ETV Bharat / state

‘ଇଟିଭି ଭାରତ’ର ଅନୁସନ୍ଧାନ ମୂଳକ ରିପୋର୍ଟ: ଭିତ୍ତିଭୂମି ବିକାଶ ନାଁରେ ଲକ୍ଷଲକ୍ଷ ଟଙ୍କା ଚଳୁ

ସୋନପୁର ମହାବିଦ୍ୟାଳୟରେ ମହାଦୁର୍ନୀତି । ଭିତ୍ତିଭୂମି ବିକାଶ ନାଁରେ ଲକ୍ଷଲକ୍ଷ ଟଙ୍କା ଚଳୁ । ଭିତ୍ତିଭୂମି ବିକାଶ ତଥା କୋଠରୀ ମରାମତି କାମରେ ହରିଲୁଟ ହୋଇଛି ଲକ୍ଷ ଲକ୍ଷ ଟଙ୍କା ।

author img

By

Published : Aug 2, 2019, 9:20 PM IST

ଡିଜାଇନ ଫଟୋ

ସୁବର୍ଣ୍ଣପୁର: ସୋନପୁର ମହାବିଦ୍ୟାଳୟରେ ମହାଦୁର୍ନୀତି । ଭିତ୍ତିଭୂମି ବିକାଶ ନାଁରେ ଲକ୍ଷଲକ୍ଷ ଟଙ୍କା ଚଳୁ । ଭିତ୍ତିଭୂମି ବିକାଶ ତଥା କୋଠରୀ ମରାମତି କାମରେ ହରିଲୁଟ ହୋଇଛି ଲକ୍ଷ ଲକ୍ଷ ଟଙ୍କା । ଯାହାର ପ୍ରମାଣ ଲାଗିଛି ‘ଇଟିଭି ଭାରତ’ ହାତରେ । କାର୍ଯ୍ୟରେ ବ୍ୟବହୃତ ସରଞ୍ଜାମ ପରିବହନ ପାଇଁ ହ୍ବାଇଟ ହର୍ଷ କନଷ୍ଟ୍ରକସନ ନାଁରେ ଥିବା ଟ୍ରାକ୍ଟର ଲାଗିଥିବା ଦର୍ଶାଇ 66 ହଜାର 384 ଟଙ୍କାର ବିଲ୍‌ ପ୍ରଦାନ କରାଯାଇଛି । ହେଲେ ବିଲ୍‌ରେ ଦର୍ଶାଯାଇଥିବା ଟ୍ରାକ୍ଟର ନମ୍ବର ଓଡି-17-1721 ଏକ ଟିଭିଏସ ମୋଟର କମ୍ପାନୀର ଏକ୍ସେଲ ସୁପର (ମୋପେଡ ଗାଡି) ଲୁନା ବୋଲି ଜଣାପଡିଛି । ଯାହା ବରଗଡ ପରିବହନ ବିଭାଗରେ ମନୋରଞ୍ଜନ ପ୍ରଧାନଙ୍କ ନାମରେ ରେଜିଷ୍ଟ୍ରେସନ ହୋଇଛି । ଏହା ପରିବହନରେ ହୋଇଥିବା ଦୁର୍ନୀତିକୁ ପଦାରେ ପକାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

କେବଳ ପରିବହନ ନୁହେଁ ଗୋଟିଏ ଟିନ୍‌ ନମ୍ବର ଥାଇ ତିନୋଟି ଦୋକାନର ବିଲ ପ୍ରଦାନ କରାଯାଇଛି । ଟିନ୍‌ ନମ୍ବର-22901806274 ଥାଇ ସୁରେଶ୍ବରୀ କନଷ୍ଟ୍ରକସନ, ମିଶ୍ର ସିମେଣ୍ଟ ଓ ସୁରେଶ୍ବରୀ ଟ୍ରେଡର୍ସକୁ ସମୁଦାୟ 4 ଲକ୍ଷ 79 ହଜାର 260 ଟଙ୍କାର ବିଲ୍‌ ପ୍ରଦାନ କରାଯାଇଛି । ସୁରେଶ୍ବରୀ କନଷ୍ଟ୍ରକସନକୁ 27,300 , ମିଶ୍ର ସିମେଣ୍ଟକୁ 13,760 ଓ ସୁରେଶ୍ବରୀ ଟ୍ରେଡର୍ସକୁ 4 ଲକ୍ଷ 38 ହଜାର 200 ଟଙ୍କାର ବିଲ ଦିଆଯାଇଛି । ତେବେ ଏସବୁ ତଥ୍ୟ ସୂଚନା ଅଧିକାର ଆଇନ ବଳରେ ମିଳିବା ପରେ ଦୁର୍ନୀତିରେ ପୂର୍ବତନ ଅଧ୍ୟକ୍ଷା ପ୍ରିୟଲତା ଜେନା ଓ ସୋନପୁର ମହାବିଦ୍ୟାଳୟର ଅନ୍ୟ ଦୁଇ ଜଣ କର୍ମଚାରୀ ସାମିଲ ଥିବା ଅଧ୍ୟକ୍ଷ କହିଛନ୍ତି । ଅପରପକ୍ଷରେ ଏହି ଦୁର୍ନୀତି କଥାକୁ ପରିଚାଳନା ପରିଷଦର ସଭାପତି ତଥା ଉପ ଜିଲ୍ଲାପାଳ ସ୍ବୀକାର କରିଥିବା ବେଳେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦର୍ଶାଇଛନ୍ତି ।

ତେବେ ଏହି ଦୁର୍ନୀତିକୁ ପୂର୍ବରୁ କେବଳ ଟିଚର କାଉନସିଲ ତଦନ୍ତରେ ସୀମିତ ରଖାଯାଇଛି । ଆରଟିଆଇ ବଳରେ ସଂପୂର୍ଣ୍ଣ ଅନୁଦାନର ସିଂହଭାଗ ବାଟମାରଣା ହୋଇଥିବା ଜଣାପଡିବା ପରେ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି ହେଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ଏଙ୍କର-ମାଲ ପରିବହନ କରୁଛି ଟିଭିଏସ ଏକ୍ସେଲ ସୁପର ମୋପେଡ ଗାଡି ।ବାଲି , ପଥର ଚିପସ ହେଉ ଅବା ସିମେଣ୍ଟ ।ଟ୍ରାକ୍ଟର ବଦଳରେ ସବୁ ମାଲ ପରିବହନ କରିଛି ମୋପେଡ ଗାଡି ।ଆଉ ମାଲ ପରିବହନ ବାବଦକୁ 66 ହଜାର 384 ଟଂକା ପ୍ରଦାନ କରାଯାଇଛି ।ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ମହାବିଦ୍ୟାଳୟ ଭିତ୍ତିଭୂମୀର ବିକାଶ ପାଇଁ ଶ୍ରେଣୀ କୋଠରୀ ଆଦି ନିର୍ମାଣ କରି ଅନୁଦାନ ଏଭଳି ଭାବେ ଖର୍ଚ୍ଚ କରାଯାଇଥିବା ଆମ ଅନୁସଂଧାନରୁ ଜଣା ପଡିଛି ।ସବୁ ସରକାରୀ ନୀତି ନୀୟମର ଉଲଂଘନ କରି ଜାଲ ବିଲ ପ୍ରସ୍ତୁତ କରାଯାଇ ଲକ୍ଷ ଲକ୍ଷ ଟଂକା ଆତ୍ମସାତ କରାଯାଇଛି ।ଭିତ୍ତିଭୂମୀର ବିକାଶ ନାଁରେ ସରକାରୀ ଅନୁଦାନ ବାଟମାରଣା ହୋଇଛି ।
ଭିଓ-1-ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ମହାବିଦ୍ୟାଳୟରେ ଗତ 4 ବର୍ଷ ତଳେ ଭିତ୍ତିଭୂମୀର ବିକାଶ କରାଯାଇଛି ।ଶ୍ରେଣୀ କୋଠରୀ ମରାମତି ଓ ଉନ୍ନତି କରଣ ସହିତ କିଛି ନୂତନ କାର୍ଯ୍ୟ କରାଯାଇଛି ।ହେଲେ ଉନ୍ନତି କରଣ ନାଁରେ ଲକ୍ଷ ଲକ୍ଷ ଟଂକା ଆତ୍ମସାତ କରିଥିବା ଆମ ଅନୁସଂଧାନରୁ ଜଣା ପଡିଛି ।ବିକାଶ କାର୍ଯ୍ୟ ପାଇଁ ଟ୍ରାକ୍ଟର ବଦଳରେ ମୋପେଡ ଗାଡି ନମ୍ବର ଥିବା ବିଲ ପ୍ରଦାନ କରାଯାଇ ଟଂକା ଉଠା ଯାଇଛି ।ଓଡି-17-1721 ଗାଡିଟି ବରଗଡ ପରିବହନ ବିଭାଗରେ ଟିଭିଏସ ମୋଟର କଂପାନୀର ଏକ୍ସେଲ ସୁପର ବୋଲି ରେଜିଷ୍ଟ୍ରେସନ ହୋଇଛି ।ଗାଡି ମାଲିକ ମନୋରଂଜନ ପଧାନ 1023 ଅକ୍ଟୋବର 9 ତାରିଖରେ ରେଜିଷ୍ଟ୍ରେସନ କରିଛନ୍ତି ।ହେଲେ ସୋନପୁର ମହାବିଦ୍ୟାଳୟରେ ହୋଇଥିବା ବିକାଶ କାର୍ଯ୍ୟରେ ଏହି ଗାଡିଟି ନିୟୋଜିତ ହୋଇଥିଲା ବୋଲି ବିଲ ପ୍ରଦାନ କରାଯାଇଛି ।ହ୍ବାଇଟ ହର୍ଷ କଂସଟ୍ରକସନ ନାଁରେ ଟ୍ରାକ୍ଟର ନମ୍ବର ବୋଲି ଏହି ନମ୍ବରଟି ଦିଆଯାଇ ମାଲ ପରିବହନ ବାବଦକୁ 66 ହଜାର 384 ଟଂକା ବିଲ ପ୍ରଦାନ କରାଯାଇଛି ।ଏଥିରୁ ସ୍ପଷ୍ଟ ବୁଝା ପଡୁଛି ବିକାଶ କାର୍ଯ୍ୟରେ କଲେଜ କର୍ତ୍ତୃପକ୍ଷ ଓ ଠିକାଦାର ମିଶି କିଭଳି ସରକାରୀ ଅନୁଦାନ ଆତ୍ମସାତ କରିଛନ୍ତି ।
ବାଇଟ-1-ବଳଦେବ ବେଦବାଗ ,ବୁଦ୍ଧିଜିବୀ ,ସୁବର୍ଣ୍ଣପୁର ।
ବାଇଟ-2-ଶ୍ୟାମା ଓଁ ପ୍ରସାଦ ମିଶ୍ର ,ଆଇନଜିବୀ ,ସୁବର୍ଣ୍ଣପୁର ।Body:ଭିଓ-2-ଖାଲି ଏତିକି ନୁହେଁ ।ଗୋଟିଏ ଟିନ ନମ୍ବର ଥାଇ ତିନୋଟି ଦୋକାନର ବିଲ ପ୍ରଦାନ କରାଯାଇଛି ।ଟିନ ନମ୍ବର-22901806274 ।ଏହି ଟିନ ନମ୍ବରଟି ସୁରେଶ୍ବରୀ କଂସଟ୍ରକସନ ସୋନପୁର , ମିଶ୍ର ସିମେଣ୍ଟ ଓ ସୁରେଶ୍ବରୀ ଟ୍ରେଡର୍ସ ବୋଲି ଦିଆଯାଇଛି ।ଗୋଟିଏ ଟିନ ନମ୍ବର ପକାଇ 4 ଲକ୍ଷ 79 ହଜାର 260 ଟଂକାର ତିନୋଟି ଦୋକାନର ବିଲ ପ୍ରଦାନ କରାଯାଇଛି ।ଏହି ଟିନ ନମ୍ବର ଥାଇ ଗୋଟିଏ ବିଲରେ ସୁରେଶ୍ବରୀ ଟ୍ରେଡର୍ସ ପାଖରୁ ସିମେଣ୍ଟ ,ବାଲି ,ପଥର ଚିପସ ଓ ଇଟା ବାବଦକୁ 4 ଲକ୍ଷ 38 ହଜାର ଟଂକା ପ୍ରଦାନ କରାଯାଇଛି । ସେହିପରି ଏହି ଟିନ ନମ୍ବର ଥାଇ ମିଶ୍ର ସିମେଣ୍ଟ ବିଲ ପ୍ରଦାନ କରାଯାଇ 11 ହଜାର 840 ଟଂକା ପ୍ରଦାନ କରାଯାଇଛି ।ସେହିପରି ଆଉ ଏକ ବିଲରେ ଏହି ଟିନ ନମ୍ବର ଦେଇ ସୁରେଶ୍ବରୀ କଂସଟ୍ରକସନକୁ ଇଟା ଓ ଅନ୍ୟାନ୍ୟ ସାମଗ୍ରୀ କ୍ରୟ ବାବଦକୁ 6 ହଜାର 100 ଟଂକା ପ୍ରଦାନ କରାଯାଇଥିବା ବିଲଗୁଡିକର ନକଲରୁ ଜଣା ପଡିଛି ।ଉନ୍ନୟନ କାର୍ଯ୍ୟରେ ଦୁର୍ନିତି ହୋଇଥିବା ଅନେକ ଅଭିଯୋଗ କରିଥିବା ବେଳେ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ଦସ୍ତାବିଜରୁ ସବୁ ସ୍ଫଷ୍ଟ ହୋଇଛି ।ଏଭଳି ଦୁର୍ନିତିରେ ପୂର୍ବତନ ଅଧ୍ୟକ୍ଷା ପ୍ରିୟଲତା ଜେନା ଓ ସୋନପୁର ମହାବିଦ୍ୟାଳୟର ଅନ୍ୟ ଦୁଇ ଜଣ କର୍ମଚାରୀ ସାମିଲ ଥିବା ଅଧ୍ୟକ୍ଷ କହିଛନ୍ତି ।
ବାଇଟ-2-ତରୁଣ କୁମାର ମିଶ୍ର ,ଅଧ୍ୟକ୍ଷ ,ସୋନପୁର ମହାବିଦ୍ୟାଳୟ , ସୁବର୍ଣ୍ଣପୁର ।
ଭିଓ-3-ଏହି ବିକାଶ କାର୍ଯ୍ୟରେ ପୂର୍ବତନ ଅଧ୍ୟକ୍ଷା ପ୍ରିୟଲତା ଜେନା , ରସାୟନ ବିଭାଗର ଜଣେ ଡେମୋନଷ୍ଟ୍ରେଟର ଓ ଏକାଉଣ୍ଟାଣ୍ଟ ସାମିଲ ଥିବା ଟିଚର କାଉନସିଲ ରିପୋର୍ଟ ପ୍ରଦାନ କରିଛି ।ମିଛ ବିଲ ପ୍ରଦାନ କରାଯାଇ ଲକ୍ଷ ଲକ୍ଷ ଟଂକାର ଅନୁଦାନ ବାଟମାରଣା କରାଯାଇଥିବା ପରିଚାଳନା ପରିଷଦର ଦୃଷ୍ଟିକୁ ଆସିଛି ।ହେଲେ ଦୁର୍ନିତିଗ୍ରସ୍ତଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଉନାହିଁ ବୋଲି ଅଭିଯୋଗ ହୋଇଛି ।ଅପରପକ୍ଷରେ ଏହି ଦୁର୍ନିତ କଥାକୁ ପରିଚାଳନା ପରିଷଦର ସଭାପତି ତଥା ଉପ ଜିଲ୍ଲାପାଳ ସ୍ବୀକାର କରିଥିବା ବେଳେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।
ବାଇଟ-4-ବଳରାମ ମଲ୍ଲିକ ,ପରିଚାଳନା ପରିଷଦ ସଭାପତି ତଥା ଉପ ଜିଲ୍ଲାପାଳ ,ସୁବର୍ଣ୍ଣପୁର ।Conclusion:ଫାଭିଓ-ଆଜକୁ ବର୍ଷେରୁ ଅଧିକ ହେଲା ମହାବିଦ୍ୟାଳୟର ଉନ୍ନୟନ କାର୍ଯ୍ୟରେ ଦୁର୍ନିତି ହୋଇଥିବା ସଭିଏଁ ଜାଣିଛନ୍ତି ।ହେଲେ ଏହା ଟିଚର କାଉନସିଲ ତଦନ୍ତରେ ସୀମିତ ରହିଛି ।ଏହି ରିପୋର୍ଟକୁ ସାର୍ବଜନୀନ କରାଯିବା ସହିତ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ଦାବୀ ହେଉଛି ।ଆମେ ସୂଚନା ଅଧିକାର ବଳରେ ମାଗିଥିବା ବିଲ ଭାଉଚର ଦେଖିଲେ ସଂପୂର୍ଣ୍ଣ ଅନୁଦାନର ସିଂହ ଭାଗ ବାଟମାରଣା ହୋଇଥିବା ଜଣାପଡୁଛି ।ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷାଙ୍କ ସହିତ ନିର୍ମାଣ ଦାୟୀତ୍ବରେ ଥିବା କର୍ମଚାରୀମାନେ ଏହି ଦୁର୍ନିତିରେ ସାମିଲ ଥିବା ସ୍ଫଷ୍ଟ ହୋଇଛି । ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.