ETV Bharat / state

ଚକ୍ଷୁଦାନ ପାଇଁ ସଚେତନ କଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ - ଚିକିତ୍ସାଳୟ

ମୃତ୍ୟୁ ପରେ ଚକ୍ଷୁଦାନ ପାଇଁ ଜନସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି କରାଗଲେ ଅନ୍ଧତ୍ବ ଦୂରୀକରଣ ହୋଇପାରିବ ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Sep 6, 2019, 10:48 PM IST

ସୁବର୍ଣ୍ଣପୁର: ଚକ୍ଷୁ ଦାନ ମହତ୍ବ କାର୍ଯ୍ୟ କେବଳ ସ୍ଲୋଗାନରେ ହିଁ ସିମୀତ ହୋଇ ରହିଛି। ଆଜି(ଶୁକ୍ରବାର) ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଆୟୋଜିତ ହୋଇଯାଇଛି 34 ତମ ଜାତୀୟ ଚକ୍ଷୁଦାନ ପକ୍ଷ କାର୍ଯ୍ୟକ୍ରମ । ଏହି ଅବସରରେ ଜିଲ୍ଲା ମୁ୍ଖ୍ୟ ଚିକିତ୍ସାଧିକାରୀ ପ୍ରଦୀପ ଗୁରୁ କ୍ଷୋଭ ପ୍ରକାଶ କରିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଗତ ଦୁଇ ବର୍ଷ ହେଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତରଫରୁ ଚକ୍ଷୁ ଦାନ ପକ୍ଷ ପାଳନ କରାଯାଉଛି । ସଚେତନତା ବୈଠକ ଓ ସଚେତନତା କାର୍ଯ୍ୟକ୍ରମରେ ହିଁ ସିମୀତ ରହିଛି । ଜନସାଧାରଣଙ୍କ ଭିତରେ ଆବଶ୍ୟକ ସଚେତନତା କରାଯାଉ ନଥିବାରୁ ଜନସାଧାରଣ ଚକ୍ଷୁ ଦାନ ପାଇଁ ଆଗ୍ରହ ପ୍ରକାଶ କରୁ ନାହାଁନ୍ତି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ।

ସେ ଆହୁରି କହିଛନ୍ତି କି ବଞ୍ଚିବା ମଧ୍ୟରେ ଚକ୍ଷୁର ସୁରକ୍ଷା ଓ ଯତ୍ନ ନେବା ସହିତ ମୃତ୍ୟୁ ପରେ ଚକ୍ଷୁ ଦାନ ପାଇଁ ଜନସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି କରାଗଲେ ଅନ୍ଧତ୍ବ ଦୂରୀକରଣ ଉପରେ ଏହା ବଡ ପଦକ୍ଷେପ ହେବ ।

ପ୍ରକାଶ ଥାଉକି ଗତ ଦୁଇ ବର୍ଷ ମଧ୍ୟରେ ଆଠ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଜିଲ୍ଲାରେ ଜଣେ ବି ଚକ୍ଷୁ ଦାନ କରିବା ପାଇଁ ଆଗ୍ରହ ପ୍ରକାଶ କରି ନାହାନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Intro:ଏଙ୍କର-ଚକ୍ଷୁ ଦାନ ମହାପୂଣ୍ୟ କାର୍ଯ୍ୟକ୍ରମ କେବଳ ସ୍ଲୋଗାନରେ ହିଁ ସିମୀତ ହୋଇ ରହିଛି ।ଆଜି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଆୟୋଜିତ 34 ତମ ଜାତୀୟ ଚକ୍ଷୁଦାନ ପକ୍ଷ ପାଳନ ଅବସରରେ ଜିଲ୍ଲା ମୁ୍ଖ୍ୟ ଚିକିତ୍ସାଧିକାରୀ ପ୍ରଦୀପ ଗୁରୁ କ୍ଷୋଭ ପ୍ରକାଶ କରିଥିଲେ ।ଗତ ଦୁଇ ବର୍ଷ ହେଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତରଫରୁ ଚକ୍ଷୁ ଦାନ ପକ୍ଷ ପାଳନ କରାଯାଉଛି ।ସଚେତନତା ବୈଠକ ଓ ସଚେତନତା କାର୍ଯ୍ୟକ୍ରମରେ ହିଁ ସିମୀତ ରହିଛି ସଚେତନତା ।ଜନସାଧାରଣଙ୍କ ଭିତରେ ଆବଶ୍ୟକ ସଚେତନତା କରାଯାଉ ନ ଥିବାରୁ ଜନସାଧାରଣ ଚକ୍ଷୁ ଦାନ ପାଇଁ ଆଗ୍ରହ ପ୍ରକାଶ କରୁ ନ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ।ଜୀଇଁବା ଭିତରେ ଚକ୍ଷୁର ସୁରକ୍ଷା ଓ ଯତ୍ମ ନେବା ସହିତ ମୃତ୍ୟୁ ପରେ ତାର ଦାନ ପାଇଁ ଜନସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି କରାଗଲେ ଅନ୍ଧତ୍ବ ଦୂରୀକରଣ ଉପରେ ଏହା ବଡ ପଦକ୍ଷେପ ହେବ ବୋଲି ବି କହିଛନ୍ତି ।
Body:ପ୍ରକାଶଥାଉ କି ଗତ ଦୁଇ ବର୍ଷ ଭିତରେ ଆଠ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଜିଲ୍ଲାରେ ଜଣେ ବି ଚକ୍ଷୁ ଦାନ କରିବା ପାଇଁ ଆଗ୍ରହ ପ୍ରକାଶ କରି ନାହାନ୍ତି ।
Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.