ETV Bharat / state

ଚାଷୀମାନେ ଧାନ ସଂଗ୍ରହ ପାଇଁ ସଠିକ ତଥ୍ୟ ଦିଅନ୍ତୁ: ଜିଲ୍ଲାପାଳ - ସୁବର୍ଣ୍ଣପୁର ଚାଷୀ

ସୁବର୍ଣ୍ଣପୁର ଜିଲ୍ଲାରେ ରବି ଋତୁ ଧାନ ସଂଗ୍ରହରେ ଆଟ ଓ ମାଳ କିସମର ଜମିର ଉତ୍ପାଦିତ ଧାନ ସଂଗ୍ରହ ପାଇଁ ଚାଷୀମାନେ ଦାବୀ କରିଛନ୍ତି । ଚାଷୀମାନେ ସଠିକ ତଥ୍ୟ ଦେବା ସହିତ ଯେଉଁ ଚାଷଜମିରୁ ଧାନ ଉତ୍ପାଦନ କରିଛନ୍ତି ସେହି ଧାନ ବିକ୍ରୀ କରି ପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି । ଭୂଲ ତଥ୍ୟ ଦେଇ ଧାନ ବିକ୍ରୟ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଛନ୍ତି ଜିଲ୍ଲାପାଳ । ଅଧିକ ପଢନ୍ତୁ...

ଚାଷୀମାନେ ଧାନ ସଂଗ୍ରହ ପାଇଁ ସଠିକ ତଥ୍ୟ ଦିଅନ୍ତୁ: ଜିଲ୍ଲାପାଳ

author img

By

Published : Apr 29, 2021, 3:00 PM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ରବି ଋତୁ ଧାନ ସଂଗ୍ରହରେ ଆଟ ଓ ମାଳ କିସମର ଜମିର ଉତ୍ପାଦିତ ଧାନ ସଂଗ୍ରହ ପାଇଁ ଚାଷୀମାନେ ଦାବୀ କରିଛନ୍ତି । ଏବେ କେବଳ ବାହାଲ ଓ ବେର୍ଣ୍ଣା କିସମର ଜମିରୁ ଉତ୍ପାଦିତ ଧାନ ସଂଗ୍ରହ କରାଯାଉଥିବା ବେଳେ ପାହାଡିଆ, ଆଟ, ମାଳ ଓ ଅନ୍ୟାନ୍ୟ କିସମର ଜମିର ଉତ୍ପାଦିତ ଧାନ ଚାଷୀ ବିକ୍ରୟ କରିପାରୁନଥିବା ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ ହୋଇଛି ।

ଚାଷୀମାନେ ଧାନ ସଂଗ୍ରହ ପାଇଁ ସଠିକ ତଥ୍ୟ ଦିଅନ୍ତୁ: ଜିଲ୍ଲାପାଳ

ଚାଷୀମାନେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ । ତେବେ ଶତାଧିକ ଚାଷୀ ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ନଦୀକୂଳିଆ ଅଂଚଳରେ ଧାନ ଚାଷ କରୁଥିବା ବେଳେ ସେହି ଜମିରୁ ଉତ୍ପାଦିତ ଧାନ ବିକ୍ରୟ କରି ପାରୁନାହାନ୍ତି । ତେବେ ଗତ ଖରିଫ ଋତୁରେ ପାହାଡିଆ, ପଡିଆ, ଘରବାରି ଆଦି କିସମରେ ଧାନ ଉତ୍ପାଦିତ ହୋଇଛି ବୋଲି ରାଜସ୍ବ ଅଧିକାରୀମାନେ ରିପୋର୍ଟ ଦେଇଥିବାରୁ ଜିଲ୍ଲାପାଳ ଚାରି ଜଣ ରାଜସ୍ବ ନୀରିକ୍ଷକଙ୍କୁ ନିଲମ୍ବିତ କରିଥିଲେ ।

ସେହିପରି ଯେଉଁ ଜମିରୁ ଧାନ ଉତ୍ପାଦିତ ହୋଇ ନାହିଁ ସେହି ଜମିକୁ ତାଲିକାଭୁକ୍ତ କରି ଧାନ ବିକ୍ରୟ କରାଯାଇଥିବାରୁ 5ଜଣ ସେବା ସମବାୟ ସମିତିର ସଂପାଦକଙ୍କୁ ନିଲମ୍ବିତ କରାଯାଇଥିଲା । ତେବେ ଚାଷୀମାନେ ସଠିକ ତଥ୍ୟ ଦେବା ସହିତ ଯେଉଁ ଚାଷଜମିରୁ ଧାନ ଉତ୍ପାଦନ କରିଛନ୍ତି ସେହି ଧାନ ବିକ୍ରୀ କରି ପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ ଗତଥର ପରି ଭୂଲ ତଥ୍ୟ ଦେଇ ଧାନ ବିକ୍ରୟ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଛନ୍ତି ।

ଚାଷୀମାନଙ୍କ ଅଭିଯୋଗ ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ସହିତ ଚାଷୀମାନେ ସଠିକ ତଥ୍ୟ ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ଚାଷୀମାନଙ୍କୁ ଅନୁରୋଧ କରିଛନ୍ତି ।ଗତ ଖରିଫ ଋତୁରେ ଚାଷୀମାନଙ୍କ ତ୍ରୁଟିକୁ ଅଣଦେଖା କରାଯାଇଥିବା ବେଳେ ଏଥର ଭୂଲ ତଥ୍ୟ ପ୍ରଦାନ କରି ଧାନ ବିକ୍ରୟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ତେବେ ଚାଷୀମାନଙ୍କ ଉତ୍ପାଦିତ ଧାନ ସରକାରୀ ଧାର୍ଯ୍ୟ ଦରରେ ସଂଗ୍ରହ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.