ETV Bharat / state

ଲୋକକଳା ମାଧ୍ୟମରେ ଦାବିପତ୍ର ଦେଲା ଶ୍ରମିକ କୃଷକ ଏକତା ମଞ୍ଚ - ଲୋକକଳା ମାଧ୍ୟମରେ ଦାବିପତ୍ର ପ୍ରଦାନ

ସୁବର୍ଣ୍ଣପୁର ଜିଲ୍ଲା ଶ୍ରମିକ କୃଷକ ଏକତା ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏକତା ମଞ୍ଚର ସଭାପତି କାମରାଜ ପ୍ରଧାନଙ୍କ ନେତୃତ୍ବରେ ଶତାଧିକ କୃଷକ, ଶ୍ରମିକ ଓ କଳାକାର ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।

Folk art in Subarnapu
Folk art in Subarnapu
author img

By

Published : Dec 1, 2021, 10:51 PM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଶ୍ରମିକ କୃଷକ ଏକତା ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏକତା ମଞ୍ଚର ସଭାପତି କାମରାଜ ପ୍ରଧାନଙ୍କ ନେତୃତ୍ବରେ ଶତାଧିକ କୃଷକ, ଶ୍ରମିକ ଓ କଳାକାର ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।

Folk art in Subarnapur; ଲୋକକଳା ମାଧ୍ୟମରେ ଦାବିପତ୍ର

ସହରର ପଟାଭାଡିରୁ ଏକ ଶୋଭାଯାତ୍ରାରେ ବାହାରି ଏକତା ମଞ୍ଚର କଳାକାରାମାନେ ଲୋକ ସଂସ୍କୃତିରେ ଭରପୂର ପଶ୍ଚିମ ଓଡିଶାର ଲୋକ ବାଦ୍ୟ , ଲୋକ ସଂଗୀତ ପରିବେଷଣ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ନିଜ ଦାବି ଜିଲ୍ଲା ପ୍ରଶାସନ ଆଗରେ ଉପସ୍ଥାପନ କରିଥିଲେ । ବୀରମହାରାଜପୁର ଉପଖଣ୍ଡର ହରିହର ଯୋର ମଧ୍ୟମ ଜଳସେଚନ ପ୍ରକଳ୍ପର ବାମ ପାର୍ଶ୍ବ କେନାଲ ଖନନ, ସୁରୁବାଲି ଯୋର ଉପରେ ଆନିକଟ ନିର୍ମାଣ, ଗ୍ରାମୀଣ କଳାକାର ଚିହ୍ନଟ କରି ମାସି ଚାରି ହଜାର ଟଙ୍କା ଭତ୍ତା ପ୍ରଦାନ, କ୍ଷୁଦ୍ର ତଥା ନାମମାତ୍ର ଚାଷୀ ଓ ଭାଗ ଚାଷୀ ଚିହ୍ନଟ ସହିତ ପରିଚୟ ପତ୍ର ପ୍ରଦାନ, ଧାନ ବିକ୍ରିର ସୁବ୍ୟବସ୍ଥା ଆଦି ଦାବି ପୂରଣ ପାଇଁ ଲୋକ ସଂସ୍କୃତି ମାଧ୍ୟମରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ।

ଏହା ସହିତ ନିର୍ମାଣ ଶ୍ରମିକଙ୍କ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି କରିଛନ୍ତି। ଦାବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ପ୍ରଶାସନକୁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.