ସୁବର୍ଣ୍ଣପୁର: ଜିଲ୍ଲାରେ କୋଭିଡ଼-19 ପ୍ରତିହତ କରିବା ପାଇଁ ଲକଡାଉନ କରାଯାଇଛି । ହେଲେ ଏହି ଲକଡାଉନର ଫାଏଦା ଉଠାଉଛନ୍ତି ବେଆଇନ ମଦ ବେପାର କରୁଥିବା ବ୍ୟବସାୟୀମାନେ । ସେପଟେ କିନ୍ତୁ ଅବକାରୀ ବିଭାଗ ଓ ପୋଲିସ ଏଭଳି ଚୋରା କାରବାର ଉପରେ ରୋକ ଲଗାଇବାକୁ ପୂର୍ବରୁ ସତର୍କ ରହିଛି । ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଏସ.ପତ୍ରାପାଲି ପଞ୍ଚାୟତର କପାସିରା ନଦୀକୂଳରେ ଚାଲିଥିବା ଏକ ଦେଶୀ ମଦ ଭାଟିରେ ଚଢାଉ କରିଥିଲା ଅବକାରୀ ବିଭାଗ ।
ଚଢାଉ ବେଳେ ଅଭିଯୁକ୍ତମାନେ ନଦୀ ପାର ହୋଇ ଫେରାର ହୋଇଥିବା ବେଳେ ବିଭାଗ ପକ୍ଷରୁ 2 ଶହ ଲିଟର ମଦ ଏବଂ ମଦ ରନ୍ଧା ସାମଗ୍ରୀ ଜବତ କରାଯାଇଛି । ଏଥିସହ ସେଠାରେ ଥିବା ମହୁଲ ପୋଚକୁ ମଧ୍ୟ ନଷ୍ଟ କରିଛି । ତେବେ ଘଟଣାକୁ ନେଇ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି ।
କପାସିରା ନଦୀକୂଳରେ ବେଆଇନ ଭାବେ ଏକ ଦେଶୀ ମଦଭାଟି ଚାଲିଥିବା ନେଇ ଖବର ପାଇଥିଲେ ଅବକାରୀ ବିଭାଗ କର୍ମଚାରୀ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ