ETV Bharat / state

ଗତ ଖରିଫ ଋତୁ ଧାନ ସଂଗ୍ରହରେ ଅଚଳାବସ୍ଥା, ରାସ୍ତା ଅବରୋଧ କଲେ ଚାଷୀ

author img

By

Published : Jan 27, 2023, 1:25 PM IST

ଧାନ ମଣ୍ଡିରେ ଅବ୍ୟବସ୍ଥା ନେଇ ପଥରଘାଟଠାରେ ରାସ୍ତା ଅବରୋଧ କଲେ ଚାଷୀ । ଅଧିକ ପଢନ୍ତୁ

farmer block road in Sonepur
farmer block road in Sonepur

ଗତ ଖରିଫ ଋତୁ ଧାନ ସଂଗ୍ରହରେ ଅଚଳାବସ୍ଥା

ସୋନପୁର: ଗତବର୍ଷ ଖରିଫ ଋତୁ ଧାନ ସଂଗ୍ରହରେ ଅଚଳାବସ୍ଥାକୁ ନେଇ ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ଚାଷୀ ଅସନ୍ତୋଷ । ଠିକ ସମୟରେ ମଣ୍ଡିରୁ ଧାନ ଉଠୁ ନଥିବାରୁ ଚାଷୀମାନେ ନିଜ ଉତ୍ପାଦିତ ଶସ୍ୟ ଧାନ କ୍ରୟ କେନ୍ଦ୍ରକୁ ବିକ୍ରି କରିବା ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମାପ ସମୟରେ କ୍ବିଣ୍ଟାଲ ପିଛା ଦୁଇରୁ ଚାରି କେଜି ପର୍ଯ୍ୟନ୍ତ ଧାନ କଟନିଛଟନି କରାଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଯଦି ଏହାକୁ କେହି ଚାଷୀ ବିରୋଧ କରୁଛି ତା ଧାନ ମଣ୍ଡିରେ ପଡି ରହୁଛି । ଫଳରେ ଧାନ ମଣ୍ଡିରେ ଅବ୍ୟବସ୍ଥା ଯୋଗୁଁ ଚାଷୀ ରାସ୍ତା ଅବରୋଧ କରିବାକୁ ବାଧ୍ୟ ହୋଇଛି ।

ଜିଲ୍ଲାର ବୀରମହାରାଜପୁର ବ୍ଲକ ହିଲୁଙ୍ଗ ମଣ୍ଡିରେ ପଡ଼ି ରହିଛି ହଜାର ହଜାର କ୍ବିଣ୍ଟାଲ ଧାନ । ମିଲ୍‌ ମାଲିକମାନେ ଧାନ ଉଠାଉ ନଥିବାରୁ ଚାଷୀମାନେ ଏହାକୁ ବିରୋଧ କରି ବୀରମହାରାଜପୁର-ଚାରମାଲ ରାସ୍ତାର ପଥରଘାଟଠାରେ ଆଜି ରାସ୍ତା ଅବରୋଧ କରିଛନ୍ତି । ରାସ୍ତା ଅବରୋଧ ଫଳରେ ଗମନାଗମନ ବାଧା ପ୍ରାପ୍ତ ହୋଇଛି । ଦୀର୍ଘ ପନ୍ଦର ଦିନ ପୂର୍ବରୁ ଧାନ ମଣ୍ଡିରେ ପଡ଼ି ରହିଥିଲେ ମଧ୍ୟ ମିଲର୍ସଙ୍କ ମନମାନୀ ଓ ପ୍ରଶାସନିକ ଅବହେଳା ଯୋଗୁଁ ଧାନ ଉଠିପାରୁ ନଥିବାରୁ ଖୋଲା ଆକାଶ ତଳେ ପଡିଛି ହଜାରହଜାର ଧାନ ବସ୍ତା ।

ଶୀତ କାକରରେ ରାତି ସାରା ଚାଷୀ ନିଜ ଧାନକୁ ମଣ୍ଡି ସମ୍ମୁଖରେ ରଖି ଜଗିବାକୁ ପଡୁଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ଶୀଘ୍ର ଧାନ ଉଠା ନଗଲେ ଚାଷୀମାନେ ଆନ୍ଦୋଳନକୁ ତୀବ୍ରତର କରିବେ ବୋଲି ଚେତାବନୀ ଦେଇଛନ୍ତି । ଧାନ କ୍ରୟକେନ୍ଦ୍ର କର୍ତ୍ତୃପକ୍ଷ ଓ ମିଲ୍‌ ମାଲିକମାନଙ୍କ ସଲାସୁତୁରା ଯୋଗୁଁ ଚାଷୀମାନେ ନିଜ ଉତ୍ପାଦିତ ଶସ୍ୟ ବିକ୍ରି କରି ପାରୁନଥିବା ଅଭିଯୋଗ ହୋଇଛି । ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଚାଷୀଙ୍କ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ମଧ୍ୟ ଅଭିଯୋଗ ହୋଇଛି ।

ସେହିପରି ଜିଲ୍ଲା ପ୍ରଶାସନ ଓ ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀମାନେ ଚାଷୀଙ୍କ ଗୁହାରୀ ଶୁଣୁ ନାହାନ୍ତି । ଫଳରେ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛି । ତୁରନ୍ତ ଏଦିଗରେ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ଆଗକୁ ଚାଷୀମାନେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ସୋନପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.