ETV Bharat / state

ବେଆଇନ ଜବରଦଖଲ, କାର୍ଯ୍ୟାନୁଷ୍ଠାନ ନେଲା ଦେବୋତ୍ତର ବିଭାଗ - ସମଲେଇ ଜମି ଉଚ୍ଛେଦ ଖବର

ସୁବର୍ଣ୍ଣପୁର ଜିଲ୍ଲା ଦେବୋତ୍ତର ବିଭାଗ ପକ୍ଷରୁ ଶୁକ୍ରବାର ଦେବୋତ୍ତର ଭୂ-ସମ୍ପତ୍ତି ଉପରେ ନିର୍ମାଣାଧିନ ଧାନ ଘର ଓ ଗୁହାଳକୁ ଉଚ୍ଛେଦ କରାଯାଇଛି । ଯାହାକୁ ନେଇ ତିବ୍ର ଅସନ୍ତୋଷ ଦେଖାଦେଇଛି । ଅଧିକ ପଢନ୍ତୁ

ସେବାୟତକୁ ବେଆଇନ ଭାବେ ବେଦଖଲ କରିଥିବା ଅଭିଯୋଗ

author img

By

Published : May 28, 2022, 7:30 AM IST

ସୁବର୍ଣ୍ଣପୁର: ଜିଲ୍ଲା ଦେବୋତ୍ତର ବିଭାଗ ପକ୍ଷରୁ ଶୁକ୍ରବାର ଦେବୋତ୍ତର ଭୂ-ସମ୍ପତ୍ତି ଉପରେ ନିର୍ମାଣାଧିନ ଧାନ ଘର ଓ ଗୁହାଳକୁ ଉଚ୍ଛେଦ କରାଯାଇଛି । ଦେବୀ ବୁଢୀ ମା’ ସମଲେଇଙ୍କ ଜମି ଉପରେ ସେବାୟତ ରଘୁନାଥ ଥନାପତି ଏକ ଧାନ ଘର ନିର୍ମାଣ କରିସାରିଥିବା ବେଳେ ଏକ ଗୁହାଳ ପାଇଁ ନିହ ଖୋଳୁଥିଲେ । ତେବେ ସେବାୟତଙ୍କ ଉପରେ ଏହା ବେଆଇନ ଭାବେ ଦେବୋତ୍ତର ବିଭାଗ କାର୍ଯ୍ୟାନୁଷ୍ଠାନ ନେଇଛି ବୋଲି ଅଭିଯୋଗ ହୋଇଛି । ଦେବୀ ମା’ ବୁଢୀ ସମଲେଇଙ୍କ ସେବା ପୂଜା ପାଇଁ ପ୍ରାୟ ୫ ଏକର ପରିମିତ ଜାଗାର ବ୍ୟବସ୍ଥା କରାଯାଇଛି । ସେବା ପୂଜା ପାଇଁ ମାସିକ କୌଣସି ଆର୍ଥିକ ବ୍ୟବସ୍ଥା ନାହିଁ । ଜମି ଚାଷ କରି ସେବା ପୂଜା କରିବା ପାଇଁ ପଟ୍ଟାରେ ମାର୍ଫତ ସେବାୟତଙ୍କ ନାଁ ବି ଉଲ୍ଲେଖ ରହିଛି ।

ସେବାୟତକୁ ବେଆଇନ ଭାବେ ବେଦଖଲ କରିଥିବା ଅଭିଯୋଗ

ତେବେ ଚାଷ କାର୍ଯ୍ୟ ସୁପରିଚାଳନା କରିବା ସହିତ ଉତ୍ପାଦିତ ଶସ୍ୟ ଗଚ୍ଛିତ ରଖିବା ପାଇଁ ସେବାୟତ ଏକ ଧାନ ଘର ନିର୍ମାଣ କରୁଥିଲେ । ଯାହାକୁ ଦେବୋତ୍ତର ଅଧିକାରୀ ତଥା ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ରାଜସ୍ବ ବିଭାଗର କର୍ମଚାରୀ ଓ ପୋଲିସ ଉପସ୍ଥିତିରେ ଧାନ ଘରଟିକୁ ଭାଙ୍ଗି ଦିଆଯାଇଛି । ତେବେ ଅନ୍ୟାନ୍ୟ ଦେବୋତ୍ତର ଜମିରେ ଏବେ ବି ବେଆଇନ ଘର ନିର୍ମାଣ ଚାଲିଥିବା ବେଳେ ସେବାୟତଙ୍କ ଧାନ ଘରଟିକୁ ଆକ୍ରୋଶ ମୂଳକ ଭାବେ ଦେବୋତ୍ତର ବିଭାଗ ଭାଙ୍ଗି ଦେଇଥିବା ରଘୁନାଥ ଥନାପତି କହିଛନ୍ତି । ଦେବୋତ୍ତର ବିଭାଗର ଏତାଦୃଶ କାର୍ଯ୍ୟ ସେବାୟତ ମାନଙ୍କୁ ହତୋତ୍ସାହିତ କରୁଛି ବୋଲି ସାଧାରଣରେ ଚର୍ଚ୍ଚା ବି ହେଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.