ETV Bharat / state

ଇଭିଏମ ପାଇଁ 2 କୋଟିର ଘର

ସୁବର୍ଣ୍ଣପୁର ସହରରରେ ଇଭିଏମ ଓ ଭିଭିପାଟ କେନ୍ଦ୍ର ଉଦଘାଟିତ ହୋଇଛି । 2019 ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ ଗଣତି ସରିବା ପରେ ଇଭିଏମ ଓ ଭିଭିପାଟ ମେସିନ ଗୁଡିକୁ ସୁରକ୍ଷାର ସହିତ ରଖିବା ପାଇଁ ଏହି ଗୋଦାମ ଗୃହଟି ନିର୍ମିତ ହୋଇଛି ।

author img

By

Published : Jun 5, 2019, 2:24 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ସହରର ପଟାଭାଡିଠାରେ ଇଭିଏମ ଓ ଭିଭିପାଟକୁ ସୁରକ୍ଷିତ ରଖିବା ପାଇଁ ଗୋଦାମ ଗୃହର ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ମଧୂସୂଦନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଗୋଦାମର ଆନୁଷ୍ଠାନିକ ଉଦଘାଟନ କରିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

2019 ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ ଗଣତି ସରିବା ପରେ ଇଭିଏମ ଓ ଭିଭିପାଟ ମେସିନ ଗୁଡିକୁ ସୁରକ୍ଷାର ସହିତ ଗଚ୍ଛିତ ରଖିବା ପାଇଁ ଏହି ଗୋଦାମ ଗୃହଟି ନିର୍ମିତ ହୋଇଛି । ସୁରକ୍ଷା ଦୃଷ୍ଟିରୁ ଏହି ଗୋଦାମ ଗୃହଟିକୁ ଶୀତତାପ ନିୟନ୍ତ୍ରିତରେ ପରିଣତ କରାଯାଇଥିବାବେଳେ ଭିତରେ ଓ ବାହାରେ ପ୍ରାୟ 40ଟି ସିସିଟିଭି କ୍ୟାମେରା ଲଗାଯାଇଛି । ଏହା ବ୍ୟତୀତ କେନ୍ଦ୍ରରେ 16 ଜଣ ସଶସ୍ତ୍ର ସୁରକ୍ଷାକର୍ମୀଙ୍କୁ 24 ଘଣ୍ଟା ପ୍ରହର ଦେବା ପାଇଁ ନିୟୋଜିତ କରାଯାଇଛି ।

ପ୍ରାୟ 2 କୋଟି 2 ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ତିଆରି ହୋଇଥିବା ଏହି କେନ୍ଦ୍ରରେ ପ୍ରଶାସନ ପକ୍ଷରୁ ସବୁ ପ୍ରକାରର ସୁରକ୍ଷା ପ୍ରଦାନ କରାଯାଇଛି । ଜିଲ୍ଲାର ଉଭୟ ବୀରମହାରାଜପୁର ଓ ସୋନପୁର ନିର୍ବାଚନର ଭୋଟ ଗଣତି ସରିବା ପରେ କଡା ସୁରକ୍ଷା ଭିତରେ ଭିଭିପାଟ ଓ ଇଭିଏମ ଗୁଡିକୁ ଏହି କେନ୍ଦ୍ରରେ ଗଚ୍ଛିତ ରଖାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

||ବରଗଡ ||
ବରଗଡ ଜିଲ୍ଲା ପାଇକମାଲ ବ୍ଲକରେ ଅବସ୍ଥିତ  ଗନ୍ଧମାର୍ଦ୍ଧନ ପର୍ବତ | ଏହି ପର୍ବତ ପାଦଦେଶରେ  ଶୋଭାପାଉଛନ୍ତି ଶ୍ରୀ ଶ୍ରୀ ନୃସିଂହନାଥ ଦେବ | ଶହ ଶହ ବର୍ଷ ପୂର୍ବେ ଏହି ପର୍ବତର ନାମ ଥିଲା "ଗନ୍ଧଗିରି " ଏବଂ ଏଇତିହାସିକ ବୌଦ୍ଧ ଯୁଗରେ ଏହା "ପରିମଳଗିରି" ନାମରେ ପରିଚିତ ଥିଲା | ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଏହାକୁ "ବୁଢାଡଙ୍ଗର" ବୋଲି ମଧ୍ୟ କହିଥାନ୍ତି | ତେବେ ଏହି ଗନ୍ଧମାର୍ଦନ ପର୍ବତରେ ଭରି ରହିଛି  ବହୁ ସଂଖ୍ୟକ ଓ ବିପୁଳ ପରିମାଣରେ ବନୌଷଧି  ଲତା ଗୁଳ୍ମ | ଆୟୁର୍ବେଦ ଚିକିତ୍ସା ପାଇଁ ଔଷଧୀୟ ବୃକ୍ଷଳତାର ଏହା ଏକ ଅସରନ୍ତି ଭଣ୍ଡାର | ବୋଟାନିକାଳ ସର୍ଭେ ଓଫ ଇଣ୍ଡିଆ ର ରିପୋର୍ଟ ରୁ ଜଣାଯାଇଛି ଯେ ଏହି ପର୍ବବତରେ ୨୭୦୦ ପ୍ରକାର ବନୌଷଧି ଲତା ଗୁଳ୍ମ ରହିଛି | ଏଠାରୁ ପ୍ରତି ବର୍ଷ ଟ୍ରକ ଟ୍ରକ ଔଷଧୀୟ ଯଥା ଫୁଲ,ଫଳ,ଚେର, ମୂଳ , ଛାଲି , ଜଡିବୁଟି ଇତ୍ୟାଦି ସଂରୁହିତ ହୋଇ ସୂଦୂର କଲିକତା , ବମ୍ବେ ପ୍ରଭୃତି ଶିଲ୍ପସମୃଦ୍ଧ ସ୍ଥାନକୁ ରପ୍ତାନି ହୋଇଯାଉଛି ଏବଂ ବିଭିନ୍ନ ଔଷଧ ତିଆରି ହୋଇ ସେଠାରୁ ଏହି ଅଞ୍ଚଳକୁ ଆସି ବିକ୍ରି ହେଉଛି | ଏହି ପର୍ବତରେ ଏପରି କେତେକ ଔଷଧୀୟ ଗୁଳ୍ମ ଲତା ରହିଛି ଯାହା ଅନ୍ୟତ୍ର ଦୁର୍ଲଭା ବୋଲି ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି|
ତେବେ ଏହି ଗନ୍ଧମାର୍ଦନ ପର୍ବତ ଆଖପାଖ ବହୁ ଗ୍ରାମର ଲୋକେ ଏହି ଗନ୍ଧମାର୍ଦନ ପାହାଡ ଭିତରେ ରହିଥିବା ବହୁ ଔଷଧୀୟ ଚେର ମୂଳି ସଂଗ୍ରହ କରି ନିଜର ଜୀବିକା ନିର୍ବାହ କରିଥାନ୍ତି | ବର୍ତମାନ ଯୁଗରେ ପ୍ରାୟତଃ ଲୋକେ ଏଳୋପେଥି ଔଷଧ ର ବହୁଳ ବ୍ୟବହାର କରୁଥିବା ବେଳେ ଏହାର ପାର୍ଶ୍ଵପ୍ରତିକ୍ରିୟା କାରଣ ଯୋଗୁଁ ଧୀରେ ଧୀରେ ଲୋକମାନେ ହୋମିଓପାଥି ,ଆୟୁର୍ବେଦିକ ଓ  ଜଡିବୁଟି ଚିକିତ୍ସା କୁ ପୁଣି ଫେରୁଥିବା ରୁ ବର୍ତମାନ ଏଠାକାର ଜଡିବୁଟି ର ଚାହିଦା ବଢିବାକୁ ଲାଗିଛି | ଗନ୍ଧମାର୍ଦନ ପାହାଡ ପାଦତଳେ ବହୁ ଲୋକଙ୍କ ଜଡିବୁଟି ପସରା ଦେଖିବାକୁ ମିଳିଥାଏ | ଜଙ୍ଗଲରୁ ବହୁ ପ୍ରକାରର ଚେରମୂଳି ତଥା ବହୁ ବିରଳ ଔଷଧୀୟ ଜଡିବୁଟି ଯାହାକି ସମସ୍ତ ରୋଗ ର ଚିକିତ୍ସା ପାଇଁ ବ୍ୟବହାର କରାଯାଇଥାଏ ସେସବୁ ଗୁଣବତ୍ତା ବିଶିଷ୍ଟ ଔଷଧ ସଂଗ୍ରହ କରି ବିକ୍ରିକରିଥାନ୍ତି  ଏବଂ ପରିବାର ପୋଷଣ କରିଥାନ୍ତି ଏଠାକାର ଲୋକେ | ଗନ୍ଧମାର୍ଦନ ପାହାଡ ବହୁ ଗ୍ରାମବାସୀଙ୍କ ପେଟ ପାଟଣାର କାରଣ ହୋଇଥିବା ବେଳେ ଲୋକଙ୍କୁ ବହୁ ଅସାଧ୍ୟ ରୋଗର ଔଷଧ ମଧ୍ୟ ଯୋଗାଇ ଦେଉଛି |
ବାଇଟ ଓ ଭିଡିଓ MOJO ରେ ଯାଇଛି |
slug- odbgh_jadibuti_7203682
ବାଇଟ 1- ଦେବାନ ମେହେର ( ଜଡିବୁଟି ବିକ୍ରେତା )
ବାଇଟ 2- ନିରଞ୍ଜନ ଭୋଇ ( ଆୟୁର୍ବେଦିକ ଚିକିତ୍ସକ )
ବାଇଟ 3- ଲୋକନାଥ କନ୍ଧ (ଜଡିବୁଟି ସଂଗ୍ରାହକ )
 
For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.