ETV Bharat / state

ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲେ ପୂର୍ବତନ ଲୋକସଭା ସାଂସଦ କଳିକେଶ - Former LokSabha MP Kalikesh

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଦଶରାଜପୁର ଓ ନିମନା ବନ୍ୟା ଅଞ୍ଚଳ ପରିଦର୍ଶନ କରିଛନ୍ତି ବଲାଙ୍ଗୀରର ପୂର୍ବତନ ଲୋକସଭା ସାଂସଦ କଳିକେଶ ନାରାୟଣ ସିଂହଦେଓ।

subarnpur
ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲେ କଳିକେଶ
author img

By

Published : Aug 31, 2020, 11:00 PM IST

ସୁବର୍ଣ୍ଣପୁର: ରାଜ୍ୟରେ ଲଗାଣ ବର୍ଷାରୁ ଜାରି ରହିଛି ବନ୍ୟା ବିପତ୍ତି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଦଶରାଜପୁର ଓ ନିମନା ବନ୍ୟା ଅଞ୍ଚଳ ପରିଦର୍ଶନ କରିଛନ୍ତି ବଲାଙ୍ଗୀରର ପୂର୍ବତନ ଲୋକସଭା ସାଂସଦ କଳିକେଶ ନାରାୟଣ ସିଂହଦେଓ।

ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲେ କଳିକେଶ

ଆଜି(ସୋମବାର) ଜିଲ୍ଲାର କିଛି ବିଜେଡ଼ି କାର୍ଯ୍ୟକର୍ତ୍ତାଙ୍କ ସହ ମିଶି ବନ୍ୟା ଅଞ୍ଚଳ ବୁଲି ଦେଖିବା ସହ କ୍ଷତିଗ୍ରସ୍ତଙ୍କ ସହିତ ଆଲୋଚନା କରିଛନ୍ତି। ମହାନଦୀ ବନ୍ୟାରେ ଉଲୁଣ୍ଡା ବ୍ଲକର ହଜାର ହଜାର ଚାଷଜମି କ୍ଷତିଗ୍ରସ୍ତ ହୋଇଛି।ପ୍ରାୟ 5 ଦିନ ବନ୍ୟାପାଣି ଚାଷ ଜମିରେ ଜମି ରହିଥିବା ବେଳେ ଏବେ ବି ହଜାର ହଜାର ଏକର ଚାଷଜମି ପାଣିରେ ବୁଡି ରହିଛି। ପ୍ରବଳ ବର୍ଷାରେ ଅନେକ ପରିବାରର ଘର ଭାଙ୍ଗି ଥିବାରୁ ଲୋକେ ବାସହରା ହୋଇଛନ୍ତି।

ତେବେ ତୁରନ୍ତ କ୍ଷତିଗ୍ରସ୍ତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି । ଚାଷୀମାନଙ୍କ ପାଇଁ ଏକ ବିଶେଷ ପ୍ୟାକେଜ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବେ ବୋଲି କଳିକେଶ କହିଛନ୍ତି।

ତେବେ କଳିକେଶଙ୍କ ବ୍ୟତୀତ ଏଯାଏଁ ବନ୍ୟା ପ୍ରଭାବିତ ଅଞ୍ଚଳକୁ କ୍ଷମତାସିନ ଅନ୍ୟ କୌଣସି ରାଜନୈତିକ ନେତା ପରିଦର୍ଶନରେ ଯାଇ ନଥିବାରୁ ଜନସାଧାରଣଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.