ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ତରଭା ପୋଲିସ ଅର୍ଡା ଓ କମସରାର ଅଞ୍ଚଳରେ ଚଢାଉ କରି ମଦ କାରବାର କରୁଥିବା 5ଜଣ ବେପାରୀଙ୍କୁ ଗିରଫ କରିଛି । ଏହା ସହିତ 200ଲିଟର ଦେଶୀ ମଦ ଓ ଚାରୋଟି ବାଇକ ଜବତ କରିଛି । ଲକଡାଉନର ସୁଯୋଗ ନେଇ ଏହି ବେପାରୀମାନେ ପାହାଡିଆ ଅଞ୍ଚଳରେ ଦେଶୀ ମଦ ରାନ୍ଧିବା ସହିତ କମସରା ,ଅର୍ଡା ,ବାଲିପଟା ଓ ଚାରଭଟା ଆଦି ସ୍ଥାନରେ ବିକ୍ରି କରୁଥିଲେ ।
ଗିରଫ ହୋଇଥିବା ବେପାରୀମାନେ କମସରା ଫାଣ୍ଡି ଅଞ୍ଚଳର ଆନନ୍ଦ ନାଗ ,ସାନନ୍ଦ ନାଗ ,ଲବ ମଲ୍ଲିକ ହୋଇଥିବା ବେଳେ ଅର୍ଡାର ଧର୍ମେନ୍ଦ୍ର ମହାନନ୍ଦ ଓ ବିଶ୍ବନାଥ ନାଗ ବୋଲି ଜଣା ପଡିଛି । ଦେଶୀ ମଦ ବେପାର କରୁଥିବା ଏହି ଅଭିଯୁକ୍ତମାନଙ୍କୁ ସୋମବାର କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ