ETV Bharat / state

ପଶ୍ଚିମ ଓଡିଶାରେ ବଢୁଛି ଲୋକକଳାର ଆଦର, ପାଦେ ଆଗରେ ସୁବର୍ଣ୍ଣପୁର - ପଶ୍ଚିମ ଓଡିଶା ଲୋକକଳା

ଗାଁ ଗହଳିରୁ ଆରମ୍ଭ କରି ସହର ଯାଏଁ ଲୋକକଳାର ଆଦର ରହିଛି । ବିଶେଷ କରି ପଶ୍ଚିମ ଓଡିଶାରେ ଦେଖିବାକୁ ମିଳୁଥିବା ଦଣ୍ଡନୃତ୍ୟ, ଲୋକ ନୃତ୍ୟ, ପାଲା, ସଂଚାର ଆଦି ଲୋକକଳାର ଆଦର ବଢିଛି ସିନା କମିନାହିଁ । ଅଧିକ ପଢନ୍ତୁ...

ଗାଁ ଗହଳିରୁ ସହର ଯାଏଁ ଏବେ ବି ବଞ୍ଚିଛି ଲୋକକଳା

author img

By

Published : Sep 29, 2021, 4:45 PM IST

ସୁବର୍ଣ୍ଣପୁର: ଆଧୁନିକ ସମୟରେ ମନୋରଞ୍ଜନର ଅନେକ ମାଧ୍ୟମ ରହିଛି । ତଥାପି ଗାଁ-ଗହଳିରୁ ଆରମ୍ଭ କରି ସହର ଯାଏଁ ଲୋକକଳାର ଆଦର ରହିଛି । ବିଶେଷ କରି ପଶ୍ଚିମ ଓଡିଶାରେ ଦେଖିବାକୁ ମିଳୁଥିବା ଦଣ୍ଡନୃତ୍ୟ, ଲୋକ ନୃତ୍ୟ, ପାଲା, ସଂଚାର ଆଦି ଲୋକକଳାର ଆଦର ବଢିଛି ସିନା କମିନାହିଁ । ଆଉ ଏହି ଲୋକକଳାକୁ ମଞ୍ଚ ଓ ଟେଲିଭିଜନ, ସିନେମା ତଥା ସାମାଜିକ ଗଣମାଧ୍ୟମ ଜରିଆରେ ଆହୁରି ଲୋକାଦୃତ କରାଯାଇପାରୁୁଛି ।

ଗାଁ ଗହଳିରୁ ସହର ଯାଏଁ ଏବେ ବି ବଞ୍ଚିଛି ଲୋକକଳା

ଏହି କ୍ରମରେ ଲୋକକଳା ମାଧ୍ୟମରେ ସୁବର୍ଣ୍ଣପୁର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସ୍ବାସ୍ଥ୍ୟ ସଚେତନତାର ବାର୍ତ୍ତା ପ୍ରଦାନ କରାଯାଇପାରୁଛି । ବିଭିନ୍ନ ପ୍ରକାରର ଲୋକନୃତ୍ୟ ମାଧ୍ୟମରେ ବିଭିନ୍ନ ଚରିତ୍ରମାନଙ୍କର ମଜାକିଆ ସଂଳାପ, କଥୋପକଥନ ମାଧ୍ୟମରେ ସଚେତନତାର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚା ଯାଇପାରୁଛି । ଲୋକେ ବି ବେଶ ଆଦରରେ ନିଜ ଚିହ୍ନା ପରିଚିତ ଲୋକ କଳାକାରଙ୍କ ଲୋକକଳାକୁ ଆଗ୍ରହର ସହିତ ଉପଭୋଗ କରୁଛନ୍ତି ।

ତେବେ ସରକାର କଳା ଓ କଳାକାରଙ୍କ ଆର୍ଥିକ ଉନ୍ନତି ପାଇଁ କରୁଥିବା ଯୋଜନା ଭିତରେ ସରକାରୀ ଭାବେ ଲୋକ କଳାକାରଙ୍କୁ ନିୟୋଜିତ କରୁଥିବା ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଲୋକ କଳାକାରଙ୍କ ଆର୍ଥିକ ଉନ୍ନତି କରିପାରିଛି । ତେବେ ଲୋକକଳାର ସଂଗୀତ, ସଂଳାପ, କଥୋପକଥନ, ବେଶ ପରିପାଟୀ, ଉଚ୍ଚ କୋଟୀର ଭାଷା, ସାହିତ୍ୟର ସମାବେଶରେ ଯେଉଁ ଭାବମୟ ପରିବେଶ ଗାଁରେ ସୃଷ୍ଟି ହେଉଛି ଅନ୍ୟାନ୍ୟ ମାଧ୍ୟମରେ ତାହା ସମ୍ଭବ ନୁହେଁ ବୋଲି ଗବେଷକମାନେ ମତବ୍ୟକ୍ତ କରିଛନ୍ତି । ଜିଲ୍ଲା ସ୍ବାସ୍ଥ୍ୟ ବିିଭାଗ ପକ୍ଷରୁ ନାଇକେନ ପାଲି ସ୍ବାସ୍ଥ୍ୟକେନ୍ଦ୍ର ଅଧିନରେ ଡୁମେରଖୋଲ ଗାଁରେ ଲୋକକଳା ମାଧ୍ୟମରେ ବିଭିନ୍ନ ସ୍ବାସ୍ଥ୍ୟ ସଚେତନଧର୍ମୀ କାର୍ଯ୍ୟକ୍ରମ କରାଯାଇଥିବାବେଳେ ଆଗକୁ ଏହା ଜାରି ରହିବ ବୋଲି ମେଡିକାଲ ଅଫିସର ସଂଗୀତା ଚୌଧୁରୀ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.