ETV Bharat / state

ସୁବର୍ଣ୍ଣପୁରରେ ଧାନ ସଂଗ୍ରହରେ ଚାଷୀ ଅସନ୍ତୋଷ

ସୁବର୍ଣ୍ଣପୁର ଜିଲ୍ଲାରେ ରବି ଧାନ ସଂଗ୍ରହ ଆରମ୍ଭରୁ ଚାଷୀ ମାନେ ଯେତିକି ଚାଷ କରିଛନ୍ତି ସେତିକି ପରିମାଣର ଧାନ ବିକ୍ରି ପାଇଁ ଟୋକନ ମିଳୁ ନଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

author img

By

Published : May 28, 2021, 10:20 PM IST

ସୁବର୍ଣ୍ଣପୁରରେ ଧାନ ସଂଗ୍ରହରେ ଚାଷୀ ଅସନ୍ତୋଷ
ସୁବର୍ଣ୍ଣପୁରରେ ଧାନ ସଂଗ୍ରହରେ ଚାଷୀ ଅସନ୍ତୋଷ

ସୁବର୍ଣ୍ଣପୁର: ରବି ଧାନ ସଂଗ୍ରହ ଆରମ୍ଭରୁ ଜିଲ୍ଲାରେ ଚାଷୀ ଅସନ୍ତୋଷ ଦେଖା ଦେଇଛି । ଚାଷିମାନେ ଯେତିକି ଚାଷ କରିଛନ୍ତି ସେତିକି ପରିମାଣର ଧାନ ବିକ୍ରି ପାଇଁ ଟୋକନ ମିଳୁ ନଥିବା ଅଭିଯୋଗ ହୋଇଛି । ୪ ଏକର ଜମିରେ ଚାଷ କରିଥିବା ଚାଷୀଙ୍କ ୩ ଏକର ଜମିର ଟୋକନ ଆସିଥିବା ପରି ସଙ୍ଗୀନ ଅଭିଯୋଗ କରିଛନ୍ତି ଚାଷୀମାନେ । ଫଳରେ ବଳକା ଧାନକୁ କେଉଁଠି ବିକ୍ରି କରିବେ ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି ।

ସୁବର୍ଣ୍ଣପୁରରେ ଧାନ ସଂଗ୍ରହରେ ଚାଷୀ ଅସନ୍ତୋଷ

ଏନେଇ ବାରମ୍ବାର ସ୍ଥାନୀୟ ପ୍ୟାକ୍ସରେ ଅଭିଯୋଗ କରିଥିଲେ ହେଁ କୌଣସି ସୁଫଳ ନମିଳିବାରୁ ଆଜି(ଶୁକ୍ରବାର) ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସି ଚାଷୀମାନେ ଲିଖିତ ଗୁହାରୀ କରିଛନ୍ତି ଜିଲ୍ଲାର ତରଭା ବ୍ଲକ ବନ୍ଧକେଡା ଗ୍ରାମର ଚାଷୀ । ଯେତିକି ଚାଷ ହୋଇଛି ସେହି ପରିମାଣର ଟୋକନ ଦେବା ପାଇଁ ସେମାନେ ଦାବି କରିଛନ୍ତି ।

ଦାବିପୂରଣ ନହେଲେ ଆଗାମୀ ଦିନରେ ଆନ୍ଦଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଚଳିତ ବର୍ଷ ରାଜସ୍ୱ ବିଭାଗ ଓ କୃଷି ବିଭାଗ ପକ୍ଷରୁ ମିଳିତ ଯାଞ୍ଚ କରାଯାଇ ଯୋଗାଣ ବିଭାଗକୁ ରିପୋର୍ଟ ପ୍ରଦାନ କରାଯାଇଥିଲେ ହେଁ କମ ଟୋକନ ଆସିଥିବା ଜଣାପଡିଛି । ଯାହାକୁ ନେଇ ଚାଷିଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.