ETV Bharat / state

ଉଲୁଣ୍ଡା ବନାଞ୍ଚଳରେ ଦିନକୁ ଦିନ ବଢି ଚାଲିଛି ହାତୀ ଉପଦ୍ରବ, 2 ଗୁରୁତର

author img

By

Published : Oct 11, 2020, 10:46 AM IST

ଉଲୁଣ୍ଡା ବନାଞ୍ଚଳରେ ଦିନକୁ ଦିନ ବଢି ଚାଲିଛି ହାତୀ ଉପଦ୍ରବ । ପୁଣି ଗତକାଲି ବିଳମ୍ବିତ ରାତିରେ କୁତମେଣ୍ଡା ଗାଁର କୃଷ୍ଣ ଝରିଆଙ୍କ ଘର ହାତୀ ପଲ ଭାଙ୍ଗି ଦେଇଥିବା ବେଳେ ଗୁରତର ଭାବେ ଆହତ ହୋଇଛନ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

elephant damage house in ulunda forest area subarnapur
ଉଲୁଣ୍ଡା ବନାଞ୍ଚଳରେ ଦିନକୁ ଦିନ ବଢି ଚାଲିଛି ହାତୀ ଉପଦ୍ରବ, 2 ଗୁରୁତର

ସୁବର୍ଣ୍ଣପୁର: ଦିନକୁ ଦିନ ବଢି ଚାଲିଛି ହାତୀ ଉପଦ୍ରବ । କିଛି ଦିନ ତଳେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳରେ ଜଙ୍ଗଲି ହାତୀ ପଲ ରହୁଥିବା ବେଳେ ଅନେକ ଚାଷ ଜମି କ୍ଷତି କରିବା ସହ ଘର ଦ୍ବାର ଭାଙ୍ଗି ଦେଉଥିବା ଅଭିଯୋଗ ହୋଇଥିଲା । ଗତକାଲି(ଶନିବାର) ପୁଣି ବିଳମ୍ବିତ ରାତିରେ କୁତମେଣ୍ଡା ଗାଁର କୃଷ୍ଣ ଝରିଆଙ୍କ ଘର ହାତୀ ପଲ ଭାଙ୍ଗୀ ଦେଇଛନ୍ତି । ତେବେ ଘର କାନ୍ଥ ପଡି ଅଜା କୃଷ୍ଣ ଝରିଆ ଓ ତାଙ୍କ ନାତି ଅନ୍ଧାରୁ ରହିଦାଶ ଗୁରତର ଭାବେ ଆହତ ହୋଇଛନ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତ କରାଯାଇଛି ।

ସୂଚନାମୁତାବକ, ରାତିରେ ଶୋଇଥିବା ବେଳେ ହାତୀ ଆସି ହଠାତ ଘର ଭାଙ୍ଗି ଦେଇଥିଲା । ଫଳରେ ସେମାନେ ହଠାତ୍ ଘରୁ ବାହାରି ପାରି ନ ଥିଲେ । ଏହି ଅଞ୍ଚଳରେ ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ବନ ବିଭାଗ ପକ୍ଷରୁ ହାତି ଘଉଡାଇବା ପାଇଁ କୌଣସି ପ୍ରକାର ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହୋଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.