାୟ ଦୁଇ ଦିନ ଧରି ନବଘନ ନିଜ ଘରେ ରଖିଥିଲେ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ