ସୁବର୍ଣ୍ଣପୁର: ତରଭା ଥାନା ପାଇକବାହାଲ ଗାଁ ଜଙ୍ଗଲରୁ ଜଣେ ଯୁବତୀଙ୍କ କ୍ଷତବିକ୍ଷତ ଶବ ଉଦ୍ଧାର କରାଯାଇଛି । ମୃତ ଯୁବତୀଙ୍କ ନାମ ଦେବକୀ ହୋଇଥିବା ବେଳେ ସେ ବଲାଙ୍ଗିର ଜିଲ୍ଲା ଗଣ୍ଡାବାହାଲ ଗାଁର ବୋଲି ଜଣା ପଡିଛି ।
ରବିବାର ସାନ କଦଳୀପାଲି ଗାଁର ଲୋକେ ଜଙ୍ଗଲକୁ କେନ୍ଦୁପତ୍ର ତୋଳି ଯାଇଥିବା ବେଳେ ସେଠାରେ ଯୁବତୀଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ଲୋକେ ଗାଁକୁ ଫେରି ଘଟଣା ସମ୍ପର୍କରେ କହିବା ପରେ କିଛି ସ୍ବେଚ୍ଛାସେବୀ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେବା ସହିତ ଯୁବତୀକୁ ନାଇକେନପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ।
ଡାକ୍ତର ଯୁବତୀଙ୍କୁ ମୃତ ଘୋଷଣା କରିଥିବା ବେଳେ ମୁଣ୍ଡରେ ଅତ୍ୟଧିକ ଆଘାତ ଓ ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରି କହିଛନ୍ତି । ପୋଲିସ ମୃତ ଯୁବତୀର ପରିବାରବର୍ଗଙ୍କୁ ଖବର ଦେବା ସହିତ ଶବ ବ୍ୟବଛେଦ ପାଇଁ ବ୍ୟବସ୍ଥା କରୁଛି ।
ଯୁବତୀକୁ ଦେଖିଲେ ତାକୁ ଦୁଷ୍କର୍ମ କରି ହତ୍ୟା କରାଯାଉଥିବା ସନ୍ଦେହ କରାଯାଉଥିବା ବେଳେ ଯୁବତୀ ଜଣକ କାହା ସହିତ ଏହି ଜଙ୍ଗଲକୁ ଆସିଥିଲେ ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ