ETV Bharat / state

ଶୋଷଣର ଶିକାର ହେଉଛି ଚାଷୀ, ମାଲାମାଲ ମିଲର୍ସ: ନବ ନିର୍ମାଣ କୃଷକ ସଂଗଠନ - ନବ ନିର୍ମାଣ କୃଷକ ସଂଗଠନର ସାମ୍ବାଦିକ ସମ୍ମିଳନୀ

ସୁବର୍ଣ୍ଣପୁରରେ ଧାନ କ୍ରୟରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ଆନ୍ଦୋଳନ ଚେତାବନୀ ଦେଲା ନବ ନିର୍ମାଣ କୃଷକ ସଂଗଠନ । ଅଧିକ ପଢ଼ନ୍ତୁ

farmers problem in subarnapur
ସୁବର୍ଣ୍ଣପୁରରେ ଧାନ କ୍ରୟରେ ବ୍ୟାପକ ଅନିୟମିତତା
author img

By

Published : Apr 18, 2023, 7:12 AM IST

ସୁବର୍ଣ୍ଣପୁରରେ ଧାନ କ୍ରୟରେ ବ୍ୟାପକ ଅନିୟମିତତା

ସୁବର୍ଣ୍ଣପୁର: ଜିଲ୍ଲା ପ୍ରଶାସନ ଓ ମିଲର୍ସମାନଙ୍କ ମନମାନି ଯୋଗୁଁ କ୍ଷତି ସହୁଛନ୍ତି ଚାଷୀ । ଲାଭଖୋର ମିଲର୍ସମାନଙ୍କୁ ସୁହାଇବା ପରି ଧାନକ୍ରୟ ବ୍ୟବସ୍ଥା ତିଆରି କରିବା ଓ ଜିଲ୍ଲା ପ୍ରଶାସନର ରାଜସ୍ବ ଅଧିକାରୀଙ୍କ ପକେଟ ଗରମ କରିବା ପାଇଁ ରୁଦ୍ଧଦ୍ବାର ବୈଠକରେ ନିଷ୍ପତ୍ତି ନିଆଯାଉଛି । ଧାନ କ୍ରୟରେ ବ୍ୟାପକ ଅନିୟମିତତା, ଚାଷୀ ପଞ୍ଜୀକରଣରେ ହେରଫେର, ଭାଗଚାଷୀଙ୍କ ଧାନ ବିକ୍ରି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ତଥା ଧାନ କ୍ରୟ କେନ୍ଦ୍ର ଗୁଡିକର ଭିତ୍ତିଭୂମୀର ବିକାଶ ନ କରିବା ଆଦି ଅଭିଯୋଗ କରିଛି ନବ ନିର୍ମାଣ କୃଷକ ସଂଗଠନ ।

ଏହା ମଧ୍ୟ ପଢ଼ନ୍ତୁ: ୬୦ ହଜାର ଦୀପରେ ବିଜୁ ବାବୁଙ୍କ ଚିତ୍ର, ଶ୍ରଦ୍ଧାଞ୍ଜଳି ଦେଲେ ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମୀ

ସୁବର୍ଣ୍ଣପୁର ସ୍ଥାନୀୟ ପ୍ରୋଗ୍ରେସ ଇନ ସମ୍ମିଳନୀ କକ୍ଷରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଚାଷୀ ଧାନ ବିକ୍ରିରେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି । ବିନା ଚାଷୀ ପ୍ରତିନିଧିରେ ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟି ବୈଠକ ଆୟୋଜିତ କରି ରାଜନୈତିକ ନେତା, ରାଜସ୍ବ ଅଧିକାରୀ, ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗୀୟ କର୍ମଚାରୀ ଓ ମିଲର୍ସମାନଙ୍କୁ ନେଇ ଧାନ କ୍ରୟ ସଂପର୍କରେ ନିଷ୍ପତ୍ତି ନିଆଯାଉଥିବା ଅଭିଯୋଗ ହେଉଛି ।

ଏନେଇ ନବ ନିର୍ମାଣ କୃଷକ ସଂଗଠନ ସଂଯୋଜକ କହିଛନ୍ତି, " ଜିଲ୍ଲାର ହୀରାକୁଦ ଜଳସେଚିତ ଅଞ୍ଚଳର ତଳିମୁଣ୍ଡକୁ କେନାଲ ପାଣି ଯୋଗାଇବାକୁ ଦାବି ହୋଇଛି । ଖାଲି ଏତିକି ନୁହେଁ ନର୍ଦ୍ଧାରିତ ସମୟରେ ହୀରାକୁଦ ଜଳସେଚିତ ଅଞ୍ଚଳକୁ ପାଣି ଯୋଗାଇବା, ପଡୋଶୀ ଜିଲ୍ଲା ଗୁଡିକର ମିଲର୍ସମାନଙ୍କୁ ଧାନ କ୍ରୟରେ ସାମିଲ କରିବା, ସାଧୁତାର ସହିତ ଚାଷୀ ପଞ୍ଜୀକରଣ କରିବା ତଥା ଚାଷୀଙ୍କ ପାଖରୁ ଆଦାୟ କରୁଥିବା କ୍ବିଣ୍ଟାଲ ପିଛା 31 ଟଙ୍କା 50 ପଇସାରେ କ୍ରୟ କେନ୍ଦ୍ର ଗୁଡିକର ଭିତ୍ତିଭୂମୀର ବିକାଶ କରିବା ପାଇଁ ଦାବି କରାଯାଇଛି ।"

ଏହି ସାମ୍ବାଦିକ ସମ୍ମିଳନୀରେ ନବ ନିର୍ମାଣ କୃଷକ ସଂଗଠନ ସମେତ କୃଷକ ବିକାଶ ପରିଷଦ, ଗଣେଷ ଚାଷୀ ସଂଗଠନର କାର୍ଯ୍ୟକର୍ତ୍ତା ସାମିଲ ହୋଇ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପାଖରେ କୃଷି ଓ କୃଷକର ଉନ୍ନତି ପାଇଁ ଆଠ ଦଫା ଦାବି ଉପସ୍ଥାପନ କରିଛନ୍ତି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଚାଷୀ ସଂଗଠନ ପକ୍ଷରୁ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.