ETV Bharat / state

ପଞ୍ଜିକରଣ ଓ ଚାଷଜମି ଆକଳନରେ ତ୍ରୁଟି, ବିକ୍ରି ହୋଇପାରୁନି ଫସଲ

author img

By

Published : Jun 28, 2021, 1:12 PM IST

ଦିନକୁ ଦିନ ଚାଷୀ ଅସନ୍ତୋଷ ବଢିବାରେ ଲାଗିଛି । ପଞ୍ଜିକରଣ ଓ ଚାଷଜମିର ଆକଳନ ତ୍ରୁଟିପୂର୍ଣ୍ଣ ପାଇଁ ବିକ୍ରି ହୋଇପାରୁନି ଫସଲ । ଚିନ୍ତାରେ ଚାଷୀ । ଅଧିକ ପଢନ୍ତୁ...

farmer problem in subarnapur
ପଞ୍ଜିକରଣ ଓ ଚାଷଜମିର ଆକଳନ ତ୍ରୁଟିପୂର୍ଣ୍ଣ ପାଇଁ ବିକ୍ରି ହୋଇପାରୁନି ଫସଲ

ସୁବର୍ଣ୍ଣପୁର: ଜିଲ୍ଲାରେ ଦିନକୁ ଦିନ ଚାଷୀ ଅସନ୍ତୋଷ ବଢିବାରେ ଲାଗିଛି । ଖରିଫ ଋତୁ ଚାଷ କାର୍ଯ୍ୟ ଆରମ୍ଭ ହୋଇ ଯାଇଥିବା ବେଳେ ଗତ ରବି ଋତୁର ଧାନ ଚାଷୀମାନେ ଏଯାଏଁ ଫସଲ ବିକ୍ରୀ କରି ପାରିନାହାନ୍ତି । ଚାଷୀମାନଙ୍କ ନାମ ପଞ୍ଜିକରଣ ଓ ଚାଷଜମିର ଆକଳନ ତ୍ରୁଟିପୂର୍ଣ୍ଣ ହୋଇ ଥିବାରୁ ଶହ ଶହ ଚାଷୀ ନିଜ ଉତ୍ପାଦିତ ଧାନ ବିକ୍ରୀ କରି ପାରିନାହାନ୍ତି ।

ଜିଲ୍ଲାର ଆଟ ,ମାଳ ଓ ପଡିଆ କିସମ ଜମିର ଉତ୍ପାଦିତ ଧାନ ବିକ୍ରୀ କରି ନ ପାରିବାରେ ଜିଲ୍ଲା ପ୍ରଶାସନ ଦାୟୀ ବୋଲି ଅଭିଯୋଗ ହେଉଛି । ରବି ଋତୁରେ ଚାଷୀମାନେ ଆଟ ,ପଡିଆ ,ବେର୍ଣ୍ଣା ତଥା ମାଳ କିସମର ଜମିରେ ଉଠା ଜଳସେଚନ ମାଧ୍ୟମରେ ଚାଷ କରିଥିଲେ । ତେବେ ଚାଷଜମିର ଆକଳନ ସମୟରେ ରାଜସ୍ବ ବିଭାଗ କେବଳ ବାହାଲ କିସମ ଜମିରୁ ଉତ୍ପାଦିତ ଧାନ ବିକ୍ରୀ କରିବା ପାଇଁ ଅନୁମତି ଦେଇଥିବାରୁ ଏବେ ବି ଚାଷୀମାନେ ନିଜ ଧାନ ବିକ୍ରୀ କରି ନ ପାରି ଗଛିତ ରଖିଛନ୍ତି ।

ତେବେ ବାରମ୍ବାର ଦାବି ଓ ଆନ୍ଦୋଳନ ପରେ ବି ଜିଲ୍ଲା ପ୍ରଶାସନ ଚାଷୀମାନଙ୍କୁ ଧାନ ବିକ୍ରୀ କରିବା ପାଇଁ ଅନୁମତି ଦେଇନାହିଁ । ଏବେ ବି ଅନେକ ଚାଷୀ ନିଜର ପଞ୍ଜିକରଣ କରି ପାରି ନ ଥିବା ବେଳେ ଶହ ଶହ ଚାଷୀଙ୍କ ଚାଷଜମିର ସଠିକ ଆକଳନ ହୋଇ ପାରିନାହିଁ । ତେବେ ପ୍ରାୟ 30 ହଜାରରୁ ଅଧିକ ଚାଷୀଙ୍କ ପଞ୍ଜିକରଣ ହୋଇଛି । ଚାଷୀଙ୍କ ଚାଷଜମି ସଠିକ ଆକଳନ କରି ବିକ୍ରୀ ପାଇଁ ଅନୁମତି ଦେବାକୁ ଚାଷୀମାନେ ଦାବି କରିଛନ୍ତି ।

ଅପରପକ୍ଷରେ ପଞ୍ଜିକରଣ ଓ ଚାଷଜମି ଆକଳନରେ ଚାଷୀମାନେ ଅବହେଳା କରିଥିବାରୁ ଏଭଳି ସମସ୍ୟା ଦେଖା ଦେଇଛି ବୋଲି ଜିଲ୍ଲାପାଳ କହିଛନ୍ତି । ତଥାପି ଏହି ସମସ୍ୟା ସମାଧାନ ପାଇଁ ସରକାରଙ୍କୁ ଅବଗତ କରାଯିବ ବୋଲି ସୂଚନା ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ତା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.