ETV Bharat / state

ବାର ହଜ଼ାରରୁ ଅଧିକ ଚାଷୀ ଧାନ ବିକ୍ରିରୁ ବଞ୍ଚିତ, ଧାରଣାରେ ଚାଷୀ

author img

By

Published : Dec 21, 2022, 8:47 PM IST

ଚାଷୀ ପରିଚୟ ପତ୍ର ମିଳି ନ ଥିବାରୁ ଜିଲ୍ଲାର କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ଚାଷୀ । ଅଧିକ ପଢନ୍ତୁ

farmer protest
ଧାରଣାରେ ଚାଷୀ
ଧାରଣାରେ ଚାଷୀ

ସୁବର୍ଣ୍ଣପୁର: ଜିଲ୍ଲାର କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି । ଜିଲ୍ଲାର ପ୍ରାୟ 12 ହଜାରରୁ ଅଧିକ ଚାଷୀ ପରିଚୟ ପତ୍ର ପାଇ ନଥିବା ଅଭିଯୋଗରେ ଏହି ଧାରଣା ଦିଆଯାଇଛି । ପରିଚୟ ପତ୍ର ପାଇ ନ ଥିବାରୁ ଚାଷୀମାନେ ଗତ ଖରିଫ ଋତୁରେ ଉତ୍ପାଦିତ ଧାନ ବିକ୍ରି କରି ପାରୁ ନାହାନ୍ତି ।

ସୁବର୍ଣ୍ଣପୁର ଜିଲ୍ଲାରେ 65 ହଜାର 5ଶହ 29 ଜଣ ଚାଷୀ ଧାନ ବିକ୍ରି ପାଇଁ ନିଜ ନାମ ପଞ୍ଜିକରଣ କରିଛନ୍ତି । ହେଲେ 12 ହଜ଼ାରରୁ ଅଧିକ ଚାଷୀଙ୍କୁ ବିଭିନ୍ନ ପ୍ରକାରର ରାଜସ୍ବ ତ୍ରୁଟି ଥିବା ଦର୍ଶାଇ ପରିଚୟ ପତ୍ର ପ୍ରଦାନ କରାଯାଇ ନାହିଁ । ଜିଲ୍ଲା କୃଷକ ସଙ୍ଗଠନ ପକ୍ଷରୁ ବାରମ୍ବାର ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଜିଲ୍ଲା ପ୍ରଶାସନ ପାଖରେ ଦାବି କରିଥିଲେ ବି କେହି ଶୁଣୁ ନାହାନ୍ତି । ଫଳରେ ଚାଷୀମାନେ ପରିଚୟ ପତ୍ର ଅଭାବରୁ ନିଜ ଉତ୍ପାଦିତ ଧାନ ବିକ୍ରି କରି ନ ପାରି ବାରମ୍ବାର ବିଭିନ୍ନ ରାଜସ୍ବ କାର୍ଯ୍ୟାଳୟକୁ ଦୌଡ଼ୁଛନ୍ତି। ଆର୍ଥିକ ସ୍ବଚ୍ଛଳ ନଥିବା ଚାଷୀମାନେ ସରକାରୀ ଧାର୍ଯ୍ୟ ଦରରେ ଧାନ ବିକ୍ରି କରି ନ ପାରି ଅଭାବୀ ବିକ୍ରିର ଶିକାର ହେଉଛନ୍ତି ।

ଏନେଇ ତୁରନ୍ତ ଚାଷୀଙ୍କୁ ପରିଚୟ ପତ୍ର ପ୍ରଦାନ କରିବା ସହିତ ଚାଷୀଙ୍କୁ ଶୀଘ୍ର ଟୋକାନ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି । ଚାଷୀଙ୍କ ଦାବି ଉପରେ ଜିଲ୍ଲା ପ୍ରଶାସନ ସମ୍ବେଦନଶୀଳ ହୋଇ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେଇ ଚାଷୀଙ୍କ ଉତ୍ପାଦିତ ଧାନ ବିକ୍ରି କରିବା ପାଇଁ ଯତ୍ନବାନ ନହେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ- IDCOL ଡିଏମଙ୍କ ଆଖି ଖୋସିଲା ଭଳି ସମ୍ପତ୍ତି, ଯେତେ ଖୋଳିଲେ ସେତେ ବାହାରୁଛି

ଚାଷୀ ନେତା ବୈକୁଣ୍ଠ ଶତପଥୀ କହିଛନ୍ତି, "ସୋନପୁର ଜିଲ୍ଲାରେ ସମୁଦାୟ 65 ହଜାର 523 ଚାଷୀ ପଞ୍ଜିକରଣ କରିଥିଲେ । ହେଲେ ଧାନ ବିକିବା ପାଇଁ ସେମାନେ କାର୍ଡ ପାଇ ପାରୁ ନାହାନ୍ତି । ଏନେଇ ଆମେ 15 ତାରିଖ ଦିନ କଲେକ୍ଟର ଅଫିସରେ ଲିଖିତ ଭାବରେ ଅଭିଯୋଗ କରିଥିଲୁ । ଏନେଇ ଚାଷୀ ପରିବାର 4 ଦିନ ଭିତରେ ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ । ହେଲେ ଏହାର ସମାଧାନ ନହେବାରୁ ଆମେ ବାଧ୍ୟ ହୋଇ ଧାରଣାରେ ବସିଛୁ ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.