ETV Bharat / state

ଏଥର ହେବନି ସୁବର୍ଣ୍ଣପୁରର ଐତିହାସିକ ବଳିଯାତ୍ରା, ନିରାଶ ଶ୍ରଦ୍ଧାଳୁ - bali yatra of subarnapur

କୋଭିଡ 19 ସଂକ୍ରମଣକୁ ଆଖି ଆଗରେ ରଖି ଦେବୋତ୍ତର ବିଭାଗ ପକ୍ଷରୁ ସୁବର୍ଣ୍ଣପୁର ବଳିଯାତ୍ରା ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ଏଥର ହେବନି ସୁବର୍ଣ୍ଣପୁର ଐତିହାସିକ ବଳୀଯାତ୍ରା

author img

By

Published : Oct 28, 2020, 3:11 PM IST

ସୁବର୍ଣ୍ଣପୁର: ଏଥର ପଡିବନି ବଳି । ବନ୍ଦ ହେଲା ସୋନପୁର ଗଡଜାତର ଐତିହାସିକ ବଳିଯାତ୍ରା । କୋଭିଡ 19 ସଂକ୍ରମଣକୁ ଆଖି ଆଗରେ ରଖି ଦେବୋତ୍ତର ବିଭାଗ ପକ୍ଷରୁ ବଳିଯାତ୍ରା ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।

ଏଥର ହେବନି ସୁବର୍ଣ୍ଣପୁର ଐତିହାସିକ ବଳୀଯାତ୍ରା

ପ୍ରତିବର୍ଷ ଆଶ୍ବିନ ମହାଳୟାରୁ ପୂର୍ଣ୍ଣିମା ଯାଏଁ 16 ଦିନ ଭିତରେ 15 ଗୋଟି ବଳିି ପର୍ବ ହୁଏ । ଯାହା ଆଶ୍ବିନ ପୂର୍ଣ୍ଣମୀରେ ଶେଷ ହୋଇଥାଏ । ତେବେ ଚଳିତ ବର୍ଷ ମଳ ମାସ ପୂର୍ବରୁ ସୁରେଶ୍ବରୀଙ୍କ ପୀଠରୁ ବାଉତି ଛତ୍ର ଶୋଭାଯାତ୍ରା ନିରାଡ଼ମ୍ବର ଭାବେ ପାଳନ କରାଯାଇଥିଲା। ସେହିପରି ଉଁଆସ ବଳି କାର୍ଯ୍ୟ ବି ପାରମ୍ପରିକ ବିଧି ବିଧାନରେ ପାଳନ କରାଯାଇଥିଲା।

ରାଜା ରାଜୁଡା ଅମଳରୁ ପାଳିତ ହୋଇ ଆସୁଥିବା ଏହି ବଳିଯାତ୍ରାରେ ଗତ ଦୁଇ ଦଶନ୍ଧି ଭିତରେ କୌଣସି ବ୍ୟତିକ୍ରମ ହୋଇ ନ ଥିଲା । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବଳିରେ ସାମିଲ ହେବା ସହିତ ଦେବୀ କୃପା ଲାଭ କରିବା ପାଇଁ କାହିଁ କେତେ ବାଟରୁ ଆସୁଥିଲେ । ତେବେ ଏ ବର୍ଷ ବଳି ଯାତ୍ରାକୁ କୋରୋନା ମହାମାରୀ ପାଇଁ ବନ୍ଦ ରଖାଯାଇଛି । ଏଥର ଏହି ପର୍ବ ବନ୍ଦ ହୋଇଥିବାରୁ ସହରବାସୀଙ୍କ ସମେତ ଶ୍ରଦ୍ଧାଳୁମାନେ ନିରାଶ ହୋଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.