ETV Bharat / state

ବସଲାଟ ଜଙ୍ଗଲରୁ ହାତୀ ଶାବକ ମୃତଦେହ ଉଦ୍ଧାର

author img

By

Published : Dec 4, 2021, 8:26 PM IST

ସୁବର୍ଣ୍ଣପୁର ଜିଲ୍ଲାର ସଦର ରେଞ୍ଜରେ ଏକ ହାତୀ ଶାବକର ମୃତ୍ୟୁ ହୋଇଛି । ପ୍ରାୟ 15 ଦିନ ହେଲା ଲଛିପୁର ଅଞ୍ଚଳରେ ହାତୀ ବାରପାହାଡ଼ ଜଙ୍ଗଲରୁ ଜନବସତି ମୁହାଁ ହୋଇ ବ୍ୟାପକ ଉତ୍ପାତ କରୁଥିଲେ। ଅଧିକ ପଢନ୍ତୁ

ବସଲାଟ ଜଙ୍ଗଲରେ ହାତୀ ଶାବକର ମୃତ୍ୟୁ
ବସଲାଟ ଜଙ୍ଗଲରେ ହାତୀ ଶାବକର ମୃତ୍ୟୁ

ସୁବର୍ଣ୍ଣପୁର: ଜିଲ୍ଲାର ସଦର ରେଞ୍ଜରେ ଏକ ହାତୀ ଶାବକର ମୃତ୍ୟୁ ହୋଇଛି। ହାତୀଟି ଅଳ୍ପ ବୟସର ହୋଇଥିବା ବେଳେ ବିଷାକ୍ତ ଖାଦ୍ୟ ପ୍ରକ୍ରିୟା ଯୋଗୁଁ ହାତୀ ଶାବକଟିର ମୃତ୍ୟୁ ହୋଇଥିବା ଜଣାପଡିଛି । ଆଜି ଲୋକମାନେ ମଧ୍ୟାହ୍ନରେ ବନ ବିଭାଗକୁ ଖବର ଦେବା ପରେ ବନ କର୍ମଚାରୀ ପଶୁ ଚିକିତ୍ସକଙ୍କ ସହିତ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ କରିବା ସହିତ ମୃତ୍ୟୁ ହୋଇଥିବା ଜାଗାରେ ପୋତି ଦେଇଛନ୍ତି ।

ବସଲାଟ ଜଙ୍ଗଲରେ ହାତୀ ଶାବକର ମୃତ୍ୟୁ

ପ୍ରାୟ 15 ଦିନ ହେଲା ଲଛିପୁର ଅଞ୍ଚଳରେ ହାତୀ ବାରପାହାଡ଼ ଜଙ୍ଗଲରୁ ଜନବସତି ମୁହାଁ ହୋଇ ବ୍ୟାପକ ଉତ୍ପାତ କରୁଥିଲେ। ତେବେ ହାତୀପଲ ପାଚିଲା ଧାନ ଖାଇବା ସହିତ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ହାତୀ ପଲ ବସଲାଟ ଜଙ୍ଗଲରେ ଥିବାବେଳେ ଏହି ହାତୀ ଶାବକଟିର ମୃତ୍ୟୁ ହୋଇଥିବା ଜଣାପଡିଛି । ହାତୀ ଶାବକର ଏହି ମୃତ୍ୟୁ ପାଇଁ ବନ ବିଭାଗକୁ ଦୋଷ ଦେଇଛନ୍ତି ପଶୁପ୍ରେମୀ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.