ETV Bharat / state

ଆମ୍ବସରଭଟା ଗ୍ରାହକ ଜନସେବା କେନ୍ଦ୍ର ନାଁରେ ଠକେଇ ଅଭିଯୋଗ - ଗ୍ରାହକ ଜନସେବା କେନ୍ଦ୍ର ନାଁରେ ଠକେଇ ଅଭିଯୋଗ

ଆମ୍ବସରଭଟା ଗ୍ରାହକ ଜନସେବା କେନ୍ଦ୍ର ଗ୍ରାହକ ମାନଙ୍କୁ ଲୁଟ କରୁଥିବା ଭଳି ଆସିଛି ସଙ୍ଗୀନ ଅଭିଯୋଗ । ଆଉ ଏହି ଠକାମିର ଶିକାର ହୋଇଛନ୍ତି ଭାଟପଦର ଗାଁର ଭୁମିସୁତା କର୍ଣ୍ଣ । ସରକାରଙ୍କ ଦ୍ବାରା ପ୍ରଦତ୍ତ ମନରେଗା ଯୋଜନାରେ ଶ୍ରମିକ ପାଉଣା, ଗ୍ୟାସ ରିହାତି ଆଦି ହଜାର ହଜାର ଟଙ୍କାକୁ ହଡପ କରିଛନ୍ତି ଗ୍ରାହକ ଜନସେବା କେନ୍ଦ୍ର ପରିଚାଳକ । ଅଧିକ ପଢନ୍ତୁ...

ଆମ୍ବସରଭଟା ଗ୍ରାହକ ଜନସେବା କେନ୍ଦ୍ର ନାଁରେ ଠକେଇ ଅଭିଯୋଗ

author img

By

Published : Dec 27, 2020, 11:15 AM IST

ସୁବର୍ଣ୍ଣପୁର: ସୁବଳୟା ଥାନା ଅନ୍ତର୍ଗତ ଆମ୍ବସରଭଟା ଗ୍ରାହକ ଜନସେବା କେନ୍ଦ୍ର ଗ୍ରାହକ ମାନଙ୍କୁ ଲୁଟ କରୁଥିବା ଭଳି ଆସିଛି ସଙ୍ଗୀନ ଅଭିଯୋଗ । ଆଉ ଏହି ଠକାମିର ଶିକାର ହୋଇଛନ୍ତି ଭାଟପଦର ଗାଁର ଭୁମିସୁତା କର୍ଣ୍ଣ । ଭୁମିସୁତା ଓ ସ୍ବାମୀ ଯୋଗେଶ୍ବରଙ୍କ ନାମରେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଏକ ମିଳିତ ପାସବୁକ ଅଛି । ଉକ୍ତ ଖାତାକୁ ଗ୍ରାହକ ସେବା କେନ୍ଦ୍ର ମାଧ୍ୟମରେ ସେମାନେ ନେଣ ଦେଣ କରୁଥିଲେ । ହେଲେ ତାଙ୍କ ନାଁରେ ଏକ ନୂତନ ଖାତା ଖୋଲି ସରକାରଙ୍କ ଦ୍ବାରା ପ୍ରଦତ୍ତ ମନରେଗା ଯୋଜନାରେ ଶ୍ରମିକ ପାଉଣା, ଗ୍ୟାସ ରିହାତି ଆଦି ହଜାର ହଜାର ଟଙ୍କାକୁ ହଡପ କରିଛନ୍ତି ପରିଚାଳକ ଜଣକ ।

ଆମ୍ବସରଭଟା ଗ୍ରାହକ ଜନସେବା କେନ୍ଦ୍ର ନାଁରେ ଠକେଇ ଅଭିଯୋଗ

ତାଙ୍କ ଅଜାଣତରେ ଖାତା ଖୋଲା ହୋଇଥିବା ଜାଣିବା ପରେ ଏନେଇ ଭାରତୀୟ ଷ୍ଟେଟ ବ୍ୟାଙ୍କ ବୀରମହାରାଜପୁର ଶାଖାରେ ଲିଖିତ ଅଭିଯୋଗ କରିଛନ୍ତି ଭୁମିସୁତା । ଭାରତୀୟ ଷ୍ଟେଟ ବ୍ୟାଙ୍କ ବୀରମହାରାଜପୁର ଶାଖାରେ ପଚାରିବାରୁ ତାଙ୍କ ନାମରେ ଜନ ସେବା କେନ୍ଦ୍ରରେ ଖାତା ଖୋଲାଯାଇଥିବା ନିଶ୍ଚିତ ହୋଇଥିଲା । ଏନେଇ ସଂପୃକ୍ତ ଜନସେବା କେନ୍ଦ୍ରର ପରିଚାଳକଙ୍କୁ ପଚାରିବାରୁ ସେ ଏହାକୁ ପ୍ରଥମେ ଖଣ୍ଡନ କରିଥିଲେ ହେଁ ଖୋଳତାଡ ପରେ ମହିଳାଙ୍କ ଅଜାଣତରେ ଟଙ୍କା ଉଠିଥିବା ଷ୍ପଷ୍ଟ ହୋଇଥିଲା ।

ଅପରପକ୍ଷରେ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି ବୀରମହାରାଜପୁର ବ୍ୟାଙ୍କ ଶାଖା ପରିଚାଳକ । ସଂପୃକ୍ତ ଜନସେବା କେନ୍ଦ୍ର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ସହ ଠକେଇର ଶିକାର ହୋଇଥିବା ମହିଳାଙ୍କୁ ନ୍ୟାୟ ପ୍ରଦାନ କରିବାନେଇ ଦାବି ହୋଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.