ETV Bharat / state

ଗଞ୍ଜେଇ ଚାଲାଣ ରୋକିବାରେ ଫେଲ୍ ସୁବର୍ଣ୍ଣପୁର ଅବକାରୀ ବିଭାଗ! - ଗଞ୍ଜେଇ ଚୋରା ଚାଲାଣ

ବୌଦ୍ଧ ଜିଲ୍ଲାରୁ ସୁବର୍ଣ୍ଣପୁର ଦେଇ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ବଢୁଛି । ହେଲେ ଏହି ବେଆଇନ କାରବାର ଉପରେ ରୋକ୍ ଲଗାଇବାରେ ଜିଲ୍ଲା ଅବକାରୀ ବିଭାଗ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ଗଞ୍ଜେଇ କାରବାର ରୋକିବାରେ ଫେଲ୍ ସୁବର୍ଣ୍ଣପୁର ଅବକାରୀ ବିଭାଗ

author img

By

Published : Apr 26, 2022, 11:10 AM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁରରେ ଗଞ୍ଜେଇ ଚାଷ ହେଉନାହିଁ, ମାତ୍ର ବୌଦ୍ଧ ଜିଲ୍ଲାରୁ ସୁବର୍ଣ୍ଣପୁର ଦେଇ ଆନ୍ତଃରାଜ୍ୟ ଗଞ୍ଜେଇ କାରବାର ବଢୁଛି । ସଦର ଥାନା, ରାମପୁର, ବିନିକା ମଧ୍ୟ ଦେଇ ଗଞ୍ଜେଇ ଚାଲାଣ ହେଉଥିବାବେଳେ ଛତିଶଗଡ ଓ ସୁଦୂର ମଧ୍ୟପ୍ରଦେଶ ରାଜ୍ୟରେ ଗଞ୍ଜେଇ ମାଫିଆମାନେ ଧରା ପଡୁଛନ୍ତି । ହେଲେ ଏହା ଉପରେ ଅଙ୍କୁଶ ଲାଗିପାରୁ ନାହିଁ । ବେଆଇନ ଗଞ୍ଜେଇ ଚୋରା ଚାଲାଣ ରୋକିବାରେ ସୁବର୍ଣ୍ଣପୁର ଜିଲ୍ଲା ଅବକରୀ ବିଭାଗ ଫେଲ୍ ହୋଇଥିବା ଅଭିଯୋଗ ହୋଇଛି ।

ଗଞ୍ଜେଇ କାରବାର ରୋକିବାରେ ଫେଲ୍ ସୁବର୍ଣ୍ଣପୁର ଅବକାରୀ ବିଭାଗ

ଅବକାରୀ ବିଭାଗର ଭିଜିଲାନ୍ସ ଟିମ୍ ସୁବର୍ଣ୍ଣପୁର ଗସ୍ତ କରି ବିଭିନ୍ନ ସମୟରେ ଗଞ୍ଜେଇ ଧରିବାରେ ସଫଳ ହେଉଥିବା ବେଳେ ଜିଲ୍ଲାର ଅବକାରୀ ବିଭାଗ କିନ୍ତୁ ଏଥିରେ ବିଫଳ ହେଉଥିବା ଦେଖିବାକୁ ମିଳୁଛି । ଜିଲ୍ଲା ଅବକାରୀ ବିଭାଗ ପାଖରେ ବେଆଇନ ଗଞ୍ଜେଇ ଚାଲାଣ ସମ୍ପର୍କିତ ଖବର ପହଞ୍ଚି ପାରୁନାହିଁ । ହେଲେ ସମ୍ବଲପୁର ଓ କଟକର ଅବକାରୀ ବିଭାଗ ଟିମ୍ ଖବର ପାଇ ମାଫିଆମାନଙ୍କୁ ଧରିବାରେ ସଫଳ ହେଉଛନ୍ତି । ଜିଲ୍ଲା ପୋଲିସ, ଜିଲ୍ଲା ଅବକାରୀ ବିଭାଗ, ଭିଜିଲାନ୍ସ ଟିମ୍ ବାରମ୍ବାର ଚଢାଉ କରୁଛନ୍ତି, ମାତ୍ର ଗଞ୍ଜେଇ କାରବାର ରୋକିବା ଦିଗରେ ସେତେଟା ସଫଳତା ମିଳୁନାହିଁ । ଅପରପକ୍ଷରେ ଭିଜିଲାନ୍ସ ଗତ ତିନି ମାସରେ ତିନୋଟି କେସରେ ସଫଳତା ପାଇଥିବାବେଳେ ଜିଲ୍ଲା ଅବକାରୀ ବିଭାଗ 18ଗୋଟି କେସ୍ କରିଥିବା ସଫେଇ ଦେଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.